ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କ ମନ ରଚନାତ୍ମକ କାର୍ଯ୍ୟରେ ଲାଗି ରହିବ। ଆପଣଙ୍କ କାମରେ ଭଉଣୀର ସହଯୋଗ ପାଇବେ। ବେପାରରେ ଧନଲାଭ ଯୋଗ ଅଛି। ନବ ବିବାହିତ କୌଣସି ଭଲ ଜାଗାକୁ ବୁଲି ଯିବେ।

ବୃଷ: କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ କାମର ପ୍ରଶଂସା ହେବ। ବଡ଼ ମାମଲାର ସହମତି ପାଇଁ ନିଜକୁ ପ୍ରସ୍ତୁତ ରଖନ୍ତୁ। କୌଣସି ମହତ୍ତ୍ବପୂର୍ଣ୍ଣ କାମରେ ପରିବର୍ତ୍ତନ ହେବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।

ମିଥୁନ: ଦିନଟି ଲାଭଦାୟକ ରହିବ। ଅଫିସ୍‌ରେ କାମ ଶୀଘ୍ର ସଂପୂର୍ଣ୍ଣ କରିଦେବେ। ଜୀବନସାଥୀ ସହିତ କୌଣସି ସ୍ଥାନକୁ ବୁଲି ଯିବେ। ଓକିଲଙ୍କ ଲାଗି ଦିନଟି ଭଲ। ରାଜନୀତିରେ ସଫଳତା ପାଇବେ।

କର୍କଟ: କୌଣସି ବଡ଼ ଓ ଅଲଗା କାମ କରିବା ପାଇଁ ଭାବି ପାରନ୍ତି। ଆପଣ କୌଣସି ଅନୁଭବୀ ବ୍ୟକ୍ତିଙ୍କ ଠାରୁ ପରାମର୍ଶ ନେବେ। ଅଫିସ୍‌ରେ ଅଧିକାରୀଙ୍କ ସହଯୋଗ ପାଇବେ। ଛାତ୍ରଙ୍କ ପାଇଁ ଦିନଟି ଲାଭପ୍ରଦ।

ସିଂହ: ପୁରୁଣା କଥା ଠାରୁ ଦୂରରେ ରହନ୍ତୁ। ଘରର କୌଣସି ବଡ଼ଙ୍କ ଠାରୁ କିଛି ନୂଆ କଥା ଶିଖିବେ। ସାମାଜିକ ସ୍ତରରେ ସକ୍ରିୟ ରହିବେ। ଛାତ୍ରଛାତ୍ରୀ କୌଣସି ନୂଆ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଭାବିବେ।

କନ୍ୟା: କର୍ତ୍ତୃପକ୍ଷ ଆପଣଙ୍କୁ କୌଣସି ନୂଆ ଦାୟିତ୍ବ ଦେବେ। ଆପଣଙ୍କର କଳା ସାହିତ୍ୟ ପ୍ରତି ରୁଚି ରହିବ। ଖେଳ ଜଗତ ସହିତ ଯୋଡ଼ି ରହିଥିବା ଲୋକ ଅଧିକ ସମୟ ଅଭ୍ୟାସ କରିବେ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।

ତୁଳା: କାରବାରରେ ନିବେଶ କରିବା ପୂର୍ବରୁ ବଡ଼ଙ୍କର ମତ ନିଅନ୍ତୁ। କୌଣସି ନୂଆ ଦାୟିତ୍ବ ଆପଣଙ୍କୁ ମିଳିବ। କଳାକ୍ଷେତ୍ରରେ ଥିବା ଲୋକଙ୍କର ଭଲ ଲାଭ ହେବ। ପ୍ରିୟଜନଙ୍କୁ ଉପହାର ଦେବେ।

ବିଛା: ବାପା ମାଆଙ୍କ ସହ କୌଣସି ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ବଢ଼ିଆ ପରିଣାମ ପାଇଁ ଅଧିକ ପରିଶ୍ରମ କରିବାକୁ ହେବ। ମନୋରଂଜନ ପାଇଁ ପ୍ରସ୍ତୁତ କରିଥିବା ଯୋଜନା ବାତିଲ ହୋଇପାରେ।

ଧନୁ: ମନୋବଳ ସ୍ତର ଉଚ୍ଚା‌ ରହିବ। ଅଫିସ୍‌ରେ ସୃଜନଶୀଳ ଭଲ ରହିବ। ଆପଣଙ୍କ କାର୍ଯ୍ୟ ଭଲ ଗତିରେ ଆଗକୁ ବଢ଼ିବ। ଭାଇ ସହିତ କୌଣସି କଥାକୁ ନେଇ ଚର୍ଚ୍ଚା ହୋଇପାରେ। ପ୍ରେମ ସଂପର୍କ ନିବିଡ଼ ହେବ।

ମକର: କୌଣସି ଅପରିଚିତଙ୍କ ଠାରୁ କିଛି ନୂଆ ଶିଖିବାକୁ ପାଇବେ। ଯାହା ଭବିଷ୍ୟତରେ କାମର ଆସିବ। ମାଟି ତିଆରି ବାସନ ବ୍ୟବସାୟୀଙ୍କ ଲାଗି ଦିନଟି ବିଶେଷ ଲାଭପ୍ରଦ ରହିବ। ଛାତ୍ରଙ୍କ ଲାଗି ଦିନଟି ଭଲ।

କୁମ୍ଭ: କାର୍ଯ୍ୟ କ୍ଷେତ୍ରରେ କିଛି ପରିବର୍ତ୍ତନ କରିବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ। ଟଙ୍କାପଇସା ନେଣଦେଣରେ ସାବଧାନ ଅବଲମ୍ବନ କରନ୍ତୁ। ଛାତ୍ରଛାତ୍ରୀ କୌଣସି ପରୀକ୍ଷା ପାଇଁ ଫର୍ମ ପୂରଣ କରିବେ।

ମୀନ: ମାଆଙ୍କୁ ଶାଢ଼ି ଉପହାର ଦେବେ। ଆପଣଙ୍କର ଉନ୍ନତି ପାଇଁ ନୂଆ ମାର୍ଗ ଖୋଲିବ। ସଂପର୍କିୟଙ୍କ ସହାୟତାରେ ଆପଣଙ୍କ କାର୍ଯ୍ୟ ସଂପୂର୍ଣ୍ଣ ହେବ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଭଲ।

ସମ୍ବନ୍ଧିତ ଖବର