publive-imageମେଷ: କାର୍ଯ୍ୟରେ ସଫଳତା ହାସଲ କରିବେ। ବିରୋଧୀମାନେ ବନ୍ଧୁତାର ହାତ ବଢ଼ାଇବେ। ଜମି କିଣିବାର ଯୋଗ ଅଛି। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।

Advertisment

publive-imageବୃଷ: ଆପଣ ନିଜକୁ ସୁସ୍ଥ ସବଳ ଅନୁଭବ କରିବେ। ଆୟ ବୃଦ୍ଧିର ଅବସର ମିଳିବ। ସାମାଜିକ କାର୍ଯ୍ୟ କରନ୍ତୁ, ଲାଭ ହେବ। କୌଣସି ସହପାଠୀ ସାହାଯ୍ୟ ମାଗିବେ।

publive-imageମିଥୁନ: କମ୍ ପରିଶ୍ରମରୁ ଅଧିକ ଲାଭ ପାଇବେ। ଘରୋଇ ମାମଲାରେ ଅନ୍ୟମାନଙ୍କ ମତ ନେବାରୁ ନିବୃତ୍ତ ରୁହନ୍ତୁ। ପ୍ରେମୀଯୁଗଳ ପରସ୍ପରଙ୍କୁ ବୁଝିବାକୁ ଚେଷ୍ଟା କରିବେ।

publive-image

କର୍କଟ: କୌଣସି ବଡ଼ ମାମଲ‌ାର ବୁଝାମଣା କରିବା ପାଇଁ ପ୍ରସ୍ତୁତ ରହନ୍ତୁ। ଧନ ସମ୍ବନ୍ଧୀୟ ମାମଲାରେ ଆପଣଙ୍କୁ ସଫଳତା ମିଳିବ। ଚାକିରି କ୍ଷେତ୍ରରେ ଆପଣ ଅଧିକ ବ୍ୟାବହାରିକ ରହିବେ।

publive-imageସିଂହ: କୌଣସି କାମରେ ଅଧିକ ବ୍ୟସ୍ତ ରହିବେ। ଧ୍ୟାନ ଲଗାଇ କାମ ସଂପୂର୍ଣ୍ଣ କରିବା ପାଇଁ ଚେଷ୍ଟା କରନ୍ତୁ। ପରିବାରରେ ସବୁ କିଛି ଭଲ ରହିବ।

publive-imageକନ୍ୟା: ମନୋବଳ ସ୍ତର ଭଲ ରହିବ। ଆପଣଙ୍କ କାର୍ଯ୍ୟ ଭଲ ଗତିରେ ଆଗକୁ ବଢ଼ିବ। କର୍ମଜୀବୀ ମହିଳାଙ୍କର ଅଫିସରେ ଦିନଟି ଭଲରେ କଟିବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ମାନ ସମ୍ମାନ ବଢ଼ିବ।

publive-imageତୁଳା: ଆପଣଙ୍କ ସହିତ ସବୁ ଭଲ ହେବ। ବଡ଼ ଉଦ୍ୟୋଗରୁ ଚାକିରିର ଡାକରା ଆସିପାରେ। ବାଲ୍ୟବନ୍ଧୁ ସହିତ ଆପଣଙ୍କର ସାକ୍ଷାତ ହେବ। କଳାକ୍ଷେତ୍ରରେ ଥିବା ବ୍ୟକ୍ତିଙ୍କର ସମାଜରେ ପ୍ରସିଦ୍ଧି ବଢ଼ିବ।

publive-imageବିଛା: ମନରେ ବହୁତ ସକାରାତ୍ମକ ଭାବନା ଆସିବ। ଜୀବନକୁ ସୁନ୍ଦର କରିବା ଲାଗି ଚେଷ୍ଟା କରିବେ। ଦାମ୍ପତ୍ୟ ଜୀବନରେ ଖୁସିର ଆଗମନ ହେବ।

publive-imageଧନୁ: ନୂଆ କୌଶଳ ଗ୍ରହଣ କରନ୍ତୁ ବେପାର ବଢ଼ିବ। ସନ୍ଧ୍ୟାରେ ବନ୍ଧୁ ସହ ଫୋନରେ କଥା ହେବେ। ଜୀବନସାଥୀ ସହ ଭଲ ତାଳମେଳ ରହିବ। ଛାତ୍ରଛାତ୍ରୀଙ୍କ ଲାଗି ଭଲ ଦିନଟିଏ।

publive-image

ମକର: ପରିବାର ଲୋକଙ୍କ ଠାରୁ ଶୁଭ ଖବର ପାଇବେ। ପିଲାମାନଙ୍କ ଆବଶ୍ୟକତା ଉପରେ ଧ୍ୟାନ ଦିଅନ୍ତୁ। ବେପାରର ଗତି ବଢ଼ିବ। କଳାତ୍ମକ କାର୍ଯ୍ୟରେ ରୁଚି ବଢ଼ିବ। ‌

publive-image

କୁମ୍ଭ: ଧନଲାଭର ଅବସର ପାଇବେ। ଦୀର୍ଘ ଦିନରୁ ଅସଂପୂର୍ଣ୍ଣ ରହିଥିବା କାମରେ ସଫଳତା ପାଇବେ। ଜମିରେ ନିବେଶ ଲାଗି ଭଲ ଦିନଟିଏ। ଜୀବନସାଥୀ ଆପଣଙ୍କୁ ଭଲ ଜିନିଷ ଉପହାର ଦେଇପାରନ୍ତି।‌

publive-image

ମୀନ: ହଜିଥିବା କୌଣସି ବସ୍ତୁର ସନ୍ଧାନ ପାଇବେ। ବ୍ୟବସାୟରେ ନୂଆ ଗୋଷ୍ଠୀରେ ସାମିଲ ହେବା କଥା ଭାବି ପାରନ୍ତି। ଖେଳାଳିମାନଙ୍କ ଲାଗି ଦିନଟି ଭଲ। ଜୀବନସାଥୀଠୁ କୌଣସି ଉପହାର ମିଳିବ।