ଜାଣନ୍ତୁ ଆଜିର ରାଶିଫଳ

ମେଷ: ଅଫିସ୍‌ରେ ଆପଣଙ୍କୁ ସାବଧାନ ରହିବାକୁ ହେବ। ଆବଶ୍ୟକତା ଠାରୁ କାହାରିକୁ ଅଧିକ ଭରସା କରନ୍ତୁ ନାହିଁ। କ୍ରିକେଟ୍‌ ଖେଳାଳିଙ୍କର ପ୍ରଦର୍ଶନ ଭଲ ରହିବ। ଜୀବନସାଥୀଙ୍କ ପ୍ରତି ବ୍ୟବହାର ବଦଳାନ୍ତୁ। ‌‌

ବୃଷ: ବଡ଼ରୁ ବଡ଼ ସମସ୍ୟାର ସମାଧାନ ବାହାରିବ। କୌଣସି ନୂଆ କାମ କରିବାର ସୁଯୋଗ ଆସିବ। ବୈବାହିକ ଜୀବନ ଓ ସ୍ବାସ୍ଥ୍ୟ ଭଲ ରହିବ। ଭ୍ରମଣରେ ଯିବା ପାଇଁ ଯୋଜନା କରି ପାରନ୍ତି। ‌

ମିଥୁନ: ଆବଶ୍ୟକ ଲୋକଙ୍କ ସହ ସାକ୍ଷାତ୍‌ ହେବ। କାର୍ଯ୍ୟ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ। ବ୍ୟବସାୟରେ ଲାଭ ହେବ। ଜୀବନସାଥୀ ସହ ପ୍ରେମ ବଜାୟ ରହିବ। ଅଧ୍ୟୟନରେ ଭଲ ପରିଣାମ ପାଇବେ। ‌

କର୍କଟ: ଆପଣଙ୍କର ସବୁ କାମ ସଫଳ ହେବ। ବନ୍ଧୁ ମାଧ୍ୟମରେ ଅଶାନ୍ତିର ସମାଧାନ ବାହାରିବ। ଭାଗୀଦାରିରେ କୌଣସି ବ୍ୟବସାୟ ଆରମ୍ଭ କରିପାରନ୍ତି। ବୈବାହିକ ସମ୍ବନ୍ଧରେ ଉତ୍ସାହ ରହିବ।

ସିଂହ: ବ୍ୟବସାୟୀ ନିଜର ଜରୁରୀ କାଗଜପତ୍ର ସମ୍ଭାଳି କରି ରଖନ୍ତୁ। କମିସନି କାରବାର କରୁଥିବା ଲୋକ ଟିକେ ସାବଧାନ ରହିବା ଦରକାର। ଆପଣଙ୍କର ସୁଖସୁବିଧା ବଢ଼ିବ। ଘରକୁ କୌଣସି ବନ୍ଧୁ ଆସିବେ।

କନ୍ୟା: କାର୍ଯ୍ୟ କ୍ଷେତ୍ରରେ ଲାଗି ରହିଥିବା ସମସ୍ୟାର ସମାଧାନ ପାଇଁ ମାର୍ଗ ଖୋଜିନେବେ। ଛାତ୍ରଛାତ୍ରୀଙ୍କୁ କୌଣସି ଶୁଭ ଖବର ମିଳିବ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଦାମ୍ପତ୍ୟ ସମ୍ବନ୍ଧ ଲାଗି ଦିନଟି ଭଲ।

ତୁଳା: ଆପଣଙ୍କୁ ଭାଗ୍ୟର ପୂରା ସହଯୋଗ ମିଳିବ। କାର୍ଯ୍ୟ କ୍ଷେତ୍ରରେ ପୁରୁଣା ଜଣାଶୁଣାରୁ ଲାଭ ହେବ। ଘରୋଇ ଉଦ୍ୟୋଗରେ ଚାକିରି ମିଳିପାରେ। ଓକିଲଙ୍କ ଲାଗି ଦିନଟି ଭଲ ରହିବ।

ବିଛା: ଆପଣଙ୍କ ଭିତରେ ଆତ୍ମବିଶ୍ବାସ ଅତ୍ୟଧିକ ରହିବ। ପ୍ରସ୍ତୁତ କରିଥିବା ଯୋଜନା ଅନୁସାରେ କାର୍ଯ୍ୟ କରନ୍ତୁ ସଂପୂର୍ଣ୍ଣ ହେବ। ଅଫିସ୍‌ରେ ଅଧସ୍ତନ କର୍ମଚାରୀ ଆପଣଙ୍କ ଠାରୁ କାମ ଶିଖିବେ।

ଧନୁ: ଆପଣଙ୍କ ମନ ଆଧ୍ୟାତ୍ମିକ ଆଡ଼କୁ ଢଳି ରହିବ। କୌଣସି ବଡ଼ ସୁଯୋଗ ମିଳିବା ହେତୁ ଧନଲାଭ ହେବ। ଅଫିସରେ କୌଣସି ନୂଆ ଦାୟିତ୍ବ ପାଇପାରନ୍ତି। ପାରିବାରିକ ଜୀବନ ଶାନ୍ତିମୟ ହେବ।

ମକର: କୌଣସି କାମ କରିବା ସମୟରେ ଆପଣଙ୍କ ସମ୍ମୁଖକୁ ନୂଆ ଚାଲେଞ୍ଜ୍‌ ଆସିବ। ବିବେକ ପ୍ରୟୋଗ କରି ସବୁ କିଛି ହାସଲ କରିନେବେ। ମହିଳାମାନେ ବ୍ୟବସାୟ ଆରମ୍ଭ କରିବା ଲାଗି ଭଲ ଯୋଗ ଅଛି।

କୁମ୍ଭ: ବାଟରେ ଯିବାବେଳେ କୌଣସି ବନ୍ଧୁ ସହିତ ଦେଖାହେବ। ପୁରୁଣା ବିଚାର ଛାଡ଼ି ନୂଆ ବିଚାର ଗ୍ରହଣ କରିବେ। ସରକାରୀ ଚାକିରିଆଙ୍କ ଲାଗି ଦିନଟି ଭଲ ରହିବ। ଜୀବନସାଥୀ ସହ ଭଲ ସମୟ ବିତାଇବେ।

ମୀନ: ଆପଣଙ୍କ କଥା କହିବା ଶୈଳୀ ପାଇଁ ସମାଜରେ ଲୋକପ୍ରିୟତା ବୃଦ୍ଧି ହେବ। ସରକାରୀ ଚାକିରିଆ ନିଜର କାମ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ। ପ୍ରେମୀଯୁଗଳଙ୍କ ସମ୍ବନ୍ଧରେ ମଧୁରତା ବଜାୟ ରହିବ।

ସମ୍ବନ୍ଧିତ ଖବର