ଜାଣନ୍ତୁ ଆଜିର ରାଶିଫଳ

ମେଷ: କାର୍ଯ୍ୟ କ୍ଷେତ୍ରରେ ବିଶେଷ ସଫଳତା ପାଇବେ। ଆର୍ଥିକ ସ୍ଥିତି ଭଲ ରହିବ। ସଙ୍ଗୀତ କ୍ଷେତ୍ରରେ ଥିବା ବ୍ୟକ୍ତିବିଶେଷଙ୍କୁ ପ୍ରସିଦ୍ଧି ମିଳିବ। କୌଣସି ମକଦ୍ଦମାର ଫଇସଲା ଆପଣଙ୍କ ପକ୍ଷରେ ଆସିବ।

ବୃଷ: ଆପଣଙ୍କର ନିତିଦିନିଆ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରିବେ। ବ୍ୟବସାୟରେ କୌଣସି ଉଚ୍ଚ ଅଧିକାରୀଙ୍କ ସହାୟତା ନେଇପାରନ୍ତି। ଜୀବନସାଥୀ ସହିତ ସମ୍ବନ୍ଧରେ ନୂତନତ୍ବ ଆସିବ।

ମିଥୁନ: ଆପଣଙ୍କ ଜୀବନ ଓ ଜୀବିକା ପାଇଁ ଦିନଟି ଭଲ। କାର୍ଯ୍ୟ କ୍ଷେତ୍ରରେ ସଫଳତାର ଶିଖରରେ ପହଞ୍ଚିବେ। ପରୀକ୍ଷାର ଫଳ ଆପଣଙ୍କ ଆଶାନୁରୂପ ଆସିବ। ଦାମ୍ପତ୍ୟ ସମ୍ବନ୍ଧ ମଧୁରତାରେ ପୂର୍ଣ୍ଣ ରହିବ।

କର୍କଟ: ଚାକିରି ବ୍ୟବସାୟର କାମ ନୂଆ କୌଶଳରେ ସମାପ୍ତ କରିପାରନ୍ତି। ଲୋକମାନଙ୍କ ପ୍ରତି ଆପଣଙ୍କ ବ୍ୟବହାର ଆପଣଙ୍କୁ ଲୋକପ୍ରିୟ କରିଦେବ। ଶିକ୍ଷାରେ ଛାତ୍ରଛାତ୍ରୀଙ୍କୁ ଭଲ ପରିଣାମ ମିଳିବ।

ସିଂହ: ବିଶେଷ ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ। ଅନ୍ୟମାନଙ୍କ ଉପରେ ପ୍ରଭାବ ବିସ୍ତାର କରିବାକୁ ଚେଷ୍ଟା କରିବେ। ବ୍ୟବସାୟରେ ଆପଣଙ୍କୁ କୌଣସି ବଡ଼ ସଉଦା ମିଳିପାରେ। ପ୍ରେମ ଜୀବନ ଭଲ ରହିବ।

କନ୍ୟା: ପରିବାର ଲୋକଙ୍କ ସହିତ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ। ବେପାରରେ ଭଲ ପ୍ରଗତି ହେବ। ରାଜନୀତିରେ ଥିବା ଲୋକ କୌଣସି ସମାରୋହକୁ ଯିବାର ଅବସର ପାଇବେ।

ତୁଳା: ଭୁଲ୍‌ ଠିକ୍‌ର ପାର୍ଥକ୍ୟ ବୁଝି ଉଚିତ ନିର୍ଣ୍ଣୟ ନିଅନ୍ତୁ। ଜମିରେ ନିବେଶ ପାଇଁ ଭଲ ଦିନଟିଏ। ପରିବାରରେ କୌଣସି ସମାରୋହରେ ପଇସା ଖର୍ଚ୍ଚ ହେବ। ବିଦ୍ୟାର୍ଥୀଙ୍କୁ ଶିକ୍ଷକଙ୍କର ସହଯୋଗ ମିଳିବ।

ବିଛା: ଆପଣଙ୍କ ଧ୍ୟାନ ଆଧ୍ୟାତ୍ମିକ ଦିଗରେ ଅଧିକ ଲାଗି ରହିବ। ସମସ୍ତଙ୍କୁ ସାଥିରେ ନେଇ ଚାଲନ୍ତୁ ସଫଳତା ପାଇବେ। ସରକାରୀ କ୍ଷେତ୍ରରେ ଲାଭ ଯୋଗ ଅଛି। ବୈବାହିକ ଜୀବନରେ ପ୍ରସନ୍ନତା ରହିବ।

ଧନୁ: ଭାଗୀଦାରିରେ କୌଣସି କାମ ଆରମ୍ଭ କରିପାରନ୍ତି। ଦାମ୍ପତ୍ୟ ଜୀବନରେ ସୁଖ ଅନୁଭୂତି ହେବ। ଭ୍ରମଣ ପାଇଁ ଯୋଜନା କରିପାରନ୍ତି। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ।

ମକର: ଆପଣଙ୍କର ସଚ୍ଚୋଟପଣିଆ ପ୍ରତ୍ୟେକ ଜାଗାରେ ଆଲୋଚନା ହେବ। ଜମି ସଂପର୍କିତ ବ୍ୟବସାୟରେ ବଡ଼ ଡିଲ୍ ହୋଇପାରେ। ପରିବାର ସହିତ ସଦ୍‌ଭାବନାପୂର୍ବକ ସମୟ ଅତିବାହିତ କରିବେ।

କୁମ୍ଭ: ରାଜନୀତି ଓ ଜନକଲ୍ୟାଣ କାର୍ଯ୍ୟ କରୁଥିବା ଲୋକଙ୍କ ଲାଗି ଦିନଟି ଭଲ। ଅଫିସ୍‌ରେ ଆପଣଙ୍କ କାମକୁ କର୍ତ୍ତୃପକ୍ଷ ପ୍ରଶଂସା କରିବେ। ବନ୍ଧୁ ସହିତ ବାହାରକୁ ବୁଲି ଯିବେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।

ମୀନ: ଆପଣଙ୍କ ବିଶ୍ବାସ ବଳରେ ବହୁତ କିଛି କରିପାରିବେ। ସାମାଜିକ କାର୍ଯ୍ୟ ଲାଗି ଆପଣଙ୍କୁ ସମ୍ମାନ ମିଳିବ। ପାରିବାରିକ ପରିବେଶ ଧାର୍ମିକ ଓ ଶାନ୍ତିପୂର୍ଣ୍ଣ ରହିବ। ପ୍ରେମ ଜୀବନ ମଧୁର ହେବ।

ସମ୍ବନ୍ଧିତ ଖବର