publive-imageମେଷ: ଲୋକମାନଙ୍କ ମଧ୍ୟରେ ଆପଣଙ୍କର ମାନ ସମ୍ମାନ ବଢ଼ିବ। ବିଦେଶୀ କଂପାନି ସହ ଚୁକ୍ତି ହେବାର ଯୋଗ ଅଛି। କୌଣସି ବନ୍ଧୁ ସହ ମିଶିବା ଲାଗି ତାଙ୍କ ଘରକୁ ଯିବେ।

Advertisment

publive-imageବୃଷ: ଅକାରଣରେ ଆରମ୍ଭ ହୋଇଥିବା ବାଧା ଆପେଆପେ ଶେଷ ହୋଇଯିବ। ଧର୍ମକାର୍ଯ୍ୟ କରିବାର ଅବସର ପାଇବେ। ପିଲାମାନେ ନିଜର ମନକଥା ବାପାମାଆଙ୍କୁ କହିବେ। ‌

publive-imageମିଥୁନ: ଦାମ୍ପତ୍ୟ ଜୀବନ ସୁଖରେ ପୂର୍ଣ୍ଣ ରହିବ। ସଚ୍ଚୋଟ ଲୋକଙ୍କ ସହଯୋଗରେ ବଡ଼ ପ୍ରକଳ୍ପ ପୂରା କରିବେ। ନୂଆ ବ୍ୟବସାୟ ଆରମ୍ଭ ପୂର୍ବରୁ କାହାରି ପରାମର୍ଶ ନିଅନ୍ତୁ। ‌

publive-imageକର୍କଟ: ଆର୍ଥିକ ସ୍ଥିତି ସୁଦୃଢ଼ କରିବା ଲାଗି ଆପଣଙ୍କ ରଚନାତ୍ମକ କ୍ଷମତା ପ୍ରୟୋଗ କରିବେ। ନୂଆ ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ।

publive-imageସିଂହ: ସମ୍ମୁଖକୁ ଆସୁଥିବା ସବୁ ଆହ୍ବାନର ଦୃଢ଼ ମୁକାବିଲା କରିପାରିବେ। ପ୍ରେମ କରୁଥିବା ଲୋକଙ୍କ ସମ୍ବନ୍ଧରେ ମଧୁରତା ଆସିବ। ବଜେଟକୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ।

publive-imageକନ୍ୟା: ଆତ୍ମବିଶ୍ବାସ ବଳରେ ଆପଣଙ୍କ କାମ ପୂରା କରିନେବେ। ବ୍ୟବସାୟ କାମ ପାଇଁ ଦୂର ସ୍ଥାନକୁ ଯିବେ। ଚାକିରି ବିଷୟରେ ଆପଣ ବହୁତ ସତର୍କ ରହିବେ।

publive-imageତୁଳା: ଘରେ ପୂଜାପାଠର ଆୟୋଜନ କରିପାରନ୍ତି। ଶିକ୍ଷାର୍ଥୀଙ୍କୁ ପରିଶ୍ରମ ଅନୁସାରେ ସଫଳତା ମିଳିବ। ଭଲ ଫଳ ପାଇବା ପାଇଁ ଚାକିରିଆଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ।

publive-imageବିଛା: ଅଧୁରା ଥିବା ସବୁ କାମ ପୂରା କରିପାରିବେ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ପାଇବେ। ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗ ମିଳିବ। ସାମାଜିକ ପରିସର ବୃଦ୍ଧି ହେବ।

publive-imageଧନୁ: କାହାରି ମାମଲାରେ ଦଖଲ ଦେବାରୁ ନିବୃତ୍ତ ରୁହନ୍ତୁ। ବନ୍ଧୁ ଦେଇଥିବା ପରାମର୍ଶ ଗ୍ରହଣ କରିନିଅନ୍ତୁ। ପିଲାମାନଙ୍କ ପାଠପଢ଼ାକୁ ନେଇ ଆପଣ ସତର୍କ ରହିବା ଦରକାର।

publive-imageମକର: କୋର୍ଟ କଚେରି ମାମଲାରେ ନିସ୍ତାର ପାଇବେ। ମାଆଙ୍କ ସ୍ବାସ୍ଥ୍ୟରେ ସୁଧାର ହେବ। ପ୍ରେମୀଯୁଗଳ ଜଣେ ଅନ୍ୟଜଣଙ୍କ ଭାବନାକୁ ସମ୍ମାନ କରିବେ।

publive-image

କୁମ୍ଭ: ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ସବୁ ଅଶାନ୍ତିର ସମାଧାନ ବାହାରିବ। ଜୀବନସାଥୀଙ୍କ ସହ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ। ସୁସ୍ଥ ଓ ସତେଜ ଅନୁଭବ କରିବେ।

publive-imageମୀନ: ଚାକିରି ବୃତ୍ତିରେ ଲାଗି ରହିଥିବା ବାଧା ସମାପ୍ତ ହୋଇଯିବ। ଆର୍ଥିକ କ୍ଷେତ୍ରରେ ଆପଣଙ୍କ ଉନ୍ନତି ହେବ। ବନ୍ଧୁ ସହ ସିନେମା ଦେଖିବାର ଯୋଜନା କରିବେ।