publive-imageମେଷ: କୌଣସି ଜରୁରୀ କାମ ପୂରା କରିବାରେ ସଫଳ ହେବେ। ଜୀବନସାଥୀଙ୍କ ସହ ସମ୍ବନ୍ଧ ଭଲ ରହିବ। ନିଜ ମାନ ମର୍ଯ୍ୟାଦାର ଧ୍ୟାନ ରଖନ୍ତୁ। କାରବାରରେ ସ୍ଥିରତା ବଜାୟ ରହିବ। ‌

Advertisment

publive-imageବୃଷ: ଧୈର୍ଯ୍ୟଧରି କାମ କରିବେ। ଅଚାନକ ଧନଲାଭ ହୋଇପାରେ। ବନ୍ଧୁ ସହ ବାହାରକୁ ବୁଲି ଯିବାର ଯୋଜନା କରିବେ। ଛାତ୍ର ଭବିଷ୍ୟତ ଲାଗି ଯୋଜନା ତିଆରି କରି ପଢ଼ନ୍ତୁ। ‌

publive-imageମିଥୁନ: ଜୀବନକୁ ସୁନ୍ଦର କରିବା ଲାଗି କିଛି ନୂଆ ଓ ରଚନାତ୍ମକ କରିବେ। ସକାରାତ୍ମକ ଭାବନା ସଫଳତା ଆଣିଦେବାରେ ସହାୟକ ହେବ। ଜୀବନସାଥୀଙ୍କ ପ୍ରତି ଆଦର ବଢ଼ିବ। ‌

publive-imageକର୍କଟ: ଆପଣଙ୍କର ସବୁ କଷ୍ଟ ନିବାରଣ ହେବ। ବ୍ୟାଙ୍କରେ ଋଣ ସମ୍ବନ୍ଧୀୟ କୌଣସି କାମ ସଂପୂର୍ଣ୍ଣ ହୋଇଯିବ। ବିବାହିତ ବ୍ୟକ୍ତି ସାଥୀଙ୍କ ସହ ଭଲ ସମୟ ଅତିବାହିତ କରିବେ। ‌

publive-imageସିଂହ: ଘରେ କୌଣସି ମାମଲାକୁ ନେଇ ବିବାଦ ହୋଇପାରେ। ସମାଜରେ ମାନ ସମ୍ମାନ ବଜାୟ ରଖିବା ଲାଗି ପରିଶ୍ରମ କରିବାକୁ ହେବ। ସାହିତ୍ୟିକଙ୍କ ଲାଗି ଭଲ ଦିନଟିଏ। ‌

publive-image
କନ୍ୟା: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ସମାଜରେ ପ୍ରସିଦ୍ଧି ବଢ଼ିବ। ବ୍ୟବସାୟୀ ଅନ୍ୟମାନଙ୍କୁ ନିଜ ମତରେ ସହମତ କରାଇନେବେ। ପାରିବାରିକ ଜୀବନ ସୁଖକର ହେବ।

publive-imageତୁଳା: ଜୀବନରେ ନୂଆ ଖୁସିର ସଂକେତ ମିଳିପାରେ। ଇଂଜିନିଅରଙ୍କୁ ଶୀଘ୍ର ଲାଭ ମିଳିବ। ଅଧ୍ୟାପକଙ୍କ ଲାଗି ଦିନଟି ଭଲ। ସାଥୀଙ୍କ ସହ ନାଟକ ଦେଖିବାର ଯୋଜନା କରିବେ।

publive-imageବିଛା: ଅଫିସରେ କୌଣସି କାମରେ ବାଧା ଆସିପାରେ। ଭାଗୀଦାରି କାମରେ ଆପଣଙ୍କୁ ଲାଭ ମିଳିବ। ଆପଣଙ୍କ ବିଶେଷତ୍ବ ଲୋକମାନଙ୍କ ସମ୍ମୁଖକୁ ଆସିବ।

publive-imageଧନୁ: ଉଦ୍ୟମର ସକାରାତ୍ମକ ଫଳ ମିଳିବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ପ୍ରେମୀଯୁଗଳ ଏକାଠି ସମୟ କାଟିବାକୁ ଚାହିଁବେ। ବିଜ୍ଞାନ ଛାତ୍ରଙ୍କ ଲାଗି ଦିନଟି ଭଲ।

publive-image
ମକର: ବିଶେଷ କାମ ପ୍ରଥମେ ସଂପୂର୍ଣ୍ଣ କରିବାକୁ ଚେଷ୍ଟା କରିବେ। ବିରୋଧୀ ଆପଣଙ୍କ ଠାରୁ ଦୂରେଇ ରହିବେ। ଜୀବନସାଥୀ ଆପଣଙ୍କ ଭାବନାକୁ ବୁଝିବାକୁ ଚେଷ୍ଟା କରିବେ।

publive-image

କୁମ୍ଭ: ଆପଣ ଗୁରୁତ୍ବପୂର୍ଣ୍ଣ କାମରେ ସଫଳତା ପାଇବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଅନ୍ତରଙ୍ଗ ବନ୍ଧୁ ସହ ସିନେମା ଦେଖିବାର ଯୋଜନା କରିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।

publive-imageମୀନ: ଆପଣଙ୍କ ସମ୍ମୁଖକୁ ଭଲ ଅବସର ଆସିବ। ପର୍ଯ୍ୟଟନ କ୍ଷେତ୍ରରେ ଥିବା ଲୋକଙ୍କୁ ଲାଭ ହେବ। ଭୁଲ୍‌ ସଂଶୋଧନ ଲାଗି ନୂଆ ଯୋଜନା କରିବେ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।