ମେଷ: ପୂର୍ବରୁ କରିଥିବା ଯୋଜନା କାରଣରୁ ଲାଭ ମିଳିବ। ଅବିବାହିତ ଲୋକଙ୍କ ଲାଗି ଦିନଟି ଶୁଭ। ମନ ପସନ୍ଦ ବିବାହ ପ୍ରସ୍ତାବ ଆସିବ। ସ୍ବାସ୍ଥ୍ୟରେ ଉନ୍ନତି ହେବ।
ବୃଷ: କାହାରି ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ। କାମ ସଂପୂର୍ଣ୍ଣ ହେବା ଯୋଗୁଁ ଆପଣଙ୍କ ଭିତରେ ପ୍ରବଳ ଉତ୍ସାହ ରହିବ। ମହିଳାମାନଙ୍କୁ ଦିନଟି ବଡ଼ ସଫଳତା ଆଣିଦେବ।
ମିଥୁନ: ଆର୍ଥିକ ସ୍ଥିତିରେ ସୁଧାର ହେବାର ଯୋଗ ଅଛି। ସରକାରୀ ଚାକିରିରେ ପଦୋନ୍ନତି ମିଳିପାରେ। ନିଜ ବିଚାରକୁ ସ୍ପଷ୍ଟଭାବେ ବ୍ୟକ୍ତ କରିପାରିବେ। ମଉଜମସ୍ତି ପାଇଁ ଭଲ ଅବସର ପାଇବେ।
କର୍କଟ: ଅଫିସ କାମରେ ସହକର୍ମୀଙ୍କର ସହାୟତା ନେବେ। ଦୂର ସ୍ଥାନକୁ ଯିବାର ଯୋଗ ରହିଛି। କୌଣସି ଅସହାୟଙ୍କୁ ସହାୟତା ଦେବାକୁ ଆଗେଇ ଆସିବେ। ବ୍ୟବସାୟରେ ଲାଭର ହେବ।
ସିଂହ: ଶୁଭ ସୂଚନା ପାଇବେ। ଆପଣଙ୍କ ଭିତରେ ଆତ୍ମବିଶ୍ବାସ ବଜାୟ ରହିବ। ନୂଆ କାର୍ଯ୍ୟକୌଶଳ ନେଇ ବିଚାର କରିବେ। କାର୍ଯ୍ୟକ୍ଷେତ୍ରରେ ଆପଣ ମାନ ସମ୍ମାନ ପାଇବେ।
କନ୍ୟା: କୌଣସି ଧର୍ମାନୁଷ୍ଠାନକୁ ଯିବେ। ବନ୍ଧୁ ସହିତ ବସି ଭବିଷ୍ୟତ ଯୋଜନା ପ୍ରସ୍ତୁତ କରିବେ। ଛାତ୍ରଛାତ୍ରୀଙ୍କର ପାଠପଢ଼ାରେ ମନ ଲାଗିବ। ବ୍ୟବସାୟୀଙ୍କୁ ବଡ଼ ପ୍ରକଳ୍ପ ମିଳିବ।
ତୁଳା: ଅଫିସ କାମରେ ଦୂର ସ୍ଥାନକୁ ଯିବେ। ପ୍ରେମୀଯୁଗଳ ନିଜର ସମ୍ବନ୍ଧକୁ ମଜଭୁତ କରିବ ପାଇଁ ଏକାନ୍ତରେ ସମୟ ବିତାଇବେ। ନିଜର ଦାୟିତ୍ବ ନିର୍ବାହ କରିବାରେ ସକ୍ଷମ ହେବେ।
ବିଛା: ଘରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ଆର୍ଥିକ ଉନ୍ନତି ଲାଗି ଅଧିକ ପରିଶ୍ରମ କରିବାକୁ ହେବ। ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ଉଦ୍ୟୋଗରୁ ଡାକରା ଆସିବ।
ଧନୁ: ଆପଣଙ୍କ ଠାରୁ କେହି ପରାମର୍ଶ ନେଇପାରନ୍ତି। ବାପାମାଆଙ୍କ ଆଶୀର୍ବାଦ ଲାଭପ୍ରଦ ହେବ। ବ୍ୟବସାୟୀଙ୍କୁ ନୂଆ ଅଭିଜ୍ଞତା ମିଳିବ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ।
ମକର: ପରିବାରର ଗୁରୁତର ମାମଲାକୁ ଅଣଦେଖା କରନ୍ତୁ ନାହିଁ। କ୍ୟାରିଅରରେ ନୂଆ କୀର୍ତ୍ତିମାନ ସ୍ଥାପନ କରିବେ। ବାପାମାଆଙ୍କ ପରାମର୍ଶ ଆପଣଙ୍କର ଉନ୍ନତି ସାଧନ କରିବ।
କୁମ୍ଭ: ପରିବାର ସହିତ କୌଣସି ସ୍ଥାନକୁ ଯିବା ପାଇଁ ଯୋଜନା କରିବେ। ସରକାରୀ ମାମଲାରେ ଦଖଲ ଦେଲେ ଅଶାନ୍ତି ବଢ଼ିପାରେ। ବୈବାହିକ ଜୀବନ ସୁଖମୟ ହେବ।
ମୀନ: ଲାଗି ରହିଥିବା ସମସ୍ୟାରୁ ଆପଣଙ୍କୁ ଆରାମ ମିଳିବ। ବ୍ୟବସାୟୀଙ୍କୁ ଭଲ ଅବସର ମିଳିବ। ପରିବାରର ଶାନ୍ତି ପାଇଁ ନିଜକୁ ଶାନ୍ତ ରଖନ୍ତୁ। ଚାକିରିଆଙ୍କ ଲାଗି ଦିନଟି ବହୁତ ଭଲ।