publive-image

Advertisment

ମେଷ: ଜୀବନସାଥୀ ଓ ପିଲାମାନଙ୍କ ଠାରୁ ବହୁତ ଖୁସି ପାଇବେ। ଆପଣଙ୍କର ସଚ୍ଚୋଟତା ଚାରିଆଡ଼େ ପ୍ରଶଂସିତ ହେବ। ‌ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

publive-image

ବୃଷ: ଫିଲ୍ମ କ୍ଷେତ୍ରରେ ସଂଘର୍ଷ କରୁଥିବା ନିର୍ଦେଶକ ଓ କଳାକାରଙ୍କୁ ବଡ଼ ସୁଯୋଗ ମିଳିବ। ଆତ୍ମବିଶ୍ବାସ ପୂର୍ବ ଅପେକ୍ଷା ସୁଦୃଢ଼ ହେବ। ରାଜନୀତିରେ ଆର୍ଥିକ ଲାଭ ହେବ।

publive-image

ମିଥୁନ: ଆପଣ ଯେଉଁ ଯୋଜନା ପ୍ରସ୍ତୁତ କରିଛନ୍ତି ତାହା ସଫଳ ହେବାକୁ ସମୟ ଲାଗିବ। ବନ୍ଧୁଙ୍କ ସାହାଯ୍ୟ ନେବାକୁ ପଡ଼ିପାରେ। ଗୃହିଣୀମାନେ ଘରେ କୌଣସି ନୂଆ ବ୍ୟଞ୍ଜନ ତିଆରି କରିବେ।

publive-image

କର୍କଟ: କୌଣସି କ‌ାମ ତରବରିଆ ଭାବେ ନକରି ଧୈର୍ଯ୍ୟର ସହ କରନ୍ତୁ। କୋର୍ଟ ମାମଲାର ଫଇସଲା ଆପଣଙ୍କ ଆଶାର ବିପରୀତ ଆସିପାରେ। ଇଂଜିନିୟର ଛାତ୍ରଙ୍କ ଲାଗି ଭଲ ଦିନଟିଏ।

publive-image

ସିଂହ: ଆପଣଙ୍କର ସବୁ ଇଚ୍ଛା ପୂରା ହେବ। ଅଫିସରେ କର୍ତ୍ତୃପକ୍ଷଙ୍କ ଠାରୁ ପ୍ରଶଂସା ପାଇବେ। ଆର୍ଥିକ ସ୍ଥିତିରେ ସୁଧାର ହେବ। ଯାନ ସାବଧାନତାର ସହ ଚଳାନ୍ତୁ।

publive-image

କନ୍ୟା: ଆପଣଙ୍କ ପାଖକୁ ଯେଉଁ ଦାୟିତ୍ବ ଆସିବ ତାକୁ ସହଜରେ ପୂରା କରିପାରିବେ। ଚାକିରିଆଙ୍କ ଲାଗି ଦିନଟି ଭଲ ରହିବ। ଲେଖାପଢ଼ାରେ ଆପଣଙ୍କର ଏକାଗ୍ରତା ବଢ଼ିବ।

publive-image

ତୁଳା: ଜମିରେ ନିବେଶ ଲାଗି ଭଲ ଦିନଟିଏ। ଭୁଲ୍ ରାସ୍ତାରେ ନେଇଯିବା ଭଳି ଲୋକଙ୍କ ପ୍ରତି ସାବଧାନ ରୁହନ୍ତୁ। ଛୋଟ ଭଉଣୀର ଲେଖାପଢ଼ାରେ ସାହାଯ୍ୟ କରିବେ।

publive-image

ବିଛା: ସମ୍ବନ୍ଧରେ ଲାଗି ରହିଥିବା ମତଭେଦ ଦୂର ହେବ। ଲୋକେ ଆପଣଙ୍କ କଥାରେ ପ୍ରଭାବିତ ହେବେ। ଭରସାଯୋଗ୍ୟ ବନ୍ଧୁଙ୍କ ପରାମର୍ଶ କାମରେ ଆସିବ। ଚାକିରିଆଙ୍କର ଆୟ ବଢ଼ିବ।

publive-image

ଧନୁ: ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଭଲ ଦିନଟିଏ। ଅଫିସରେ ଦୀର୍ଘ ଦିନର ଅଧୁରା କାମ ସଂପୂର୍ଣ୍ଣ କରିବେ। ପରିବାରରେ ଆପଣଙ୍କୁ କୌଣସି ନୂଆ ଦାୟିତ୍ବ ମିଳିବ।

publive-image

ମକର: ମିଡିଆ କ୍ଷେତ୍ରରେ ଥିବା ଲୋକଙ୍କ କାମର ପ୍ରଶଂସା ହେବ। ପରିବାରରେ ସମସ୍ତଙ୍କର ଇଚ୍ଛା ପୂରା କରିବାରେ ସଫଳ ହେବେ। ଛାତ୍ରୀଙ୍କ ଲାଗି ଦିନଟି ଭଲ।

publive-image

କୁମ୍ଭ: ପୂର୍ବରୁ ପ୍ରସ୍ତୁତ କରିଥିବା ଯୋଜନା କ୍ରିୟାନ୍ବିତ କରିବେ। ଧନ ସମ୍ବନ୍ଧୀୟ ଚିନ୍ତାର ସମାଧାନ ବାହାରିବ। କୌଣସି ସମାଜସେବା ସଂସ୍ଥା ସହ ଯୋଡ଼ିହେବାର ଅବସର ପାଇବେ।

publive-image

ମୀନ: ଅଫିସର ବଡ଼ ଦାୟିତ୍ବ ଆପଣଙ୍କ କାନ୍ଧକୁ ଆସିପାରେ। ସରକାରୀ କାମରେ କୌଣସି ବ୍ୟକ୍ତିଙ୍କର ସାହାଯ୍ୟ ପାଇବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଅଧିକ ସମୟ ଦିଅନ୍ତୁ।