publive-imageମେଷ: ଭଲ ସୁଯୋଗ ଅପେକ୍ଷା କରି ରହିଛି। କାର୍ଯ୍ୟକ୍ଷେତ୍ରରେ ମନୋଯୋଗରେ କାମ କରିବେ। ପ୍ରିୟଜନ ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ। ସ୍ବାସ୍ଥ୍ୟ ପାଇଁ ଖର୍ଚ୍ଚ କରିବେ।

Advertisment

publive-imageବୃଷ: ବ୍ୟବସାୟ ବୃଦ୍ଧି ଲାଗି ନୂଆ କୌଶଳ ଗ୍ରହଣ କରିବେ। ବେକାରଙ୍କୁ ରୋଜଗାର ମିଳିବ। ରାଜନୀତିରେ ଯୋଗାଯୋଗ ଭଲ ରହିବ। ବୈବାହିକ ଜୀବନରେ ମଧୁରତା ଆସିବ।

publive-imageମିଥୁନ: ଭବିଷ୍ୟତ ସୁଧାରିବା ଲାଗି ନୂଆ ପଦକ୍ଷେପ ନେବେ। ଆପଣଙ୍କ କାର୍ଯ୍ୟଶୈଳୀରେ କର୍ତ୍ତୃପକ୍ଷ ପ୍ରଭାବିତ ହେବେ। ବେପାରୀବର୍ଗ ନୂଆ କାମରେ ପୁଞ୍ଜି ଲଗାଇଲେ ଲାଭ ହେବ।

publive-image

କର୍କଟ: ଆପଣଙ୍କ ମନରେ କିଛି ଆଶା ଉତ୍ପନ୍ନ ହେବ। ଜୀବନସାଥୀଙ୍କର ସଂପୂର୍ଣ୍ଣ ସହଯୋଗ ପାଇବେ। ଅଫିସରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ। ଖେଳାଳିଙ୍କ ଲାଗି ଦିନଟି ଭଲ।

publive-imageସିଂହ: ନୂଆ କାମ ନୂଆ ଢଙ୍ଗରେ କରିବାକୁ ଚେଷ୍ଟା କରିବେ। ଗଣମାଧ୍ୟମ କର୍ମଚାରୀମାନେ ବ୍ୟସ୍ତ ରହିବେ। ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।

publive-imageକନ୍ୟା: ଦିନଟି ଭଲ ରହିବ। ବ୍ୟବସାୟରେ ଲାଭ ଆପଣଙ୍କ ଆଶାକୁ ଟପିଯିବ। ପାରିବାରିକ ଜୀବନ ଆନନ୍ଦମୟ ହେବ। ପ୍ରିୟତମଙ୍କ ସହିତ ଦର୍ଶନୀୟ ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି।

publive-imageତୁଳା: ଇଚ୍ଛା ପୂରା କରିବା ପ୍ରୟାସରେ ସଫଳ ହେବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ବିବାହିତ ବାହାରକୁ ବୁଲି ଯିବାର ଯୋଜନା କରିପାରନ୍ତି। ନୂଆ ଜମି କିଣିବା ଲାଗି ଦିନଟି ଶୁଭ।

publive-imageବିଛା: ଗୁରୁତ୍ବପୂର୍ଣ୍ଣ ବିଷୟରେ ବନ୍ଧୁ ସହିତ କଥାବାର୍ତ୍ତା ହେବେ। ଲୁଗା ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ ହେବ। ସନ୍ତାନ ପକ୍ଷରୁ ଖୁସି ଖବର ମିଳିବା ହେତୁ ଗର୍ବିତ ଅନୁଭବ କରିବେ।

publive-imageଧନୁ: ସଠିକ୍ ଫଇସଲା ଜୀବନକୁ ସୁନ୍ଦର କରିବ। ବନ୍ଧୁ ଅଧିକ ପ୍ରଶଂସା କଲେ ସାବଧାନ ରହନ୍ତୁ। ବେପାରୀଙ୍କୁ ଆୟର ନୂଆ ଉତ୍ସ ମିଳିବ। ଶିକ୍ଷକଙ୍କ ଲାଗି ଦିନଟି ଭଲ।

publive-imageମକର: ଯେଉଁ କାମ ହାତକୁ ନେବେ ଏକାଗ୍ର ଚିତ୍ତରେ କରିବେ। ଅଫିସରେ ଆପଣଙ୍କୁ କୌଣସି ଭଲ ଖବର ମିଳିବ। ଜୀବନସାଥୀଙ୍କ କଥା ମାନିଲେ ସମ୍ବନ୍ଧରେ ମଧୁରତା ଆସିବ।

publive-image

କୁମ୍ଭ: ନୂଆ ବିଚାରରେ ପରିପୂର୍ଣ୍ଣ ହୋଇପାରନ୍ତି। ଆପଣଙ୍କ ପରାମର୍ଶକୁ କର୍ତ୍ତୃପକ୍ଷ ପ୍ରଶଂସା କରିବେ। ଧନଲାଭର ସୁଯୋଗ ପାଇବେ। ଦୀର୍ଘଦିନର ବନ୍ଧୁତା ପ୍ରେମରେ ବଦଳି ପାରେ।

publive-imageମୀନ: କାର୍ଯ୍ୟରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ସୁଖଦ ଖବର ପାଇ ମନ ପ୍ରସନ୍ନ ରହିବ। ଅଧ୍ୟାପକଙ୍କୁ ଧନଲାଭର ନୂଆ ବାଟ ମିଳିବ। ପାରିବାରିକ ଜୀବନ ସୁଖମୟ ହେବ।