ଜାଣନ୍ତୁ ଆଜିର ରାଶିଫଳ

ମେଷ: ସାମାଜିକ କାର୍ଯ୍ୟରେ ସକ୍ରିୟତା ବଢ଼ିପାରେ। ବେପାରରେ ଲାଭ ପାଇବେ। ପରିବାର ଲୋକଙ୍କ ଠାରୁ ଭଲ ଖବର ପାଇବେ। କ୍ୟାରିଅରରେ ଆଗକୁ ବଢ଼ିବେ।

ବୃଷ: କାରବାରରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ଅଫିସ କାମରେ ଦୂରସ୍ଥାନକୁ ଯିବେ। ଛାତ୍ରଙ୍କ କ୍ୟାରିଅରରେ ନୂଆ ପରିବର୍ତ୍ତନ ଆସିବ। ‌

ମିଥୁନ: ବ୍ୟବସାୟ ସମ୍ବନ୍ଧରେ ବଡ଼ ନିଷ୍ପତ୍ତି ନେବା ପାଇଁ ଦିନଟି ଭଲ। ଅଜଣା ବ୍ୟକ୍ତିଙ୍କ ଉପରେ ଅଧିକ ଭରସା କରନ୍ତୁ ନାହିଁ। ପ୍ରେମୀଯୁଗଳ ବାହାରକୁ ବୁଲି ଯିବେ।

କର୍କଟ: ପରିବାର ସହ ସିନେମା ଦେଖିବାର ଯୋଜନା କରିବେ। ସମୟର ସଦୁପଯୋଗ କରନ୍ତୁ। ରୋଜଗାରର ମଉକା ମିଳିବ। ଆଇନ ଛାତ୍ରଙ୍କ ଲାଗି ଦିନଟି ଭଲ।

ସିଂହ: ନିଜର ଲକ୍ଷ୍ୟ ସ୍ଥିର କରିବା ଲାଗି ନୂଆ ଯୋଜନା ପ୍ରସ୍ତୁତ କରିବେ। ଚାକିରିଆଙ୍କୁ ଭଲ ଖବର ମିଳିବ। ଧନଲାଭର ଯୋଗ ଅଛି। ଜୀବନସାଥୀଙ୍କୁ ଭଲ କଥା କହିବେ।

କନ୍ୟା: କ୍ୟାରିଅରରେ ଆଗକୁ ବଢ଼ିବା ପାଇଁ ନୂଆ ସୁଯୋଗ ସମ୍ମୁଖକୁ ଆସିବ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ।

ତୁଳା: ନିଜ ବ୍ୟକ୍ତିତ୍ବର ବିକାଶ ଲାଗି ଦିନଟି ଭଲ। କୌଣସି ସମ୍ମାନିତ ଲୋକଙ୍କ ସହ ମିଶିବାର ସୁଯୋଗ ପାଇବେ। ଘରୋଇ କାମରେ ଗୃହିଣୀମାନଙ୍କର ଦାୟିତ୍ବ ବଢ଼ିବ।

ବିଛା: କମ୍ ପରିଶ୍ରମ‌ରେ ଯଥେଷ୍ଟ ଲାଭ ପାଇବେ। ଜୀବନସାଥୀଙ୍କ ସହଯୋଗରେ ଅଶାନ୍ତି ଦୂର ହୋଇଯିବ। ରାଜନୀତିରେ ମହତ୍ତ୍ବାକାଂକ୍ଷା ପୂରା ହେବ।

ଧନୁ: ବନ୍ଧୁ ସହ ବାହାରକୁ ବୁଲି ଯିବାର ଯୋଜନା କରିବେ। ଜମି ବ୍ୟବସାୟୀଙ୍କୁ ଲାଭ ହେବ। ରାଜନୀତିରେ ସଫଳତା ପାଇବେ। ନବବିବାହିତଙ୍କ ଲାଗି ଦିନଟି ବହୁତ ଭଲ।‌

ମକର: ଧର୍ମକାର୍ଯ୍ୟରେ ମନ ଲାଗିବା ଯୋଗୁଁ ଶାନ୍ତି ପାଇବେ। ପଡ଼ୋଶୀ ମନୋମାଳିନ୍ୟ ଭୁଲି ଆପଣଙ୍କୁ ବନ୍ଧୁତାର ହାତ ବଢ଼ାଇବେ। ଉନ୍ନତି ପାଇଁ ନୂଆ ରାସ୍ତା ଖୋଲିବ। ‌

କୁମ୍ଭ: କାର୍ଯ୍ୟ‌କ୍ଷେତ୍ରରେ କୌଣସି ବଡ଼ ଚ୍ୟାଲେଞ୍ଜ ଆସିବ। ଲୋକେ ଆପଣଙ୍କ କାର୍ଯ୍ୟଶୈଳୀ ଦେଖି ପ୍ରଭାବିତ ହେବେ। ଦାମ୍ପତ୍ୟ ସମ୍ବନ୍ଧ ମଧୁରତାରେ ପୂର୍ଣ୍ଣ ରହିବ।

ମୀନ: ଲୋକଙ୍କ ଆଗରେ ସାମାଜିକ ସମସ୍ୟା ରଖିବେ। ଆମଦାନି ବୃଦ୍ଧି କରିବାକୁ ଚେଷ୍ଟା କରନ୍ତୁ। ସାବଧାନତାର ସହ କାର୍ ଚଳାନ୍ତୁ। ପାଠରେ ଏକାଗ୍ରତା ବଢ଼ିବ।

ସମ୍ବନ୍ଧିତ ଖବର