publive-imageମେଷ: କୌଣସି କାମରେ କମ୍ ପରିଶ୍ରମ କରି ଅଧିକ ଲାଭ ପାଇବେ। ନୂଆ ଦାୟିତ୍ବ ଭଲଭାବେ ତୁଲାଇବାକୁ ଚେଷ୍ଟା କରିବେ। ଆପଣଙ୍କ ଦାମ୍ପତ୍ୟ ଜୀବନ ଭଲ ରହିବ। ଛାତ୍ରଙ୍କ ଲାଗି ଦିନଟି ଶିକ୍ଷଣୀୟ ହେବ। ‌

Advertisment

publive-imageବୃଷ: ଭାବିଥିବା କାମ ନିଜ ସାମର୍ଥ୍ୟ ବଳରେ ପୂରା କରିବେ। ବନ୍ଧୁ ଆପଣଙ୍କ ଘରକୁ ଆସିପାରନ୍ତି। ଚାକିରିଆ ଭଲ ଖବର ଶୁଣିବେ। ଛାତ୍ରଙ୍କ ଲାଗି ଦିନଟି ଅନୁକୂଳ। ‌

publive-imageମିଥୁନ: ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ। ଆର୍ଥିକ ମାମଲାରେ ବୁଦ୍ଧି ଖଟାଇ ନିଷ୍ପତ୍ତି ନିଅନ୍ତୁ। ଚାକିରିଆଙ୍କର ମନପସନ୍ଦ ଜାଗାକୁ ବଦଳି ହେବ। ଆପଣଙ୍କ ବାଣୀରେ ମଧୁରତା କାଏମ୍ ରହିବ। ‌

publive-image

କର୍କଟ: ବ୍ୟବସାୟରେ ଅଧିକ ଲାଭ ପାଇବେ। ଅନ୍ତରଙ୍ଗ ବନ୍ଧୁ ସହିତ ଭେଟ ହୋଇପାରେ। ବିଦ୍ୟାର୍ଥୀ ନିଜ ପରିଶ୍ରମ ଉପରେ ଭରସା ରଖନ୍ତୁ। ମହିଳାଙ୍କ ଲାଗି ଦିନଟି ଭଲ।

publive-imageସିଂହ: ନୂଆ କାରବାରରେ ନିବେଶ କରିବା ପୂର୍ବରୁ ବିଶେଷଜ୍ଞଙ୍କ ମତ ନିଶ୍ଚୟ ନିଅନ୍ତୁ। ବ୍ୟବସାୟ ସହ ଜଡ଼ିତ ଗୁରୁତ୍ବପୂର୍ଣ୍ଣ ବୈଠକରେ ଯୋଗ ଦେବେ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହେବ।

publive-imageକନ୍ୟା: ରାଜନୀତିରେ ଯୋଗାଯୋଗ ଭଲ ରହିବ। ଅଫିସ କାମରେ ଦୂର ସ୍ଥାନକୁ ଯାଇପାରନ୍ତି। ନୂଆ ଇଲେକ୍ଟ୍ରିକ୍ ଯାନ କିଣି ପାରନ୍ତି।

publive-imageତୁଳା: କାମରେ ଗଳାବାଟ ଆପଣାନ୍ତୁ ନାହିଁ। ଫିଲ୍ମ ଦୁନିଆରେ ଥିବା ଲୋକଙ୍କୁ ଭଲ ସୁଯୋଗ ମିଳିବ। ମାଆ ପିଲାଙ୍କୁ ନୈତିକ କାହାଣୀ ଶୁଣାଇବେ। କାର୍ଯ୍ୟକ୍ଷେତ୍ରରେ ବଡ଼ ପରିବର୍ତ୍ତନ ହେବ।

publive-imageବିଛା: ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ଅଫିସରେ ଦିନଟି ଭଲରେ କଟିବ। କାହାରି ପ୍ରରୋଚନାରେ ପଡ଼ନ୍ତୁ ନାହିଁ। ଆର୍ଥିକ ଚିନ୍ତାରୁ ମୁକ୍ତି ପାଇବେ।

publive-image
ଧନୁ: କାମ ପୂରା କରିବା ପାଇଁ ଅଧିକ ଯାତାୟାତ କରିବାକୁ ପଡ଼ିପାରେ। ଆପଣଙ୍କ ବ୍ୟବସାୟରେ ନୂଆ ମୋଡ଼ ଆସିବ। କାହାରିକୁ ଧାର ଦିଅନ୍ତୁ ନାହିଁ। ପ୍ରତିଯୋଗିତାମୂଳକ ପରୀକ୍ଷାର୍ଥୀ ଅଧିକ ପରିଶ୍ରମ କରନ୍ତୁ।

publive-image

ମକର: ଜରୁରୀ କାମ ଯୋଜନାବଦ୍ଧ ଭାବେ କରନ୍ତୁ, ସହଜରେ ପୂରା ହୋଇଯିବ। କର୍ତ୍ତୃପକ୍ଷ ଆପଣଙ୍କୁ କାମର ତାଲିକା ଦେଇ ପାରନ୍ତି। ଜୀବନସାଥୀ ମାଧ୍ୟମରେ ସମସ୍ୟା ଦୂର ହୋଇଯିବ।

publive-image

କୁମ୍ଭ: ପରିବାର ସହିତ କୌଣସି ଧର୍ମାନୁଷ୍ଠାନକୁ ଯିବେ। ମନ ଦେଇ ଯେଉଁ କାମ କରିବେ ତାହା ସଂପୂର୍ଣ୍ଣ ହେବ। କୌଣସି ବନ୍ଧୁ ସହିତ ସାକ୍ଷାତ ହେବ। ଜୀବନସାଥୀ ସହ ହୋଟେଲକୁ ରାତ୍ରିଭୋଜନ ପାଇଁ ଯିବେ।

publive-image

ମୀନ: ବ୍ୟବସାୟର ଭାଗୀଦାରଙ୍କ ସହିତ ରାଜ୍ୟ ବାହାରକୁ ଯିବେ। ପ୍ରଭାବଶାଳୀ ଲୋକଙ୍କ ସହିତ ଆପଣଙ୍କର ସାକ୍ଷାତ ହେବ। ଛାତ୍ରୀ ନିଜର ପାଠପଢ଼ା କୌଶଳ ବଦଳାଇପାରନ୍ତି।