ମେଷ: ଅଧୁରା କାର୍ଯ୍ୟରେ ସଫଳତା ପାଇବେ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ପରିବାରର ସମସ୍ତଙ୍କ ଭିତରେ ବୁଝାମଣା ବଜାୟ ରଖନ୍ତୁ। ଛାତ୍ରଛାତ୍ରୀ ନିଜ ଦାୟିତ୍ବକୁ ଭଲଭାବେ ବୁଝିବେ।
ବୃଷ: ଆପଣଙ୍କ ଭିତରେ ଶକ୍ତି ପରିପୂର୍ଣ୍ଣ ରହିବ। କାମ କରିବା ଲାଗି ଉତ୍ସୁକତା ବଢ଼ିବ। ସରକାରୀ ଚାକିରିଆ ପଦୋନ୍ନତିର ସୂଚନା ପାଇବେ।
ମିଥୁନ: ଧାର ନେଇଥିବା ଅର୍ଥ ପରିଶୋଧ କରିବେ। ଆପଣଙ୍କ ବ୍ୟକ୍ତିଗତ ଜୀବନରେ ଦାୟିତ୍ବ ବଢ଼ିପାରେ। ବୈବାହିକ ଜୀବନରେ ସୁଖ ସନ୍ତୋଷ ବୃଦ୍ଧି ହେବ।
କର୍କଟ: ସାମାଜିକ କାର୍ଯ୍ୟ କରୁଥିବା ଲୋକ ସମ୍ମାନିତ ହେବେ। ବେପାରୀଙ୍କ ଲାଗି ସମୟ ଅନୁକୂଳ ରହିବ। ପ୍ରେମିକ/ପ୍ରେମିକାଙ୍କ ଭ୍ରାନ୍ତ ଧାରଣା ଦୂର କରିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।
ସିଂହ: କାର୍ଯ୍ୟକ୍ଷେତ୍ରରେ ଆଗକୁ ବଢ଼ିବାର ଯୋଜନା ସଫଳ ହେବ। ଅଫିସରେ ବନ୍ଧୁ ସହିତ ହସଖୁସିରେ ସମୟ ବିତିବ। ଛାତ୍ରଛାତ୍ରୀ ବାକୀ କାମ ସହପାଠୀଙ୍କ ସାହାଯ୍ୟରେ ପୂରା କରିବେ।
କନ୍ୟା: ମନସ୍ଥ କରିଥିବା କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ। ଆୟ ବ୍ୟୟରେ ସମନ୍ବୟ ବଜାୟ ରହିବ। ଆପଣ ବେପାରରେ ଆଗକୁ ବଢ଼ିବେ। ଶରୀର ସୁସ୍ଥ ରହିବ।
ତୁଳା: କଠିନ କାର୍ଯ୍ୟରେ ପରାଜୟ ସ୍ବୀକାର କରିବେ ନାହିଁ। ଆର୍ଥିକ ସ୍ଥିତି ଭଲ ହୋଇପାରେ। ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବ। ନୂଆ ସମ୍ବନ୍ଧ ଆରମ୍ଭ ହେବ।
ବିଛା: ଆଗକୁ ବଢ଼ିବା ପାଇଁ ଶୀଘ୍ର ମଉକା ପାଇବେ। ଭାଇ ଭଉଣୀଙ୍କ ସହିତ ଖୁବ୍ ମନୋରଂଜନ କରିବେ। ପଡ଼ୋଶୀ ଲୋକଙ୍କ ସହିତ ମଧୁରତା ବଜାୟ ରଖନ୍ତୁ। ବନ୍ଧୁ ଆପଣଙ୍କୁ ସାହାଯ୍ୟ ମାଗିବେ।
ଧନୁ: ରାଜନୈତିକ ସମାରୋହର ଯୋଜନା ପ୍ରସ୍ତୁତ କରିବେ। ଦାମ୍ପତ୍ୟ ଜୀବନରେ ମତଭେଦ ଦୂର ହୋଇଯିବ। ପୁତ୍ର ପକ୍ଷରୁ ଆପଣଙ୍କୁ ସୁଖ ମିଳିବ। କଂପ୍ୟୁଟର ଛାତ୍ର କିଛି ନୂଆ ଶିଖିବେ।
ମକର: ବୟସ୍କ ବ୍ୟକ୍ତିଙ୍କର ଧାର୍ମିକ କାର୍ଯ୍ୟରେ ମନ ଲାଗିବ। ଅଫିସରେ କୌଣସି କଥାକୁ ନେଇ ମନ ଦୁଃଖ ରହିବ। ବ୍ୟବସାୟ ସମ୍ବନ୍ଧୀୟ ଯାତ୍ରା କରିପାରନ୍ତି।
କୁମ୍ଭ: ଅଫିସ କାମରେ ବ୍ୟସ୍ତ ରହିବେ। ଆର୍ଥିକ ଚିନ୍ତା ଦୂର ହେବ। ଆପଣଙ୍କର ଆଧ୍ୟାତ୍ମିକ ଭାବନା ବଢ଼ିବ। ଦାମ୍ପତ୍ୟ ସୁଖ ଆରାମଦାୟକ ହେବ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ କରିବେ। ଶରୀର ସଂପୂର୍ଣ୍ଣ ସୁସ୍ଥ ରହିବ।
ମୀନ: ନିଜର ଜୀବନକୁ ଭଲ ଢଙ୍ଗରେ ଜିଇବାକୁ ଚେଷ୍ଟା କରନ୍ତୁ। ଦାମ୍ପତ୍ୟ ସମ୍ବନ୍ଧ ପୂର୍ବ ଅପେକ୍ଷା ଆହୁରି ଗଭୀର ହେବ। ବେପାରରେ ବହୁତ ଭଲ ଉନ୍ନତିର ଯୋଗ ରହିଛି। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ଆରାମ ପାଇବେ।