ମେଷ: ଆପଣ ନିଜକୁ ସୁସ୍ଥ ଓ ଉତ୍ସାହିତ ଅନୁଭବ କରିବେ। ଚାକିରି ମିଳିବାର ସମ୍ଭାବନା ଅଛି। ନିବେଶ କରିବା ପୂର୍ବରୁ ଭଲଭାବେ ପରୀକ୍ଷା ନିରୀକ୍ଷା କରିନିଅନ୍ତୁ।
ବୃଷ: ବ୍ୟବସାୟୀଙ୍କ ଲାଗି ଦିନଟି ସାଧାରଣ ରହିବ। ତାଳମେଳ ବଜାୟ ରଖନ୍ତୁ, ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।
ମିଥୁନ: ପାରିବାରିକ ଜୀବନ ସୁଖମୟ ରହିବ। ଆପଣଙ୍କ କର୍ମଦକ୍ଷତା ବଳରେ ଉତ୍ତମ ଫଳ ପାଇବେ। କାର୍ଯ୍ୟକ୍ଷେତ୍ରରେ ସମସ୍ତଙ୍କ ସହିତ ଭଲ ବ୍ୟବହାର କରନ୍ତୁ। ଏକରୁ ଅଧିକ ଉତ୍ସରୁ ଧନଲାଭର ସମ୍ଭାବନା ଅଛି।
କର୍କଟ: ଚାକିରିରେ ପଦୋନ୍ନତିର ଯୋଗ ଅଛି। ଆର୍ଥିକ ମାମଲାରେ ଜୀବନସାଥୀର ସହଯୋଗ ପାଇବେ। ବେପାରୀଙ୍କ ଲାଗି ଦିନଟି ସାମାନ୍ୟ ରହିବ।
ସିଂହ: କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ଭଲ ଉପଲବ୍ଧି ମିଳିବ। ନୂଆ କାମ କରିବା ପୂର୍ବରୁ ବନ୍ଧୁର ପରାମର୍ଶ ନେବେ। ଭାଗୀଦାରି ବେପାରୀଙ୍କୁ ଦିନଟି ଲାଭ ଦେବ।
କନ୍ୟା: କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗରେ ଭଲଭାବେ କାମ ପୂରା କରିବେ। ଝିଅର ଉନ୍ନତି ଯୋଗୁଁ ପରିବାରରେ ଖୁସିର ପରିବେଶ ରହିବ। ଶିକ୍ଷକଙ୍କୁ ଭଲ ଅବସର ମିଳିବ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ।
ତୁଳା: ଜୀବନସାଥୀ ପାଇଁ ଭଲ ଉପହାର କିଣିବେ। ଅନୁଭବୀ ଲୋକଙ୍କ ପରାମର୍ଶରେ ବେପାର ଆଗକୁ ବଢ଼ାଇ ନେବାରେ ସଫଳ ହେବେ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ। ପ୍ରେମରେ ସଫଳତା ପାଇବେ।
ବିଛା: ଧନଲାଭ ସହିତ ଖର୍ଚ୍ଚ ବଢ଼ିବ। ସଂଯମ ବଳରେ ଅଶାନ୍ତିରୁ ବାହାରି ଆସିବେ। କୌଣସି ବ୍ୟବସାୟିକ ଡିଲ୍ ଫାଇନାଲ ହେବ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।
ଧନୁ: ଦିନଟି ଆପଣଙ୍କ ଲାଗି ସକାରାତ୍ମକ ରହିବ। ନିଜର ଜ୍ଞାନ ବଳରେ ଅଧିକ କାମ କରିବେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଜୀବନସାଥୀ ସହିତ ମନାନ୍ତର ହେବ।
ମକର: ପରିବାର ସହିତ ଭଲ ସମୟ ଅତିବାହିତ କରିବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ସୁଦୃଢ଼ ହେବ। ବେପାରୀଙ୍କ ଲାଗି ସମୟ ଅନୁକୂଳ। ଦାମ୍ପତ୍ୟ ଜୀବନରେ ଖୁସି ଆସିବ।
କୁମ୍ଭ: ଆପଣଙ୍କର ସୃଜନଶୀଳ ଦକ୍ଷତା ବୃଦ୍ଧି ପାଇବ। ଘରେ ଶୁଭ କାର୍ଯ୍ୟ ଆୟୋଜନ ଲାଗି ଖର୍ଚ୍ଚ କରିବେ। ବ୍ୟବସାୟରେ ବଡ଼ ସକାରାତ୍ମକ ପରିବର୍ତ୍ତନ ହେବ। ପୂର୍ବରୁ କରିଥିବା ନିବେଶରୁ ଭଲ ଲାଭ ପାଇବେ।
ମୀନ: ପ୍ରସାଧନ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ଜୀବନସାଥୀଙ୍କ ସହିତ ଜିନିଷ କିଣିବାକୁ ଯିବେ। କାର୍ଯ୍ୟକ୍ଷେତ୍ର ଓ ପରିବାର ମଧ୍ୟରେ ଭାରସାମ୍ୟ ବଜାୟ ରଖିବାକୁ ଚେଷ୍ଟା କରିବେ। ସ୍ବାସ୍ଥ୍ୟକୁ ଅଣଦେଖା କରନ୍ତୁ ନାହିଁ।