publive-imageମେଷ: ଚାକିରି ବଦଳାଇବା ପାଇଁ ମନସ୍ଥ କରିପାରନ୍ତି। ବ୍ୟବସାୟରେ ଦୂରସ୍ଥାନକୁ ଯାଇପାରନ୍ତି। ରାଜନେତାଙ୍କ ଲାଗି ଦିନଟି ଭଲ ରହିବ। ପାରିବାରିକ ଶାନ୍ତି ବଜାୟ ରହିବ। ‌

Advertisment

publive-imageବୃଷ: ବ୍ୟକ୍ତିତ୍ବକୁ ବିକାଶ ଲାଗି ଭଲ ଦିନଟିଏ। ବ୍ୟବସାୟରେ ଧନଲାଭର ସୁଯୋଗ ପାଇବେ। ସୁସମ୍ବାଦ ପାଇବେ। ସାଥୀ ସହିତ ନାଟକ ଦେଖିବାର ଯୋଜନା କରିବେ। ‌

publive-imageମିଥୁନ: ବ୍ୟବସାୟରେ ପୁଞ୍ଜି ଲଗାଇପାରନ୍ତି। ଅଫିସରେ ପଦୋନ୍ନତି ମିଳିବାର ସୁଯୋଗ ରହିଛି। ପରିବାର ଲୋକଙ୍କର ସାହାଯ୍ୟ ପାଇବେ। ସମ୍ବନ୍ଧରେ ନୂତନତ୍ବ ଆସିବ। ‌ ‌

publive-image

କର୍କଟ: ଧର୍ମକାର୍ଯ୍ୟରେ ଆସ୍ଥା ବଢ଼ିବ। ଲାଗି ରହିଥିବା ଅଶାନ୍ତି ଦୂର ହେବ। ପ୍ରତିଷ୍ଠିତ ଲୋକଙ୍କ ସହ ସାକ୍ଷାତ ହେବ। କ୍ଷୁଦ୍ର ଉଦ୍ୟୋଗ କ୍ଷେତ୍ରରେ ଥିବା ଲୋକଙ୍କୁ ଯଥେଷ୍ଟ ଲାଭ ହେବ। ‌

publive-imageସିଂହ: ପୂର୍ବାପେକ୍ଷା ଆତ୍ମବିଶ୍ବାସ ମଜଭୁତ ହେବ। କୌଣସି କାର୍ଯ୍ୟ କରିବା ଲାଗି ଯୋଜନା କରିବେ। ଜମି ଦଲାଲଙ୍କୁ ଯଥେଷ୍ଟ ଲାଭ ମିଳିବ। ବାହନ କିଣିବା ଲାଗି ଦିନଟି ଶୁଭପ୍ରଦ। ‌

publive-imageକନ୍ୟା: ସମସ୍ତଙ୍କ ପ୍ରତି ଭଲ ବ୍ୟବହାର ରହିବ। ବ୍ୟବସାୟରେ ଉନ୍ନତି ପାଇଁ ନୂଆ ମାର୍ଗ ଖୋଲିବ। ଚାକିରିଆଙ୍କୁ ପଦୋନ୍ନତି ମିଳିପାରେ। ଜୀବନସାଥୀ ସହ ପ୍ରେମସମ୍ବନ୍ଧ ବଜାୟ ରହିବ। ‌

publive-imageତୁଳା: ଆପଣଙ୍କର ସ୍ବଭାବ ସକାରାତ୍ମକ ରହିବ। ବଡ଼ କଂପାନି ସହିତ ସମନ୍ବୟର ସୁଯୋଗ ଆସିବ। ପିଲାଙ୍କ କ୍ୟାରିୟର ଲାଗି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ।

publive-imageବିଛା: ସାମାଜିକ କାର୍ଯ୍ୟରେ ଯୋଗ ଦେବେ। ପ୍ରିୟବନ୍ଧୁ ସହ ସାକ୍ଷାତ ହୋଇପାରେ। ଓକିଲଙ୍କ ଲାଗି ଦିନଟି ଲାଭପ୍ରଦ ରହିବ। ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ।

publive-image
ଧନୁ: ସନ୍ତାନଙ୍କ କ୍ୟାରିୟର ପାଇଁ ଚିନ୍ତା ରହିବ। ଅଫିସରେ ଅଧିକ ସମୟ ପରିଶ୍ରମ କଲେ ହିଁ ବାକିଥିବା କାମ ପୂରା ହେବ। ପଡ଼ୋଶୀ ଆପଣଙ୍କୁ ସାହାଯ୍ୟ ମାଗି ପାରନ୍ତି।

publive-image

ମକର: ଆସୁଥିବା ବାଧା ଦୂର ହେବ। ଆପଣଙ୍କ ପିଲା ଆପଣଙ୍କର ବ୍ୟବସାୟରେ ପୂରା ସହଯୋଗ କରିବେ। ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ।

publive-image

‌କୁମ୍ଭ: ଯୋଜନାକୁ କ୍ରିୟାନ୍ବିତ କରିବା ଲାଗି ଦିନଟି ଭଲ। କୌଣସି ପୁରୁଣା ବନ୍ଧୁ ସହିତ ମିଶିବା ପାଇଁ ଇଚ୍ଛା ହେବ। ମହିଳା ମାନେ ଜିନିଷ କିଣିବାକୁ ସହରକୁ ଯାଇପାରନ୍ତି।

publive-image

ମୀନ: ସବୁ କାମ ମନ ମୁତାବକ ସଂପୂର୍ଣ୍ଣ ହେବ। କର୍ତ୍ତୃପକ୍ଷ କୌଣସି ଉପଯୋଗୀ ବସ୍ତୁ ଉପହାର ଦେଇପାରନ୍ତି। ଛାତ୍ରଙ୍କର ଲେଖାପଢ଼ାରେ ବାଧା ଦୂର ହୋଇଯିବ।