ମେଷ: ଆପଣଙ୍କ ଚେଷ୍ଟାରେ ସକାରାତ୍ମକ ଫଳ ପାଇବେ। ପରିବାରରେ ଖୁସିର ପରିବେଶ ରହିବ। ସାମାଜିକ କାର୍ଯ୍ୟରେ ଭାଗ ନେଇ ପାରନ୍ତି। ପ୍ରିୟଜନଙ୍କୁ ମନର କଥା କହିବେ।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: ଆପଣଙ୍କ ସମ୍ମୁଖକୁ କିଛି ଭଲ ସୁଯୋଗ ଆସିବ। ପର୍ଯ୍ୟଟନ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ଲାଗି ଦିନଟି ଭଲ। ପ୍ରିୟତମଙ୍କ ସହ ସମ୍ବନ୍ଧ ମଜଭୁତ ହେବ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।
ମିଥୁନ: ସବୁ ସମସ୍ୟା ଦୂର ହେବ। ବ୍ୟବସାୟ ବଢ଼ାଇବା ପାଇଁ ନୂଆ ଯୋଜନା ଲାଗୁ କରିବେ। ସାଙ୍ଗ ମେଳରେ ଆପଣଙ୍କର ଛବି ସୁନ୍ଦର ରହିବ। ଜୀବନସାଥୀ ସହିତ ସମ୍ବନ୍ଧ ମଜଭୁତ ହେବ।
କର୍କଟ: ଅଫିସ୍ରେ ଧୈର୍ଯ୍ୟଧରି କାମ କରନ୍ତୁ ଲାଭପ୍ରଦ ହେବ। ରାଜନୀତିରେ ଆପଣଙ୍କୁ ପଦ ପ୍ରତିଷ୍ଠା ମିଳିବ। ବ୍ୟବସାୟରେ ବକେୟା ଅର୍ଥ ପାଇବେ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।
ସିଂହ: ସମସ୍ତଙ୍କ ଦୃଷ୍ଟିରେ ଭଲ ହୋଇ ରହିବେ। ବ୍ୟବସାୟ ବଢ଼ାଇବା ପାଇଁ ନୂଆ କୌଶଳ ଭାବିବେ। ପ୍ରତିଟି ଚେଷ୍ଟାରେ ଜୀବନସାଥୀର ସହଯୋଗ ପାଇବେ। ଜମି କିଣିବା ଯୋଗ ଅଛି।
କନ୍ୟା: ଯେଉଁ କାମ ଆପଣଙ୍କ ଲାଗି ବିଶେଷ ତାକୁ ପ୍ରଥମେ କରିବାକୁ ଚେଷ୍ଟା କରନ୍ତୁ। କବିମାନଙ୍କ ଲାଗି ଦିନଟି ମହତ୍ତ୍ବପୂର୍ଣ୍ଣ ରହିବ। ବିବାହିତ ନିଜ ସାଥୀର ଭାବନାକୁ ବୁଝନ୍ତୁ।
ତୁଳା: ସବୁ କାମ ସହଜରେ ପୂରା କରିପାରିବେ। ରାଜନୀତି କାର୍ଯ୍ୟରେ ରୁଚି ବଢ଼ିବ। ବେକାରଙ୍କୁ ରୋଜଗାରର ଭଲ ଅବସର ମିଳିବ। ବନ୍ଧୁମାନଙ୍କ ସହିତ ମିଳାମିଶା ବଢ଼ିବ।
ବିଛା: ନୂଆ କାମ ହାସଲ କରିବେ। ଅନ୍ୟମାନଙ୍କ ସହିତ ବ୍ୟବହାର ମଧୁର ରଖନ୍ତୁ। ସରକାରୀ ଚାକିରିଆଙ୍କ ଲାଗି ଦିନଟି ଭଲ। ପାରିବାରିକ ଜୀବନ ସୁଖମୟ ହେବ। ଛାତ୍ର କିଛି ନୂଆ ଶିଖିବେ।
ଧନୁ: ଦିନଟି ବ୍ୟସ୍ତତାରେ କଟିବ। ସମସ୍ତଙ୍କୁ ସାଥିରେ ନେଇ ଆଗକୁ ବଢ଼ିବେ। ଖର୍ଚ୍ଚ କମ କରିବାକୁ ଚେଷ୍ଟା କରନ୍ତୁ। ମକଦ୍ଦମାରେ ସଫଳତା ପାଇବେ। ଜୀବନସାଥୀର ପ୍ରେମ ଓ ସୁଖ ପାଇବେ।
ମକର: ନିଜକୁ ସୁସ୍ଥସବଳ ଅନୁଭବ କରିବେ। ନୂଆ ଚାକିରିର ସୁଯୋଗ ଆସିବ। ବିବାହିତ ନିଜର ଜୀବନସାଥୀ ଉପରେ ଭରସା ବଜାୟ ରଖନ୍ତୁ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ ପରିଣାମ ପାଇବେ।
କୁମ୍ଭ: ଯେତେ ସକାରାତ୍ମକ ଭାବିବେ ସେତେ ସଫଳ ରହିବେ। କାର୍ଯ୍ୟ କ୍ଷେତ୍ରରେ କିଛି ନୂଆ ଶିଖିବେ। ଜମି ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ। ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ।
ମୀନ: ଧ୍ୟାନ ଧାର୍ମିକ କାର୍ଯ୍ୟରେ ଲାଗି ରହିବ। କଳା କ୍ଷେତ୍ରରେ ଥିବା ଲୋକଙ୍କର ସମାଜରେ ମାନସମ୍ମାନ ବଢ଼ିବ। ବେପାରରେ ଲାଭ ପାଇବେ। ଜୀବନସାଥୀ ସହିତ ଜିନିଷ କିଣିବା ଲାଗି ସହରକୁ ଯିବେ।