/sambad/media/post_attachments/wp-content/uploads/2017/11/ms-1.jpg)
ମେଷ: କାର୍ଯ୍ୟକ୍ଷେତ୍ରରେ ସାହସ ବଳରେ ଏଭଳି କିଛି କରିବେ ଯାହାଦ୍ବାରା ଉପରିସ୍ଥ କର୍ମଚାରୀ ଆପଣଙ୍କର ଗୁଣଗାନ କରିବେ। ମହିଳାଙ୍କୁ କୌଣସି ଜିନିଷ କିଣିବାରେ ଲାଭ ହେବ।
/sambad/media/post_attachments/wp-content/uploads/2017/11/brus-290x300.jpg)
ବୃଷ: ଅଫିସରେ କୌଣସି କାମ ପୂରା କରିବା ପାଇଁ ଅସ୍ଥିର ହୁଅନ୍ତୁ ନାହିଁ। ଭାଷା ଉପରେ ନିୟନ୍ତ୍ରଣ ରଖନ୍ତୁ। ବ୍ୟବସାୟୀ ଭଲ ଖବର ପାଇବେ। ବୈବାହିକ ଜୀବନ ସୁଖମୟ ରହିବ।
/sambad/media/post_attachments/wp-content/uploads/2017/11/mithun.jpg)
ମିଥୁନ: ଘର ସଫାସୁତୁରା ରଖନ୍ତୁ, ସୁଖ ସମୃଦ୍ଧି ବୃଦ୍ଧି ହେବ। ବ୍ୟବସାୟରେ ପ୍ରତିଷ୍ଠା ଓ ଖ୍ୟାତି ମିଳିବ। ବିରୋଧୀମାନେ କ୍ଷତି କରିବାର ପ୍ରୟାସ କରି ବିଫଳ ହେବେ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।
/sambad/media/post_attachments/wp-content/uploads/2017/11/karkat.jpg)
କର୍କଟ: ଦିନଟି ସୁଖ ଓ ଶାନ୍ତିପୂର୍ବକ ବିତିବ। ଉନ୍ନତି ପାଇଁ ନୂଆ ଅବସର ପାଇବେ। ପ୍ରେମ ସଂପର୍କରେ ମଧୁରତା ରଖିବା ଲାଗି ବାଣୀ ଓ ବ୍ୟବହାରରେ ସଂଯମ ରଖନ୍ତୁ।
/sambad/media/post_attachments/wp-content/uploads/2017/11/singha.jpg)
ସିଂହ: ଆପଣଙ୍କ ମନରେ ନୂଆ ପ୍ରକଳ୍ପର ବିଚାର ଆସିବ। ବିଦେଶ ଯିବା ସ୍ବପ୍ନ ପୂରା ହେବ। ଚାକିରିଆଙ୍କୁ ପଦୋନ୍ନତି ମିଳିପାରେ। ଯାନ କିଣିବା ଲାଗି ମନ ବଳିବ।
/sambad/media/post_attachments/wp-content/uploads/2017/11/kanya.jpg)
କନ୍ୟା: ଆପଣଙ୍କ ବିଚାର ସକାରାତ୍ମକ ରଖନ୍ତୁ। ଆପଣଙ୍କୁ ନିଜ କୁଟୁମ୍ବର ପୂରା ସହଯୋଗ ମିଳିବ। ବେପାରରେ ଲାଭ ହେବାର ଯୋଗ ଅଛି। ପ୍ରେମରେ ସଫଳତା ପାଇବେ।
/sambad/media/post_attachments/wp-content/uploads/2017/11/tula.jpg)
ତୁଳା: ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ। ଆପଣଙ୍କ ବାଣୀ ଓ ବ୍ୟବହାରରେ ମଧୁରତା ଆଣିବେ। ଜୀବନରେ ଉନ୍ନତିର ସୁଯୋଗ ପାଇବେ। କଲେଜ ଛାତ୍ରଛାତ୍ରୀଙ୍କୁ ସଫଳତା ମିଳିପାରେ।
/sambad/media/post_attachments/wp-content/uploads/2017/11/bicha.jpg)
ବିଛା: ଆପଣ ଏଭଳି ବ୍ୟକ୍ତିଙ୍କ ସହ ମିଶିବେ ଯାହାଙ୍କ ଦ୍ବାରା ଜୀବନରେ ପରିବର୍ତ୍ତନ ଆସିବ। ରାଜନୀତି କ୍ଷେତ୍ରରେ ଥିବା ଲୋକ ସାମାଜିକ ସ୍ତରର ଭଲ କାମ ପାଇଁ ସମ୍ମାନ ପାଇବେ।
/sambad/media/post_attachments/wp-content/uploads/2017/10/dhanu.jpg)
ଧନୁ: ଇଚ୍ଛାଶକ୍ତି କିଛିମାତ୍ରାରେ ଆପଣଙ୍କୁ ଅସ୍ଥିର କରିପାରେ। ବ୍ୟବସାୟକୁ ନେଇ ଭଲ ଚୁକ୍ତି ହେବାର ସମ୍ଭାବନା ଅଛି। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।
/sambad/media/post_attachments/wp-content/uploads/2017/11/makar.jpg)
ମକର: କୌଣସି ବ୍ୟକ୍ତି ଆପଣଙ୍କ ଜୀବନରେ ଖୁସି ଓ ଉତ୍ସାହ ନେଇ ଆସିବ। ପରିବାରରେ ବଡ଼ ଆୟୋଜନର ଯୋଜନା କରିପାରନ୍ତି। ମହିଳାଙ୍କୁ ଭଲ ଚାକିରିର ସୁଯୋଗ ମିଳିବ।
/sambad/media/post_attachments/wp-content/uploads/2017/11/kumbha.jpg)
କୁମ୍ଭ: ଆପଣଙ୍କ ଭାବନା ଯଥେଷ୍ଟ ସକାରାତ୍ମକ ରହିବ। ଅଫିସ ଆଲୋଚନାରେ ନିଜ ମତ ରଖିବାରେ ସଫଳ ହେବେ। ଦାମ୍ପତ୍ୟ ଜୀବନରେ ଭଲ ପରିଣାମ ପାଇବେ।
/sambad/media/post_attachments/wp-content/uploads/2017/11/mina.jpg)
ମୀନ: ଆପଣଙ୍କ ମନ ଆଧ୍ୟାତ୍ମିକ ଦିଗକୁ ଢଳି ରହିବ। ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ବ୍ୟବସାୟରେ ଯଥେଷ୍ଟ ଲାଭ ହେବ। ପରିବାରର କାମ ସଂପୂର୍ଣ୍ଣ ହୋଇଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/today-rasifal-8.jpg)