ମେଷ: ଆପଣଙ୍କ କାମରେ ଉପରିସ୍ଥ କର୍ମଚାରୀ ଖୁସି ହେବେ। ପିଲାମାନେ ଆପଣଙ୍କ ସହିତ ଖେଳିବା ପାଇଁ ଜିଦ୍ କରିବେ। ପିତାଙ୍କ ବ୍ୟବସାୟର ଦାୟିତ୍ବକୁ ସୁଚାରୁରୂପେ ତୁଲାଇବେ।
ବୃଷ: ନିଜକୁ ଭିନ୍ନ ଭୂମିକାରେ ଉପସ୍ଥାପିତ କରିବେ। ଆପଣଙ୍କ ବ୍ୟବସାୟ କୌଶଳ ବଦଳିବ। ଆମଦାନି ବୃଦ୍ଧି କରିବା ଲାଗି ଅବସର ପାଇବେ। ପ୍ରେମରେ ସଫଳତା ମିଳିବ।
ମିଥୁନ: ଅଫିସରେ କାର୍ଯ୍ୟଭାର ବୃଦ୍ଧି ହୋଇପାରେ। ପାରିବାରିକ ଜୀବନ ସୁଖକର ହେବ। ଜୀବନସାଥୀଙ୍କ ଠାରୁ କିଛି ଉପହାର ପାଇବେ। ଛାତ୍ରଛାତ୍ରୀଙ୍କୁ ଭଲ ପରିଣାମ ମିଳିବ।
କର୍କଟ: ଆପଣଙ୍କର ପ୍ରଶଂସା ସୁଦୂରପ୍ରସାରୀ ହେବ। ପ୍ରସାଧନ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। କୌଣସି ପୁରୁଣା ଜିନିଷ ଆପଣଙ୍କ ହାତକୁ ଆସିବ ଯାହା ଦେଖି ଆପଣ ଖୁସି ହେବେ।
ସିଂହ: ପାରିବାରିକ ସମସ୍ୟାର ସମାଧାନ କରିନେବେ। ବ୍ୟବସାୟ ନେଇ ଏଭଳି ଯୋଜନା କରିବେ ଯାହା ଦ୍ବାରା ଆପଣଙ୍କର ଲାଭ ହିଁ ଲାଭ ହେବ। ଚାକିରିଆଙ୍କର ଉନ୍ନତି ହେବ।
କନ୍ୟା: ବ୍ୟବସାୟରେ ବଡ଼ ସଫଳତା ପାଇବେ। ଭାଇ ଭଉଣୀଙ୍କ ସହିତ ସନ୍ଧ୍ୟା ସମୟ କଟିବ। ନୂଆ କାମ ଆରମ୍ଭ କରିବା ଲାଗି ଭାବି ପାରନ୍ତି। ସମାଜରେ ଆପଣଙ୍କର ମାନ ସମ୍ମାନ ବଢ଼ିବ।
ତୁଳା: କାମ ସଂପୂର୍ଣ୍ଣ କରିବାରେ ପୂରା ଧ୍ୟାନ ଲାଗି ରହିବ। ଘରର କୌଣସି ଜିନିଷ ମରାମତି କରିବେ। ମହିଳାମାନଙ୍କୁ ଆରାମ ମିଳିବ। ପିଲାମାନେ ଖେଳକୁଦରେ ଅଧିକ ସମୟ କାଟିବେ।
ବିଛା: ଅନ୍ୟମାନଙ୍କ ସହିତ ସେବେ ବନ୍ଧୁତା କରନ୍ତୁ ଯେବେ ତାଙ୍କ ସମ୍ବନ୍ଧରେ ପୂରା ଜାଣିନେବେ। ବାପା ଆପଣଙ୍କ ବ୍ୟବସାୟରେ ସହଯୋଗ କରିବେ। ନବବିବାହିତ ବାହାରକୁ ବୁଲି ଯିବେ।
ଧନୁ: ଛୋଟମୋଟ କାମରେ ସକାରାତ୍ମକ ଫଳ ପାଇବେ। ଅଫିସ କାମ ପୂରା ଧ୍ୟାନ ଦେଇ କରନ୍ତୁ। ଜମି ଦଲାଲଙ୍କ କାମ ସୁରୁଖୁରରେ ସମାପ୍ତ ହେବ। ଲିଖନ କାର୍ଯ୍ୟରେ ମନ ଲାଗି ରହିବ।
ମକର: ପୁରୁଣା କାର୍ଯ୍ୟ ପାଇଁ ପ୍ରଶଂସା ପାଇବେ। ଯୁବକଙ୍କୁ ଭଲ ଚାକିରି ମିଳିବାର ସମ୍ଭାବନା ଅଛି। ପିଲାମାନଙ୍କୁ କ୍ୟାରିୟର ବିଷୟରେ ଖୁସି ଖବର ମିଳିବ। ଦାମ୍ପତ୍ୟ ଜୀବନ ଭଲ ରହିବ।
କୁମ୍ଭ: କ୍ୟାରିୟରକୁ ସୁଦୃଢ଼ କରିବା ପ୍ରୟାସର ଭଲ ପରିଣାମ ପାଇବେ। ସନ୍ଧ୍ୟାରେ ଜୀବନସାଥୀଙ୍କ ସହ ଭଲ ସମୟ କାଟିବେ। ଶାରୀରିକ ଦୃଷ୍ଟିରୁ ସ୍ବାସ୍ଥ୍ୟ ଭଲ ରହିବ।
ମୀନ: ପାରିବାରିକ ମାମଲା ନେଇ ଭଲଭାବେ ଚିନ୍ତା କରନ୍ତୁ। ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ବରିଷ୍ଠଙ୍କର ସହଯୋଗ ମିଳିବ। ସମାଜରେ କରିଥିବା କାମ ପାଇଁ ପ୍ରସିଦ୍ଧି ବଢ଼ିବ।