ମେଷ: ଆପଣଙ୍କ ମନ ଆଧ୍ୟାତ୍ମିକ ଦିଗକୁ ଢଳି ରହିବ। କୌଣସି ପାଖଲୋକ ଆପଣଙ୍କ ଖୁସିକୁ ଦିଗୁଣା କରିବେ। ଭଲ ଉଦ୍ୟୋଗରୁ ସାକ୍ଷାତକାର ପାଇଁ ଖବର ଆସିବ।
ବୃଷ: ଅଫିସରେ ଅଧିକ ସମୟ କାମ କରନ୍ତୁ, ଅଧୁରା କାମ ପୂରା ହୋଇଯିବ। ଦାମ୍ପତ୍ୟ ଜୀବନରେ ଭଲ ବୁଝାମଣା ରହିବ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଶିକ୍ଷାର୍ଥୀ ବରିଷ୍ଠଙ୍କର ପରାମର୍ଶ ନିଅନ୍ତୁ।
ମିଥୁନ: ବ୍ୟବସାୟରେ କିଛି ନୂଆ କରିବା ପାଇଁ ମନରେ ବିଚାର ଆସିବ। ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ବନ୍ଧୁ ସହ ବୁଲି ଯିବାର ଯୋଜନା କରିପାରନ୍ତି।
କର୍କଟ: ନୂଆ ଲୋକଙ୍କ ସହ ବନ୍ଧୁତା ହେବ। ଆପଣଙ୍କ ମସ୍ତିଷ୍କରେ ଏଭଳି ବିଚାର ଆସିବ ଯାହା ପ୍ରଗତିର ଦ୍ବାର ଖୋଲିଦେବ। ଚାକିରି ଖୋଜୁଥିବା ଯୁବକଙ୍କୁ ଶୁଭ ଖବର ମିଳିବ।
ସିଂହ: ବୟୋଜ୍ୟେଷ୍ଠଙ୍କ ସେବା କରନ୍ତୁ ଆର୍ଥିକ ସ୍ଥିତି ସୁଧୁରିବ। ବ୍ୟବସାୟ କାମରେ ରାଜ୍ୟ ବାହାରକୁ ଯିବାର ଯୋଜନା କରିବେ। ଜମିରେ ନିବେଶ ଲାଗି ଭଲ ଦିନଟିଏ।
କନ୍ୟା: ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ। ବ୍ୟବସାୟରେ ବଡ଼ ଚୁକ୍ତି କରିପାରନ୍ତି। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଅଚାନକ କୌଣସି ବନ୍ଧୁ ଘରକୁ ଆସିବେ।
ତୁଳା: ଆପଣଙ୍କର ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଦିନଟି ଭଲ। ସାମାଜିକ ଓ ରାଜନୀତିକ କାର୍ଯ୍ୟରେ ମନ ଲାଗିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ।
ବିଛା: ଆପଣଙ୍କ ଲାଗି ଭଲ ଦିନଟିଏ। ଧର୍ମକାର୍ଯ୍ୟରେ ଆପଣଙ୍କର ଆସ୍ଥା ବଢ଼ିବ। ଜରୁରୀ କାମ ନିର୍ଦ୍ଧାରିତ ସମୟ ଭିତରେ ସଂପୂର୍ଣ୍ଣ ହୋଇଯିବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ।
ଧନୁ: ଲାଗି ରହିଥିବା ଅଶାନ୍ତି ସମାପ୍ତ ହୋଇପାରେ। କୌଣସି ଶୁଭ ଖବର ପାଇବେ। ବ୍ୟବସାୟ କାମ ପାଇଁ ରାଜ୍ୟ ବାହାରକୁ ଯିବେ। ପ୍ରତିଯୋଗୀ ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ।
ମକର: ରାଜନୀତିକ ଓ ସାମାଜିକ କାର୍ଯ୍ୟରେ ସମୟ ଦେବେ। ନୂଆ ଉତ୍ସରୁ ଧନଲାଭ ହେବ। ଚାକିରିଆ ମନ ଚାହୁଁଥିବା ଅଞ୍ଚଳକୁ ବଦଳି ହୋଇପାରନ୍ତି। ବାହନ କିଣିବା ଲାଗି ଦିନଟି ଶୁଭ।
କୁମ୍ଭ: ଆପଣଙ୍କ ବ୍ୟବହାର ସମସ୍ତଙ୍କ ପ୍ରତି ଭଲ ରହିବ। ବ୍ୟବସାୟରେ ଉନ୍ନତିର ନୂଆ ମାର୍ଗ ଖୋଲିବ। ବିବାହିତ ଜୀବନସାଥୀଙ୍କୁ ଅଧିକ ସମୟ ଦିଅନ୍ତୁ।
ମୀନ: ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି। କଥା କହିବା ସମୟରେ ଠିକ୍ ଭାଷା ପ୍ରୟୋଗ କରନ୍ତୁ। ଜୀବନସାଥୀ ଆପଣଙ୍କ ପ୍ରତି ଖୁସି ରହିବେ। ବିଦ୍ୟାର୍ଥୀଙ୍କର ପାଠପଢ଼ାରେ ମନ ଲାଗିବ।