ମେଷ: ଧର୍ମ ଗ୍ରନ୍ଥ ପଢ଼ିବାରେ ସମୟ ବିତାଇବେ। ପରିବାର ଲୋକଙ୍କର ସହଯୋଗ ପାଇବେ। ନୂଆ କାମ ପ୍ରାରମ୍ଭ କରିବା ଲାଗି ଯୋଜନା ପ୍ରସ୍ତୁତ କରିବେ।
ବୃଷ: ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ। ଆୟ ବୃଦ୍ଧି ଲାଗି କାହାରି ସାହାଯ୍ୟ ପାଇବେ। ଯୋଜନା ସମୟ ପୂର୍ବରୁ ସଂପୂର୍ଣ୍ଣ ହୋଇଯିବ। ଜୀବନସାଥୀ ଆପଣଙ୍କୁ ପ୍ରଶଂସା କରିବେ।
ମିଥୁନ: ନିଜର ଦାୟିତ୍ବକୁ ଭଲଭାବେ ନିର୍ବାହ କରିବେ। ନୂଆ କାମ କରିବା ପାଇଁ ମନସ୍ଥ କରିବେ। ମହିଳାମାନଙ୍କ ଲାଗି ଦିନଟି ଭଲ। ଆଗକୁ ବଢ଼ିବା ଲାଗି ନୂଆ ରାସ୍ତା ପାଇବେ।
କର୍କଟ: ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ। ଜୀବନସାଥୀର ମତ ଆପଣଙ୍କ ଲାଗି ଫଳପ୍ରଦ ସାବ୍ୟସ୍ତ ହେବ। ଚାକିରିଆଙ୍କୁ ଭଲ ଖବର ମିଳିବ।
ସିଂହ: କ୍ୟାରିୟରରେ ସଫଳତା ମିଳିବ। ପରିବାରରେ ସୁଖ ସୌଭାଗ୍ୟ ବୃଦ୍ଧି ହେବ। ଆପଣଙ୍କ ଠାରୁ ସହକର୍ମୀ ମତ ନେବେ। ନୂଆ ଦୁଇଚକିଆ ଯାନ କିଣିବା ଲାଗି ଦିନଟି ଶୁଭ।
କନ୍ୟା: ଆର୍ଥିକ ଲାଭର ଅବସର ପାଇବେ। କୌଣସି ବନ୍ଧୁ ଆପଣଙ୍କୁ ସାହାଯ୍ୟ ମାଗିବେ। କାମରେ ଭଲ ଫଳ ପାଇବେ। ଦାମ୍ପତ୍ୟ ଜୀବନ ବହୁତ ରୋଚକ ଓ ସୁଖମୟ ରହିବ।
ତୁଳା: ଛୋଟ କଥାରେ ରାଗିଲେ କିଛି ଲୋକ ବିରୋଧ କରିବେ। ନିବେଶ ନେଇ ନୂଆ ପରାମର୍ଶ ମିଳିବ। ପ୍ରେମ କରୁଥିବା ବ୍ୟକ୍ତି ବିବାହ ପାଇଁ ଘର ଲୋକଙ୍କୁ କହିବେ।
ବିଛା: ଦାମ୍ପତ୍ୟ ଜୀବନ ମଜଭୁତ ହେବ। ଆର୍ଥିକ ସ୍ଥିତି ବହୁତ ଭଲ ରହିବ। ମାନସିକ ଅଶାନ୍ତିରୁ ମୁକ୍ତି ପାଇବେ। କ୍ୟାରିଅରରେ ନୂଆ କୀର୍ତ୍ତିମାନ ସ୍ଥାପନ କରିବେ।
ଧନୁ: ଶିକ୍ଷଣ କାର୍ଯ୍ୟରେ ଆପଣଙ୍କ ମନ ଲାଗିବ। ଘରୋଇ କାମ ସମାପ୍ତ କରିବାରେ ସଫଳ ହେବେ। ଜମି ବେପାରୀଙ୍କୁ ଲାଭ ହେବ। ପ୍ରେମୀଯୁଗଳଙ୍କ ସମ୍ବନ୍ଧରେ ନୂତନତ୍ବ ଆସିବ।
ମକର: ନୂଆ କାମ କରିବାକୁ ଚାହୁଁଥିଲେ କିଛି ଦିନ ଅପେକ୍ଷା କରନ୍ତୁ। ରାଜନୀତି କ୍ଷେତ୍ରରେ ଥିବା ଲୋକ ସାମାଜିକ କାମ ପାଇଁ ସମ୍ମାନ ପାଇବେ। ସମ୍ପର୍କ ସୁଦୃଢ଼ ହେବ।
କୁମ୍ଭ: କୋର୍ଟ କଚେରି ମାମଲାରେ ବନ୍ଧୁର ମତ ନେବେ। ଆପଣଙ୍କ କଥାରେ ପରିବାର ଲୋକ ସହମତ ହେବେ। ବେପାରରେ ଉନ୍ନତିର ଯୋଗ ଅଛି।
ମୀନ: ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ମାମୁଁ ଘରୁ କୌଣସି ଭଲ ଖବର ପାଇବେ। କଥା କହିବା ବେଳେ ନିଜର ଭାଷା ଉପରେ ଧ୍ୟାନ ଦିଅନ୍ତୁ।