ମେଷ: ଆପଣ କୌଣସି କାମକୁ ନେଇ ଉତ୍ସାହିତ ହେବେ। କଳା ଓ ସାହିତ୍ୟ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଭଲ ଦିନଟିଏ। ଆର୍ଥିକ ମାମଲାରେ ବାପାମାଆଙ୍କ ସାହାଯ୍ୟ ପାଇବେ।
ବୃଷ: ଆପଣଙ୍କ ସହ କୌଣସି ପ୍ରିୟ ବ୍ୟକ୍ତି ମିଶିବାକୁ ଆସିବେ। ନୂଆ କାମରେ ମନ ଲାଗିବ। ଦାମ୍ପତ୍ୟ ଜୀବନରେ ଖୁସିର ଜୁଆର ଆସିବ। ଛାତ୍ରଙ୍କ ଲାଗି ଦିନଟି ଭଲ।
ମିଥୁନ: ଜୀବନସାଥୀଙ୍କ ଭାବନା ବୁଝିବାକୁ ସବୁ ପ୍ରକାର ପ୍ରୟାସ କରିବେ। ପ୍ରକଳ୍ପ କାର୍ଯ୍ୟରେ ବନ୍ଧୁଙ୍କ ପୂର୍ଣ୍ଣ ସହଯୋଗ ପାଇବେ। ଅଫିସ କାମ ନେଇ ଅନ୍ୟର ମତ ନେବାରୁ ନିବୃତ୍ତ ରହନ୍ତୁ।
କର୍କଟ: ଗାୟକଙ୍କୁ କୌଣସି ବଡ଼ ମଞ୍ଚରେ ଗୀତ ଗାଇବାର ସୁଯୋଗ ମିଳିପାରେ। ଦିନଟି ସଂପୂର୍ଣ୍ଣରୂପେ ଉପଭୋଗ କରିବେ। ଜୀବନସାଥୀଙ୍କ ବ୍ୟବହାର ପରିବର୍ତ୍ତନ ହେବ।
ସିଂହ: ଆପଣଙ୍କ ପିଲା ଆପଣଙ୍କୁ ଗର୍ବ ଅନୁଭବ କରାଇପାରନ୍ତି। ସମାଜରେ ମାନ ସମ୍ମାନ ବଢ଼ିବ। ବ୍ୟବସାୟରେ ବଡ଼ ଚୁକ୍ତି କରିପାରନ୍ତି। ପରିବାର ସହିତ ତାଳମେଳ ବଜାୟ ରଖନ୍ତୁ।
କନ୍ୟା: ବ୍ୟବସାୟ ମାମଲାରେ ରାଜ୍ୟ ବାହାରକୁ ଯାଇପାରନ୍ତି। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ବନ୍ଧୁ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ।
ତୁଳା: ସହକର୍ମୀଙ୍କ ସହଯୋଗରେ ଆପଣଙ୍କର ଦୀର୍ଘ ଦିନର କାମ ପୂରା ହୋଇଯିବ। ଶିକ୍ଷକ ମହତ୍ତ୍ବପୂର୍ଣ୍ଣ ବିଷୟ ନେଇ ଛାତ୍ରଛାତ୍ରୀଙ୍କ ସଂଶୟ ଦୂର କରିଦେବେ।
ବିଛା: ଆପଣଙ୍କ ମନ ନୂଆ କାମରେ ଲାଗିବ। ତଳିଆ କର୍ମଚାରୀ ଆପଣଙ୍କ ଠାରୁ କାମ ଶିଖିବାକୁ ଚେଷ୍ଟା କରିବେ। ପ୍ରିୟଜନଙ୍କ ସହ ନିଜ ଅଞ୍ଚଳରୁ ବାହାରକୁ ବୁଲି ଯିବେ।
ଧନୁ: ପରିବାର ଆଗରେ ଆପଣଙ୍କୁ ମତ ରଖିବାର ପୂରା ମଉକା ମିଳିବ। ଆପଣଙ୍କ ଯୋଜନା ଦ୍ବାରା ଲୋକେ ପ୍ରଭାବିତ ହେବେ। ମହିଳାମାନେ ଅନ୍ଲାଇନ୍ ବ୍ୟବସାୟ ଆରମ୍ଭ କରିପାରନ୍ତି।
ମକର: ସମାଜରେ ଆପଣଙ୍କ ମାନ ସମ୍ମାନ ବଢ଼ିବ। ଘରକୁ ବନ୍ଧୁ ଆସିବେ। ମାଆ ନିଜର ପିଲାଙ୍କୁ ନୈତିକ କାହାଣୀ ଶୁଣାଇବେ। ଆପଣଙ୍କର ଭୌତିକ ସୁଖ ସୁବିଧା ବଜାୟ ରହିବ।
କୁମ୍ଭ: ପୁରୁଣା ବନ୍ଧୁ ସହିତ ଅଚାନକ ଭେଟ ହେବ। କାର୍ଯ୍ୟକ୍ଷେତ୍ରରେ ନୂଆ ପଦ୍ଧତି ପ୍ରୟୋଗ କରିବେ। ସନ୍ଧ୍ୟାରେ ବାହାରକୁ ବୁଲି ଯିବାର ଯୋଜନା କରିବେ।
ମୀନ: କାମ ଲାଗି ଦୂର ସ୍ଥାନକୁ ଯିବେ। ଅଫିସରେ ଆପଣଙ୍କର ସଚ୍ଚୋଟତା ପାଇଁ କର୍ତ୍ତୃପକ୍ଷ ଆପଣଙ୍କ ଦରମା ବଢ଼ାଇବେ। ବ୍ୟବସାୟ ସହିତ ନିଜ ଜୀବନର ଭାରସାମ୍ୟ ବଜାୟ ରଖନ୍ତୁ।