ମେଷ: ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗ ଆପଣଙ୍କ ଉତ୍ସାହ ବଢ଼ାଇବ। ନୂଆ ଘର କିଣିବା ପାଇଁ ବିଚାର କରିବେ। ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ ଯୋଜନା କରିବେ।
ବୃଷ: ଶ୍ରୀଜଗନ୍ନାଥଙ୍କ ପ୍ରତି ଆସ୍ଥା ବଢ଼ିବ। ଜୀବନସାଥୀ ସହିତ ସମ୍ବନ୍ଧ ମଧୁର ହେବ। ବ୍ୟବସାୟରେ ଅଧିକ ମନ ଲଗାଇ କାମ କରନ୍ତୁ। ଅନ୍ୟମାନଙ୍କୁ ସାହାଯ୍ୟ କରିବେ।
ମିଥୁନ: ନିଜର ମହତ୍ତ୍ବାକାଂକ୍ଷାକୁ ନିୟନ୍ତ୍ରଣରେ ରଖନ୍ତୁ। ସକାରାତ୍ମକ ଭାବନା ଘେନି କାମ କରନ୍ତୁ। କୌଣସି ମହିଳାଙ୍କ ଜରିଆରେ ପେସାରେ ଲାଭ ହେବ।
କର୍କଟ: ଦିନଟି ବ୍ୟସ୍ତତା ପୂର୍ଣ୍ଣ ରହିବ। ଆର୍ଥିକ ଲାଭ ହେବ। ପରିବାର ଲୋକ ଆପଣଙ୍କ ପାଖରୁ ବହୁତ କିଛି ଆଶା କରିବେ। ପ୍ରେମିକାଙ୍କ ଭାବନାକୁ ସମ୍ମାନ କରିବେ।
ସିଂହ: ସବୁ କଷ୍ଟ ନିବାରଣ ହେବ। ଘରସଜା ଉପକରଣ କିଣିବା ପାଇଁ ବଜାରକୁ ଯିବେ। ଆପଣ ନିଜର ପ୍ରିୟ ବନ୍ଧୁ ସହିତ ମିଶିବା ପାଇଁ ଯୋଜନା କରିପାରନ୍ତି।
କନ୍ୟା: ବ୍ୟବସାୟର ଲାଭ ଅର୍ଥ ପୁଣି ବ୍ୟବସାୟରେ ଲଗାଇବେ। ପରିବାର ସହିତ ବାହାରକୁ ବୁଲି ଯାଇପାରନ୍ତି। ଖେଳାଳିଙ୍କ ଲାଗି ଦିନଟି ଭଲ।
ତୁଳା: ଖର୍ଚ୍ଚ ଆପଣଙ୍କୁ ଚିନ୍ତାରେ ପକାଇପାରେ। ଆପଣଙ୍କ ବ୍ୟକ୍ତିତ୍ବରେ ସକାରାତ୍ମକ ପରିବର୍ତ୍ତନ ଆସିବ। କର୍ତ୍ତୃପକ୍ଷ ଆପଣଙ୍କ କାମ େଦଖି ପ୍ରଶଂସା କରିବେ।
ବିଛା: ଘରର ସମସ୍ୟା ଜାଣିବା ପାଇଁ ବରିଷ୍ଠଙ୍କ ସହିତ ସମୟ କାଟିବେ। ବେପାରରେ ଲାଭ ହେବ। ଛାତ୍ରଛାତ୍ରୀ କଲେଜ ପ୍ରୋଜେକ୍ଟ ପୂରା କରିବାରେ ସଫଳ ହେବେ।
ଧନୁ: ପୂର୍ବରୁ କରିଥିବା ନିବେଶରୁ ଲାଭ ହେବ। ସୃଜନଶୀଳ କାମ ପାଇଁ ଦିନଟି ଭଲ। ଅଫିସରେ ସହକର୍ମୀମାନଙ୍କର ସାହାଯ୍ୟ ସହଯୋଗ ପାଇବେ।
ମକର: ଆପଣଙ୍କ ଆଖପାଖର ଲୋକ ଆପଣଙ୍କୁ ପ୍ରୋତ୍ସାହିତ କରିବେ। ମନର ମଣିଷ ସହିତ ମିଶି ଆପଣ ଖୁସି ହେବେ। ବନ୍ଧୁ ଠାରୁ ସୁନ୍ଦର ଉପହାର ପାଇବେ।
କୁମ୍ଭ: କାରବାରରେ ଉନ୍ନତି ହେବ। ଅନୁଭବୀ ବ୍ୟକ୍ତିଙ୍କ ସହିତ ଆଲୋଚନାରୁ ସମସ୍ୟାର ସମାଧାନ ମିଳିଯିବ। ପରିବାର ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ।
ମୀନ: କୌଣସି ପୁରୁଣା କଥାରେ ଫସି ଯିବେ। ଆପଣଙ୍କ ବ୍ୟକ୍ତିତ୍ବ ଲୋକମାନଙ୍କୁ ଆକର୍ଷିତ କରିବ। ଅଫିସ କାମ ତରବରିଆ ଭାବରେ କରନ୍ତୁ ନାହିଁ।