publive-imageମେଷ: ଜୀବନକୁ ସୁନ୍ଦର କରି ଗଢ଼ିବା ପାଇଁ ଚେଷ୍ଟା କରିବେ। ଘରକୁ କିଛି ବନ୍ଧୁ ଆସିପାରନ୍ତି। ଅଫିସରେ କାମ ଚାପ ରହିବ। ବିଦ୍ୟାର୍ଥୀଙ୍କୁ ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ।

Advertisment

publive-imageବୃଷ: କୌଣସି ଭଲ ଖବର ପାଇବେ। ଅଫିସରେ ଆପଣଙ୍କୁ ନୂଆ କାମ ମିଳିପାରେ। ବାପା ମାଆଙ୍କ ସହିତ ସମାରୋହକୁ ଯାଇପାରନ୍ତି। ଅଫିସରେ ମହିଳାମାନଙ୍କୁ ପ୍ରୋତ୍ସାହନ ମିଳିବ।

publive-imageମିଥୁନ: ଦିନଟି ଆପଣଙ୍କ ଜୀବନରେ ନୂଆ ଖୁସି ନେଇ ଆସିବ। ଲକ୍ଷ୍ୟ ଶୀଘ୍ର ହାସଲ କରିବା ପାଇଁ ଚେଷ୍ଟା କରିବେ। ମାନ ସମ୍ମାନ ବଢ଼ିବ। ଯୋଗ କେନ୍ଦ୍ର ଖୋଲିବା ଲାଗି ଦିନଟି ଭଲ।

publive-image

କର୍କଟ: କାମ ପୂରା କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ହେବ। ପାରିବାରିକ ସମ୍ବନ୍ଧ ନିବିଡ଼ ହେବ। ହୋଟେଲ ଓ ରେସ୍ତୋରାଁ ବ୍ୟବସାୟୀଙ୍କ ପାଇଁ ଦିନଟି ଭଲ।

publive-imageସିଂହ: କିଛି ଦିନରୁ ଅଟକିଥିବା କାମ ପୂରା ହୋଇଯିବ। ପର୍ଯ୍ୟଟନ ବ୍ୟବସାୟୀଙ୍କ ଲାଭ ବଢ଼ିବ। ନବ ବିବାହିତ କୌଣସି ଧର୍ମାନୁଷ୍ଠାନକୁ ଯିବେ। ଛାତ୍ରଙ୍କ ଲାଗି ଦିନଟି ଭଲ।

publive-imageକନ୍ୟା: ପରିବାର ସହିତ ଅଭୁଲା କ୍ଷଣର ଆନନ୍ଦ ଉପଭୋଗ କରିବେ। ବନ୍ଧୁଙ୍କୁ ଭେଟିବା ପାଇଁ ତାଙ୍କ ଘରକୁ ଯାଇପାରନ୍ତି। କୌଣସି ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ।

publive-imageତୁଳା: ଦୀର୍ଘ ଦିନରୁ ଅଟକିଥିବା କାମ ସଂପୂର୍ଣ୍ଣ ହେବ। ସମାଜରେ ଆପଣଙ୍କ କାମକୁ ନେଇ ସମ୍ମାନିତ ହେବେ। ଜୀବନସାଥୀଙ୍କ ସହ ଲାଗି ରହିଥିବା ମନୋମାଳିନ୍ୟ ସମାପ୍ତ ହୋଇଯିବ।

publive-imageବିଛା: କୌଣସି କାମ କରିବା ପୂର୍ବରୁ ବୟୋଜ୍ୟେଷ୍ଠଙ୍କ ଆଶୀର୍ବାଦ ନିଅନ୍ତୁ। ଆୟ ଅନୁଯାୟୀ ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।

publive-imageଧନୁ: ପରିବାରରେ ଆପଣଙ୍କ ଗୁଣର ପ୍ରଶଂସା ହୋଇପାରେ। ଜୀବନସାଥୀଙ୍କ ସହିତ ରାତ୍ରିଭୋଜନ ପାଇଁ ଯୋଜନା କରିବେ। ପ୍ରତିଯୋଗୀ ଛାତ୍ରଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ।

publive-imageମକର: ନୂଆ ଲୋକଙ୍କ ନିକଟରେ ସଂଯମୀ ରହନ୍ତୁ। ନୂଆ କାମରେ ବଡ଼ ଲୋକଙ୍କର ପରାମର୍ଶ ନେବା ଭଲ। ଧାର ନେବା ଦେବାରୁ ନିବୃତ୍ତ ରହନ୍ତୁ। ଡାକ୍ତରଙ୍କ ଲାଗି ଦିନଟି ଭଲ।

publive-image

କୁମ୍ଭ: କୌଣସି ବିଶେଷ କାମ ସଂପୂର୍ଣ୍ଣ କରିବେ। ନିଜ ପସନ୍ଦର ପୁସ୍ତକ ପଢ଼ିବେ। ବ୍ୟବସାୟରେ ଲାଭ ହେବାର ଯୋଗ ଅଛି। ସମ୍ବନ୍ଧରେ ଲାଗି ରହିଥିବା ଭୁଲ୍ ଧାରଣା ଦୂର ହେ‌ବ।

publive-imageମୀନ: ପରିବାରର ଇଚ୍ଛା ପୂରା କରିବା ପାଇଁ ଚେଷ୍ଟା କରିବେ। ନୂଆ ଲୋକଙ୍କ ସହିତ ଭାଗୀଦାରି କରିବାର ମଉକା ପାଇବେ। ସକାରାତ୍ମକ ଚିନ୍ତା ଆପଣଙ୍କ ଲାଗି ଲାଭଦାୟକ ସାବ୍ୟସ୍ତ ହେବ।