ଜାଣନ୍ତୁ ଆଜିର ରାଶିଫଳ

ମେଷ: ସବୁ ଜରୁରୀ କାମ ସଂପୂର୍ଣ୍ଣ ହୋଇଯିବ। କୌଣସି ପାଖ ଲୋକ ଧୋକା ଦେବାକୁ ଚେଷ୍ଟା କରିବେ। ଆପଣଙ୍କର ଖର୍ଚ୍ଚ ବଢ଼ିପାରେ। କାହାରିକୁ ଧାର ଦେବା ପୂର୍ବରୁ ଭାବିଚିନ୍ତି ନିଷ୍ପତ୍ତି ନେବା ଭଲ ହେବ।

ବୃଷ: ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନ ବାହାରି ପାରେ। ଜୀବନରେ କିଛି ଭଲ ପରିବର୍ତ୍ତନ ପାଇଁ ଚେଷ୍ଟା କରିବେ। ଧାର୍‌ ଦେଇଥିବା ଅର୍ଥ ଅଚାନକ ଫେରସ୍ତ ପାଇବେ।

ମିଥୁନ: କ୍ୟାରିୟରକୁ ବଢ଼ାଇବା ଲାଗି ନୂଆ ଅବସର ପାଇବେ। ଭାଇ ଭଉଣୀର ପୂରା ସହଯୋଗ ପାଇବେ। ଜୀବନସାଥୀ ସହିତ ସମ୍ବନ୍ଧରେ ସକାରାତ୍ମକତା ଆସିବ। ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ରୁଚି ବଢ଼ିବ।

କର୍କଟ: ଆପଣଙ୍କର ଧ୍ୟାନ କାର୍ଯ୍ୟକୁ ପୂରା କରିବାରେ ଲାଗି ରହିବ। ବଡ଼ କାମ ସନ୍ତାନର ସାହାଯ୍ୟରେ ପୂରା ହୋଇଯିବ। ଅଫିସ୍‌ରେ କୌଣସି କାମକୁ ନେଇ ବିଚାର ବିମର୍ଶ କରିବାକୁ ପଡ଼ିପାରେ।

ସିଂହ: ଆପଣଙ୍କ କଳ୍ପନା ଶକ୍ତି ଲକ୍ଷ୍ୟ ପ୍ରାପ୍ତି କରିବାରେ ସହାୟତା କରିପାରେ। ଯେଉଁ କାମ ଆରମ୍ଭ କରିବେ ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା କରିନେବେ। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ।

କନ୍ୟା: କାରବାର ବଢ଼ାଇବା ଲାଗି କୌଣସି ବ୍ୟକ୍ତିଙ୍କଠାରୁ ଭଲ ପରାମର୍ଶ ପାଇବେ। କୌଣସି ସମାରୋହରେ ଏଭଳି ବ୍ୟକ୍ତିଙ୍କ ସହ ସାକ୍ଷାତ ହେବ ଯାହା ଆପଣଙ୍କ ଲାଗି ବିଶେଷ ସାବ୍ୟସ୍ତ ହେବ।

ତୁଳା: କାରବାର ବଢ଼ାଇବା ଲାଗି ମନରେ ନୂଆ ନୂଆ ବିଚାର ଆସିବ। ପରିବାର ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ। ରାଜନୀତିରେ ଆର୍ଥିକ ଲାଭ ହେବ। ଲେଖକଙ୍କ ବିଚାରର ସମ୍ମାନ ହେବ।

ବିଛା: ଭାଗ୍ୟର ସହଯୋଗ ପାଇବେ। କ୍ୟାରିୟରରେ ବଡ଼ ସଫଳତା ହାସଲ କରିବେ। ବ୍ୟବସାୟୀଙ୍କୁ ଲାଭ ହେବ। କୌଣସି ଜରୁରୀ କାମ ସଂପୂର୍ଣ୍ଣ କରିବାକୁ ଭାବୁଥିଲେ ଆଜି ସଂପୂର୍ଣ୍ଣ ହେବ।

ଧନୁ: ମନରେ କୌଣସି କଥାକୁ ନେଇ ଉତ୍ସାହ ରହିବ। କାର୍ଯ୍ୟ କ୍ଷେତ୍ରରେ ଅଚାନକ ଭାର ବଢ଼ିବ। ଅଶାନ୍ତ ନହୋଇ ଧୈର୍ଯ୍ୟଧରି ରହନ୍ତୁ। ଦିନସାରା କାର୍ଯ୍ୟ ବ୍ୟସ୍ତତା ଯୋଗୁଁ କ୍ଳାନ୍ତ ଅନୁଭବ କରିପାରନ୍ତି।

ମକର: ବେପାରରେ ଭାଗୀଦାରି ମାଧ୍ୟମରେ ଲାଭ ହୋଇପାରେ। ସାମାଜିକ କାର୍ଯ୍ୟରେ ସମୟ ଦେବେ। ଜିନିଷକୁ ଭଲଭାବେ ବୁଝିବାକୁ ଚେଷ୍ଟା କରିବେ। ଜୀବନସାଥୀର ପୂରା ସହଯୋଗ ପାଇବେ।

କୁମ୍ଭ: ଆତ୍ମବିଶ୍ବାସ ଉଚ୍ଚା ରହିବ। ଆପଣଙ୍କ କାମରେ ଅଧିକାରୀବର୍ଗ ଖୁସି ହେବେ। ପର୍ଯ୍ୟଟନ କ୍ଷେତ୍ରରେ ଲୋକଙ୍କୁ ଧନଲାଭ ହେବ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ପରିବାରରେ ସୁଖ ଶାନ୍ତି କାଏମ୍ ରହିବ।

ମୀନ: କୌଣସି ଦାୟିତ୍ବ ଅଣଦେଖା କରନ୍ତୁ ନାହିଁ। ଏକାଗ୍ର ମନରେ କରୁଥିବା କାମ ଲାଭଦାୟକ ସାବ୍ୟସ୍ତ ହେବ। ଅଫିସ୍‌ରେ କୌଣସି ଲୋକ ଆପଣଙ୍କ ପ୍ରତି ଆକର୍ଷିତ ରହିବେ। ଆପଣଙ୍କର ସ୍ବାସ୍ଥ୍ୟ ଭଲ ରହିବ।

ସମ୍ବନ୍ଧିତ ଖବର