publive-imageମେଷ: ଯନ୍ତ୍ରୀମାନଙ୍କ ପାଇଁ ଲାଭ ଦେବ। ବ୍ୟବସାୟରେ ବାପାଙ୍କର ସାହାଯ୍ୟ ପାଇବେ। ପିଲାମାନଙ୍କ ସହ ସମୟ କାଟିବେ। ଯାନ କିଣିବାକୁ ମନ ବଳିବ। ଘରକୁ କୁଣିଆ ଆସିବେ।

Advertisment

publive-imageବୃଷ: କୌଣସି ଆହ୍ବାନ ଆସିବ। କ୍ୟାରିୟର ସମ୍ବନ୍ଧୀୟ ଚୟନ ପାଇଁ ଭଲ ଦିନଟିଏ। ସ୍ବାସ୍ଥ୍ୟ ପ୍ରତି ସତର୍କ ରହନ୍ତୁ। ନବବିବାହିତ ଦମ୍ପତି ବାହାରକୁ ବୁଲି ଯିବେ। ଚାରୁକଳା ଛାତ୍ରଙ୍କ ଲାଗି ଶୁଭ।

publive-imageମିଥୁନ: ଚାକିରିଆଙ୍କୁ ପଦୋନ୍ନତି ମିଳିବ। ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଗୃହିଣୀମାନେ ଘର କାମରେ ବ୍ୟସ୍ତ ରହିବେ। ପ୍ରତିଯୋଗିତାମୂଳକ ପରୀକ୍ଷାରେ ଉପକୃତ ହେବେ।

publive-image

କର୍କଟ: ମହିଳାମାନଙ୍କ ପାଇଁ ଦିନଟି ଆରାମଦାୟକ ରହିବ। ବହୁରାଷ୍ଟ୍ରୀୟ କଂପାନିରୁ ଚାକିରି ପାଇଁ କଲ୍ ଆସିପାରେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଦାମ୍ପତ୍ୟ ମଧୁରତା ବଜାୟ ରହିବ।

publive-imageସିଂହ: ଚଞ୍ଚଳ ସ୍ବଭାବ ପାଇଁ ଲୋକେ ପ୍ରଭାବିତ ହେବେ। ଦୀର୍ଘ ଦିନରୁ ଭାବିଥିବା କାମ ସଂପୂର୍ଣ୍ଣ ହୋଇଯିବ। କର୍ତ୍ତୃପକ୍ଷ କାମ ଦେଖି ପ୍ରଶଂସା କରିବେ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।

publive-imageକନ୍ୟା: ରାଜନେତାଙ୍କ ଲାଗି ଭଲ ଦିନଟିଏ। ଗୃହିଣୀମାନେ ପିଠାପଣା ତିଆରି କରି ଜୀବନସାଥୀଙ୍କୁ ଖୁଆଇବେ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

publive-imageତୁଳା: ପରିବାର ଲୋକଙ୍କ ସହିତ ସମୟ ଅତିବାହିତ କରିବେ। ଧର୍ମକାର୍ଯ୍ୟରେ ଶାନ୍ତି ପାଇବେ। ବେପାରୀଙ୍କୁ ଅଚାନକ ଧନଲାଭ ହୋଇପାରେ। ସନ୍ତାନଙ୍କ ଶିକ୍ଷାରେ ଉନ୍ନତି ସମ୍ଭାବନା।

publive-imageବିଛା: ସବୁ କାମ ସହଜରେ ହୋଇଯିବ। ବ୍ୟବସାୟ କାମରେ ବନ୍ଧୁ ସହିତ ବାହାରକୁ ଯି‌ବେ। ଦାମ୍ପତ୍ୟ ଜୀବନ ବହୁତ ଭଲ ରହିବ। ବିଜ୍ଞାନ ଛାତ୍ରଛାତ୍ରୀଙ୍କୁ ଚାକିରିର ସୁଯୋଗ ମିଳିପାରେ।

publive-imageଧନୁ: ପରିବାର ଲୋକେ ମନୋରଂଜନ କାର୍ଯ୍ୟରେ ଆନନ୍ଦ ଉପଭୋଗ କରିବେ। ବ୍ୟବସାୟରେ ଅଚାନକ ଧନଲାଭ ହେବ। ବିନା କାରଣରେ ପରିବାର ଲୋକଙ୍କ ଉପରେ ରାଗନ୍ତୁ ନାହିଁ।

publive-imageମକର: ବେପାରରେ ଅଚାନକ ଧନଲାଭ ହେବ। ଗରିବଙ୍କୁ ସାହାଯ୍ୟ କରିବେ। କାମ ପୂର୍ବରୁ ବାପାମାଆଙ୍କର ଆଶୀର୍ବାଦ ନିଅନ୍ତୁ। କଳାକ୍ଷେତ୍ରରେ ଥିବା ଲୋକଙ୍କୁ ସମ୍ମାନ ପ୍ରାପ୍ତ ହେବ।

publive-image

କୁମ୍ଭ: ଭାଗ୍ୟ ପୂରା ସାଥ ଦେବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ। ପ୍ରେମୀ ଯୁଗଳ ପରସ୍ପରକୁ ଉପହାର ଦେବେ। ପରିବାର ଲୋକଙ୍କ ସହିତ କୌଣସି ଜରୁରୀ ମାମଲାରେ କଥା ହେବେ।

publive-imageମୀନ: ଦୀର୍ଘ ଦିନର ପ୍ରୟାସରେ ସନ୍ତୋଷଜନକ ଫଳ ପାଇବେ। ପାରିବାରିକ ଜୀବନ ଆନନ୍ଦମୟ ରହିବ। ଜୀବନସାଥୀ ଉପରେ ଭରସା ବଜାୟ ରଖନ୍ତୁ। ପ୍ରସାଧନ ବ୍ୟବସାୟୀଙ୍କ ଲାଭ ହେବ।