publive-imageମେଷ: ବ୍ୟବସାୟରେ ସଫଳତା ପାଇବେ। କୌଣସି ନୂଆ କଥା ଆପଣଙ୍କ ମସ୍ତିଷ୍କରେ ଘୂରି ବୁଲିବ। ସନ୍ତାନ ପକ୍ଷରୁ ଖୁସି ଖବର ପାଇବେ। ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ।

Advertisment

publive-imageବୃଷ: ଭଲ ଖବର ପାଇବାର ଯୋଗ ଅଛି। ଚାକିରି କ୍ଷେତ୍ରରେ ଆପଣଙ୍କର ପ୍ରଭାବ ବଢ଼ିବ। ଆପଣଙ୍କର ବେତନ ବଢ଼ିପାରେ। ଅଯଥା ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।

publive-imageମିଥୁନ: ବୈବାହିକ ଜୀବନରେ ଖୁସି ଆସିବ। ଅଫିସରେ ଦିନଟି ବହୁତ ଭଲ ରହିବ। ନିଜ ଘରର ସୌନ୍ଦର୍ଯ୍ୟୀକରଣ କାମ କରାଇବେ। କର୍ମକ୍ଷେତ୍ରରେ ଭଲ ଅବସର ପାଇବେ।

publive-image

କର୍କଟ: ଦିନଟି ଆପଣଙ୍କ ଲାଗି ଉନ୍ନତିର ନୂଆ ରାସ୍ତା ଖୋଲିଦେବ। ଭାବିଚିନ୍ତି ସମସ୍ୟାର ସମାଧାନ ବାହାର କରିବେ। ଆପଣଙ୍କୁ ଚାକିରିରେ ଉତ୍ତମ ପରିଣାମ ମିଳିବ।

publive-imageସିଂହ: ନିଜର କାମ ନିର୍ଦ୍ଧାରିତ ସମୟରେ ପୂରା କରି ଖୁସି ଅନୁଭବ କରିବେ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାଇପାରପନ୍ତି। ଘରେ ସୁଖ ସମୃଦ୍ଧି ବୃଦ୍ଧି ହେବ।

publive-imageକନ୍ୟା: ଆପଣଙ୍କୁ ଭାଗ୍ୟର ସହଯୋଗ ମିଳିବ। ଆପଣଙ୍କର ସବୁ ଭଲଭାବେ ସଂପୂର୍ଣ୍ଣ ହେବ। ସନ୍ଧ୍ୟାରେ ପରିବାର ସହିତ ବିତାଇବେ। ବେପାର ପାଇଁ ଦିନଟି ଲାଭଦାୟକ ସାବ୍ୟସ୍ତ ହେବ।

publive-imageତୁଳା: ବୈବାହିକ ସମ୍ବନ୍ଧରେ ସୁଧାରର ସମ୍ଭାବନା ବଢ଼ିବ। ଚାହୁଁନଥିଲେ ବି କିଛି ଖର୍ଚ୍ଚ କରିବାକୁ ପଡ଼ିବ। ନିଜର ପରିଶ୍ରମ ବଳରେ ପ୍ରସିଦ୍ଧି ବଢ଼ାଇବେ।

publive-imageବିଛା: ଜୀବନରେ ସକାରାତ୍ମକ ଭାବନ ସହିତ ଆଗକୁ ବଢ଼ିବେ। ନିଜ କାମରେ ଆପଣଙ୍କର ବିଶ୍ବାସ ବଢ଼ିବ। ପାରିବାରିକ ଜୀବନରେ ଖୁସି ରହିବ। ଆର୍ଥିକ ଲାଭ ହେବାର ଯୋଗ ଅଛି।

publive-imageଧନୁ: ଆପଣ କୌଣସି ଯୋଜନା ଉପରେ କାମ କରିବେ। ଭଲ ଖବର ପାଇବେ। ବେପାର ବଢ଼ିବ। ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ମନୋମାଳିନ୍ୟ ସମାପ୍ତ ହେବ।

publive-imageମକର: ନିଜ ପରିଶ୍ରମ ଓ ସାମର୍ଥ୍ୟ ବଳରେ କାର୍ଯ୍ୟକ୍ଷେତ୍ରରେ ବହୁତ କିଛି ହାସଲ କରିବେ। ପ୍ରେମୀଯୁଗଳଙ୍କ ଲାଗି ଭଲ ଦିନଟିଏ। ମନରେ ଅନ୍ୟ ପ୍ରତି ମଧୁର ଭାବନା ବିକାଶ ହେବ।

publive-image

କୁମ୍ଭ: ନୂଆ ଚୁକ୍ତି କରିବା ପୂର୍ବରୁ ଭଲଭାବେ ଭାବି ନିଅନ୍ତୁ। ଅଚାନକ ଧନପ୍ରାପ୍ତିର ସମ୍ଭାବନା ଅଛି। ବେପାରରେ ନୂଆ ପ୍ରଗତି କରିବେ। ସରକାରୀ ଚାକିରିଆଙ୍କୁ ନୂଆ ବାସଭବନ ମିଳିପାରେ।

publive-imageମୀନ: କାର୍ଯ୍ୟକ୍ଷେତ୍ରରେ ସଫଳତାର ନୂଆ ସମ୍ଭାବନା ସୃଷ୍ଟି ହେବ। କୌଣସି ଭଲ ଖବର ପାଇବେ। ପାରିବାରିକ ଜୀବନରେ ସ୍ନେହଶ୍ରଦ୍ଧା ବଢ଼ିବ। କାମରେ ଚାପ ଲାଗି ରହିବ।