ମେଷ: ଘରର ଦାୟିତ୍ବକୁ ଭଲଭାବେ ବୁଝି ପାରିବେ। ପରିବାର ସହିତ କୌଣସି ଧର୍ମାନୁଷ୍ଠାନକୁ ଯିବେ। ଅଫିସରେ ନିଜ କାର୍ଯ୍ୟ ଉପରେ ଧ୍ୟାନ ଦିଅନ୍ତୁ। କାର୍ଯ୍ୟର ବୋଝ ବଢ଼ିପାରେ।
ବୃଷ: ଅଫିସ କାମ ନିର୍ଦ୍ଧାରିତ ସମୟ ମଧ୍ୟରେ ପୂରା କରିପାରିବେ। ଦାମ୍ପତ୍ୟ ଜୀବନରେ ସୁଖ ମିଳିବ। ପରିଜନଙ୍କ ଠାରୁ ସାହାଯ୍ୟ ପାଇବେ। ବ୍ୟବସାୟରେ ଲାଭ ହେବ।
ମିଥୁନ: ଆପଣଙ୍କୁ ବନ୍ଧୁ ମାଧ୍ୟମରେ ଭଲ ଚାକିରି ମିଳିବ। ତେଜରାତି ଦୋକାନୀଙ୍କର ଭଲ ବିକ୍ରି ହେବ। ଆପଣ ଅନ୍ୟମାନଙ୍କୁ ଯଥା ସମ୍ଭବ ସାହାଯ୍ୟ କରିବେ।
କର୍କଟ: ଅଫିସ କାମରେ ଉପରିସ୍ଥ କର୍ମଚାରୀ ପ୍ରଶଂସା କରିବେ। ରାଜନୀତିରେ ଥିବା ଲୋକଙ୍କୁ ସମ୍ମାନିତ କରାଯିବ। ଶିକ୍ଷକ ବିଦ୍ୟାର୍ଥୀଙ୍କୁ ପାଠ ବୁଝାଇବାରେ ସଫଳ ହେବେ।
ସିଂହ: ଯନ୍ତ୍ରୀଙ୍କ ଲାଗି ଦିନଟି ଭଲ। ପ୍ରିୟଜନଙ୍କ ସହ ଜିନିଷ କିଣିବାକୁ ବଜାର ଯିବେ। ଦାମ୍ପତ୍ୟ ତାଳମେଳ ବଜାୟ ରହିବ। ଋଣ ପାଇଁ କରିଥିବା ଆବେଦନ ସ୍ବୀକୃତ ହୋଇପାରେ।
କନ୍ୟା: ଅଫିସରେ ଆପଣଙ୍କ କାମକୁ ଲୋକେ ପ୍ରଶଂସା କରିବେ। ରାଜନେତାଙ୍କ ଲାଗି ଦିନଟି ଭଲ। ପ୍ରିୟଜନଙ୍କ ସହିତ ବାହାରକୁ ବୁଲି ଯିବେ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।
ତୁଳା: ପରିବାର ସହିତ ବାହାରକୁ ବୁଲି ଯାଇପାରନ୍ତି। ମହିଳାମାନଙ୍କ ଲାଗି ଦିନଟି ଭଲ। ସକାରାତ୍ମକ ମାନସିକତା କାର୍ଯ୍ୟକ୍ଷେତ୍ରରେ ସଫଳତା ଆଣିଦେବ। ଭଲ ଚାକିରି ମିଳିପାରେ।
ବିଛା: ଆପଣଙ୍କ ଦାମ୍ପତ୍ୟ ଜୀବନ ଉତ୍ସାହପୂର୍ଣ୍ଣ ରହିବ। ପନିପରିବା ଓ ଫଳ କାରବାରରେ ଆୟ ବଢ଼ିବ। ପ୍ରେମୀଯୁଗଳ ଜଣେ ଅନ୍ୟଜଣଙ୍କର ଭାବନାକୁ ସମ୍ମାନ କରିବେ।
ଧନୁ: ଭଲ ଜାଗାରୁ ଚାକିରିର ପ୍ରସ୍ତାବ ଆସିପାରେ। ନୂଆ ବ୍ୟବସାୟ କରିବା ଲାଗି ଉତ୍ସାହିତ ହୋଇପାରନ୍ତି। ଆପଣଙ୍କର ପଦ ପ୍ରତିଷ୍ଠା ବୃଦ୍ଧି ହେବ। ଛାତ୍ରଙ୍କୁ କିଛି ନୂଆ ଶିଖିବାକୁ ମିଳିବ।
ମକର: ଶରୀର ସୁସ୍ଥ ଓ ସତେଜ ରହିବ। କଳାକ୍ଷେତ୍ରରେ ଆପଣଙ୍କର ରୁଚି ବଢ଼ିବ। ଜୀବନସାଥୀ ଖୁସିର ପରିବେଶ ସୃଷ୍ଟି କରିବେ। ବସ୍ତ୍ର ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ।
କୁମ୍ଭ: ପ୍ରସାଧନ ବ୍ୟବସାୟୀଙ୍କର ବିକ୍ରି ବଢ଼ିବ। ଅଯଥା ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ବଡ଼ଙ୍କର ପରାମର୍ଶ ଉତ୍ତମ ମାର୍ଗଦର୍ଶକ କରିବ। ଶତ୍ରୁଙ୍କୁ ପରାସ୍ତ କରିବେ।
ମୀନ: ଆପଣଙ୍କ ମନ କାମରେ ଲାଗିବ। ଦାମ୍ପତ୍ୟ ଜୀବନରେ ଖୁସି ଖବର ପାଇବେ। କାର୍ଯ୍ୟକ୍ଷେତ୍ରରେ ପ୍ରତିଷ୍ଠା ବଢ଼ିବ। ପ୍ରେମୀଯୁଗଳ ନିଜ ସମ୍ବନ୍ଧ ବିଷୟରେ ଘର ଲୋକଙ୍କୁ କହିବେ।