publive-imageମେଷ: କାମ ସଂପୂର୍ଣ୍ଣ କରିବାରେ ଜୀବନସାଥୀର ସହଯୋଗ ପାଇବେ। ଯାନ କିଣିବା ଲାଗି ମନ ସ୍ଥିର କରିବେ। ପ୍ରିୟଜନଙ୍କ ଠାରୁ ଉପହାର ମିଳ​ିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।

Advertisment

publive-imageବୃଷ: ନବବିବାହିତ ଦମ୍ପତି ବାହାରକୁ ବୁଲି ଯିବେ। ଅଫିସରେ ଆପଣଙ୍କ କାମ ସଭିଙ୍କୁ ପ୍ରଭାବିତ କରିବ। ଅଳଙ୍କାର ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ। ଖର୍ଚ୍ଚ କମ୍ କରନ୍ତୁ।

publive-imageମିଥୁନ: ବ୍ୟବସାୟରେ ଯଥେ‌ଷ୍ଟ ଲାଭ ହେବ। ନିବେଶ ବିଷୟରେ ବଡ଼ ଲୋକଙ୍କ ପରାମର୍ଶ ମିଳିବ। ବିଦ୍ୟାର୍ଥୀ ନିଜର ପାଠପଢ଼ାରେ ଧ୍ୟାନ ଦିଅନ୍ତୁ। ଓକିଲଙ୍କ ଲାଗି ଦିନଟି ଭଲ।

publive-imageକର୍କଟ: ଜରୁରୀ କାମରେ ବ୍ୟସ୍ତ ରହିବେ। ଅଫିସରେ ନୂଆ ନୂଆ ଲୋକଙ୍କ ସହିତ ପରିଚୟ ହେବ। କଲେଜ ଛାତ୍ରଛାତ୍ରୀଙ୍କର ମନ ଲେଖାପଢ଼ାରେ ଲାଗି ରହିବ।

publive-imageସିଂହ: ବ୍ୟବସାୟ ପାଇଁ ଭଲ ମଉକା ଅଛି। ଜୀବନସାଥୀଙ୍କ ପାଇଁ ବିଶେଷ କାମ କରିବେ। ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ। ବିଦ୍ୟାର୍ଥୀ ଭଲ-ଖରାପ ଭିତରେ ପ୍ରଭେଦ ଜାଣିବେ।

publive-imageକନ୍ୟା: ଆପଣ କାର୍ଯ୍ୟକ୍ଷେତ୍ରରେ ବ୍ୟସ୍ତ ରହିବେ। ବ୍ୟବସାୟୀଙ୍କ ଲାଗି ଦିନଟି ଭଲ। ନୂଆ ଲୋକଙ୍କ ସହିତ ପରିଚୟ ହେବ। କୋର୍ଟ କଚେରିର ଫଇସଲା ଆପଣଙ୍କ ପକ୍ଷରେ ଆସିବ।

publive-imageତୁଳା: ପୁରୁଣା ବନ୍ଧୁ ସହିତ ସାକ୍ଷାତ ହେବ। କାମରେ ଲାଗି ରହିଥିବା ବାଧା ସମାପ୍ତ ହେବ। ଶିକ୍ଷକଙ୍କ ଲାଗି ଦିନଟି ବହୁତ ଭଲ। ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ।

publive-imageବିଛା: ଗରିବ ଲୋକଙ୍କ ସାହାଯ୍ୟ କରିବାର ମଉକା ପାଇବେ। ପ୍ରିୟଜନଙ୍କ ସହିତ ଫୋନରେ ଦୀର୍ଘ ସମୟ କଥା ହେବେ। ବିଦ୍ୟାର୍ଥୀଙ୍କୁ ଆହୁରି ପରିଶ୍ରମ କରିବାକୁ ହେବ।

publive-imageଧନୁ: ରାଜନୀତି କ୍ଷେତ୍ରରେ ମାନ ସମ୍ମାନ ବଢ଼ିବ। ସରକାରୀ ଚାକିରିଆଙ୍କୁ ପଦୋନ୍ନତି ମିଳିବ। ଜୀବନସାଥୀଙ୍କୁ ଉପହାର ଦେଇପାରନ୍ତି। ସମ୍ପର୍କୀୟ ଆପଣଙ୍କ ଠାରୁ ପରାମର୍ଶ ନେବେ।

publive-imageମକର: କ୍ରୀଡ଼ାବିତ୍‌ଙ୍କୁ ବଡ଼ ପ୍ରତିଯୋଗିତାରେ ଭାଗ ନେବାର ମଉକା ମିଳିବ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ବ୍ୟସ୍ତତା ଭରା ରହିବ।

publive-image

କୁମ୍ଭ: କାର୍ଯ୍ୟକ୍ଷେତ୍ରରେ ପୂର୍ବ ପରିଚୟରୁ ଲାଭ ହେବ। ଅଟକି ରହିଥିବା କାମ ସଂପୂର୍ଣ୍ଣ କରିବାରେ ସଫଳ ହେବେ। ଦାମ୍ପତ୍ୟ ବୁଝାମଣା ବଜାୟ ରହିବ। ଆପଣଙ୍କ ସ୍ବାସ୍ଥ୍ୟ ଭଲ ରହିବ।

publive-imageମୀନ: କଠିନ କାର୍ଯ୍ୟ ପୂରା କରିବାରେ ସଫଳ ହେବେ। ବୁଲି ଯିବାର ଯୋଜନା କରିବେ। ବେକାରଙ୍କୁ ରୋଜଗାରର ସୁଯୋଗ ମିଳିବ। ଘରର ଜିନିଷ କିଣିବା ପାଇଁ ବଜାର ଯିବେ।