ଜାଣନ୍ତୁ ଆଜିର ରାଶିଫଳ

ମେଷ: ବେପାରର ଗତି ବଢ଼ାଇବା ଲାଗି ଯୋଜନା ପ୍ରସ୍ତୁତ କରିବେ। ଶିକ୍ଷକଙ୍କର ଦରମା ବୃଦ୍ଧି ହେବ। ରାଜନୀତିକ ଲୋକ କୌଣସି ସମାରୋହରେ ନିଜର କଥା ରଖିବେ। ଅଚାନକ ଧନଲାଭର ସମ୍ଭାବନା।

ବୃଷ: କାରବାର ଆଗକୁ ବଢ଼ାଇବା ପାଇଁ ବିଚାର ପ୍ରସ୍ତୁତ କରିବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ କୌଣସି ଭଲ ପଦ ମିଳିବ। ଜୀବନସାଥୀ ସହିତ ବାହାରକୁ ବୁଲି ଯିବେ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।

ମିଥୁନ: ନକାରାତ୍ମକ ମାନସିକତା ଲୋକଙ୍କଠାରୁ ଦୂରରେ ରହନ୍ତୁ। ଆପଣଙ୍କର ସ୍ବାସ୍ଥ୍ୟ ଭଲ ରହିବ। ବ୍ୟବସାୟରେ ଭଲ ଲାଭ ହେବ। ତରବରିଆ ଭାବେ ନେଇଥିବା ନିଷ୍ପତ୍ତି ଭୁଲ୍ ହୋଇପାରେ।

କର୍କଟ: କୌଣସି ବନ୍ଧୁର ଆଗମନରେ ଘରେ ଖୁସିର ବାତାବରଣ ନିର୍ମାଣ ହେବ। ଆପଣଙ୍କ ଆର୍ଥିକ ସ୍ଥିତିରେ ମଜଭୁତ ଆସିବ। ପ୍ରତିଯୋଗୀ ପରୀକ୍ଷା ପାଇଁ ପ୍ରସ୍ତୁତ କରୁଥିବା ଛାତ୍ରଛାତ୍ରୀଙ୍କୁ ଭଲ ପରିଣାମ ହାସଲ ହେବ।

ସିଂହ: ବେପାରରେ ନିବେଶ ପାଇଁ ଭଲ ଦିନଟିଏ। ସଫ୍ଟୱୟର ଇଂଜିନିୟର ନିଜର ଲକ୍ଷ୍ୟ ପୂରା କରିନେବେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଶିକ୍ଷାର୍ଥୀ ‌ପାଠପଢ଼ାରେ ଧ୍ୟାନ ଦିଅନ୍ତୁ।

କନ୍ୟା: ଅଫିସ୍‌ରେ ସହକର୍ମୀଙ୍କ ସହିତ ମିଳିମିଶି ରହିବା ଦରକାର। ଗରିବ ଲୋକଙ୍କୁ ଯଥା ସମ୍ଭବ ସାହାଯ୍ୟ କରିବେ। ବ୍ୟବସାୟରେ ବଡ଼ ଡିଲ୍ ହୋଇପାରେ। ନବବିବାହିତ ଦମ୍ପତିଙ୍କ ସମ୍ବନ୍ଧରେ ମଧୁରତା ବଢ଼ିବ।

ତୁଳା: ଜୀବନସାଥୀଠାରୁ କୌଣସି ଉପହାର ପାଇବେ। ପରିବାରରେ ସୁଖଶାନ୍ତିର ବାତାବରଣ ନିର୍ମାଣ ହେବ। ବ୍ୟବସାୟ କ୍ଷେତ୍ରରେ କୌଣସି ଅନୁଭବୀ ବ୍ୟକ୍ତିଙ୍କର ପରାମର୍ଶ ପାଇବେ।

ବିଛା: ଅଫିସ୍‌ରେ ଆପଣଙ୍କ କାମ ବଦଳିପାରେ। କୌଣସି ଜିନିଷକୁ ନେଇ ବହୁତ ଉତ୍ସାହିତ ରହିବେ। ରାଜନୀତିରେ ଆପଣଙ୍କର ମାନସମ୍ମାନ ହେବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଅଧିକ ସମୟ ଦିଅନ୍ତୁ।

ଧନୁ: ଧୈର୍ଯ୍ୟଧରି ରହିଲେ ଆପଣଙ୍କର ଅଧୁରା କାର୍ଯ୍ୟ ସଂପୂର୍ଣ୍ଣ ହୋଇଯିବ। ଆପଣଙ୍କର ଭାଇ ଆପଣଙ୍କୁ ସାହାଯ୍ୟ ମାଗିପାରନ୍ତି। ବ୍ୟବସାୟ ଭଲଭାବେ ଆଗକୁ ବଢ଼ିବ। ଅଫି୍‌ସରେ ପଦୋନ୍ନତି ହେବାର ସୁଯୋଗ ଅଛି।

ମକର: ମିଡିଆ କ୍ଷେତ୍ରରେ ଥିବା ଲୋକ ଭଲ ଖବର ପାଇବେ। ଚାକିରି ସମ୍ବନ୍ଧୀୟ କୌଣସି ବଡ଼ ନିଷ୍ପତ୍ତି ନେ ପାରନ୍ତି। ଜୀବନସାଥୀ ସହିତ ରାତ୍ରିଭୋଜନ ପାଇଁ ହୋଟେଲ୍‌ ଯିବାର ଯୋଜନା କରିବେ।

କୁମ୍ଭ: ଆପଣଙ୍କ ଭାଇ ଆପଣଙ୍କର କୌଣସି କାମରେ ସାହାଯ୍ୟ କରିବେ। ନୂତନ ଚିନ୍ତାଧାରରେ ବ୍ୟବସାୟ ଆଗକୁ ବଢ଼ାଇପାରନ୍ତି। ଶତ୍ରୁ ଦବି ରହିବେ। ରାଜନୀତିକ ନେତାଙ୍କ ଲାଗି ଦିନଟି ଭଲ।

ମୀନ: ନୂଆ ବେପାର ଆରମ୍ଭ କରିବା ପୂର୍ବରୁ ଆପଣଙ୍କର ବଡ଼ଙ୍କଠାରୁ ପରାମର୍ଶ ଅବଶ୍ୟ ନିଅନ୍ତୁ। ଅଫିସ୍‌ରେ ଅଧୁରା କାର୍ଯ୍ୟ ପୂରା ହେବ। ଦାମ୍ପତ୍ୟ ସମ୍ବନ୍ଧରେ ମିଷ୍ଟତା ବଜାୟ ରହିବ।

ସମ୍ବନ୍ଧିତ ଖବର