publive-imageମେଷ: ଶିକ୍ଷାର୍ଥୀଙ୍କୁ ଶିକ୍ଷକଙ୍କର ପୂରା ସହଯୋଗ ମିଳିବ। ଘରକୁ ବନ୍ଧୁ ଆସିବା ଯୋଗୁଁ ଖୁସି ରହିବେ। ବ୍ୟବସାୟରେ ଆଶାଠାରୁ ଅଧିକ ଲାଭ ପାଇବେ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ।

Advertisment

publive-imageବୃଷ: ଆପଣ ଚିନ୍ତାମୁକ୍ତ ରହିବେ। ନିଜର ଲକ୍ଷ୍ୟ ନିର୍ଦ୍ଧାରିତ ଲାଗି ଯୋଜନା ପ୍ରସ୍ତୁତ କରିପାରନ୍ତି। କୌଣସି ଭଲ ଖବର ପାଇବେ। କାମରେ ନିଜ ଲୋକଙ୍କ ଠାରୁ ସାହାଯ୍ୟ ପାଇବେ।

publive-imageମିଥୁନ: ଧୈର୍ଯ୍ୟ ଧରି ରୁହନ୍ତୁ। ସାହାଯ୍ୟକାରୀ ବ୍ୟକ୍ତିଙ୍କ ସହ ଜଣାଶୁଣା ହେବ। ବନ୍ଧୁ ସହ ସମୟ ଭଲରେ ବିତିବ। ଛାତ୍ରଙ୍କ କ୍ୟାରିୟରରେ ନୂଆ ପରିବର୍ତ୍ତନ ଆସିବ। ପ୍ରେମ ଜୀବନ ଭଲ ରହିବ।

publive-image

କର୍କଟ: ସାମାଜିକ କ୍ଷେତ୍ରରେ ଆପଣଙ୍କର ସକ୍ରିୟତା ବଢ଼ିପାରେ। କୌଣସି କାମରେ ସକାରାତ୍ମକ ପରିଣାମ ପାଇବେ। ପରିବାର ସମ୍ବନ୍ଧୀୟ କୌଣସି ଭଲ ଖବର ପାଇବେ। ପ୍ରେମ ସମ୍ବନ୍ଧ ମଧୁର ହେବ।

publive-imageସିଂହ: ଆପଣଙ୍କ ଭାବନା ଓ ବ୍ୟବହାରରେ ସମାନତା ବଜାୟ ରଖନ୍ଥୁ। ଚାକିରିରେ ଆପଣଙ୍କ କାମର ପ୍ରଶଂସା ହେବ। ବୌଦ୍ଧିକ କ୍ଷମତା ବୃଦ୍ଧି ହେବ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

publive-imageକନ୍ୟା: କାମରେ କୌଣସି ଅନୁଭବୀ ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ। ଧାର ନେବାଦେବାରେ ନିବୃତ୍ତ ରୁହନ୍ତୁ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ ରହିବ।

publive-imageତୁଳା: କୌଣସି ବିଶେଷ କାମରେ ଆପଣଙ୍କୁ ଲାଭ ହେବ। ଭାଇ ଭଉଣୀଙ୍କ ସହ ସମ୍ବନ୍ଧ ମଜଭୁତ ହେବ। ବ୍ୟବସାୟ ସମ୍ବନ୍ଧରେ ଦିନଟି ଭଲ ରହିବ। ଅନ୍ତରଙ୍ଗ ବନ୍ଧୁ ସହ ସାକ୍ଷାତ ହେବ।

publive-imageବିଛା: ଅଫିସ୍‌ କାମରେ ବ୍ୟସ୍ତ ରହିବେ। ଆର୍ଥିକ ପକ୍ଷ ଦୁର୍ବଳ ହୋଇପାରେ। ପରିବାର ମାମଲାରେ ଅଣଦେଖା କରନ୍ତୁ ନାହିଁ। ବନ୍ଧୁ ସହ ବାହାରକୁ ବୁଲି ଯିବାର ଯୋଜନା କରିବେ।

publive-imageଧନୁ: ପାରିବାରିକ ସମ୍ବନ୍ଧ ମଜଭୁତ ହେବ। କମ୍ ପରିଶ୍ରମ କରି ନିଜର ଉଦ୍ଦେଶ୍ୟ ପ୍ରାପ୍ତି କରିନେବେ। କଳା କ୍ଷେତ୍ରରେ ଥିବା ଲୋକଙ୍କୁ ଉନ୍ନତିର ନୂଆ ମାର୍ଗ ମିଳିବ। ବୈବାହିକ ଜୀବନ ଖୁସି ଭରା ରହିବ।

publive-image

ମକର: ଅଫିସ୍‌ରେ ସମସ୍ତଙ୍କ ସହ ଭଲ ତାଳମେଳ ବଜାୟ ରହିବ। ସନ୍ଧ୍ୟା ସୁଦ୍ଧା କୌଣସି ସମାରୋହ‌ରେ ସାମିଲ ହୋଇପାରନ୍ତି। ଅଚାନକ ଧନଲାଭ ହେବା ଯୋଗୁଁ ଆର୍ଥିକ ସ୍ଥିତି ସ୍ବଚ୍ଛଳ ହେବ।

publive-image

କୁମ୍ଭ: ପାରିବାରିକ ମାମଲା ନେଇ ଆପଣଙ୍କୁ ଯାତାୟାତ କରିବାକୁ ପଡ଼ିପାରେ। ଆର୍ଥିକ ସ୍ଥିତି ଚିନ୍ତାଜନକ ରହିବ। ଅଫିସ୍‌ କାମ ମନ୍ଥର ଗତିରେ ପୂରା ହେବ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ।

publive-image

ମୀନ: ଚାକିରି ବୃତ୍ତି ସମ୍ବନ୍ଧୀୟ କୌଣସି ବଡ଼ ଚାଲେଞ୍ଜ୍‌ ଆସିବ। ଘରର ପରିବେଶ ଭଲ ରହିବ। ଆପଣଙ୍କର ଉନ୍ନତି ପାଇଁ ନୂଆ ମାର୍ଗ ଖୋଲିବ। ବିଜ୍ଞାନ ଛାତ୍ରଙ୍କ ଲାଗି ଭଲ ଦିନଟିଏ।