publive-imageମେଷ: ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ। ଇସ୍ପାତ ସାମଗ୍ରୀ କିଣି ପାରନ୍ତି। ଅଫିସ୍‌ରେ ସମସ୍ତଙ୍କ ସହିତ ଭଲ ତାଳମେଳ ରହିବ। କୌଣସି ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ।

Advertisment

publive-imageବୃଷ: ପେସାଦାର ବ୍ୟବସାୟଙ୍କ ଲାଗି ଦିନଟି ଲାଭପ୍ରଦ। ଜୀବନରେ କିଛି ପରିବର୍ତ୍ତନ କରିବାକୁ ଚେଷ୍ଟା କରିବେ। ରାଜନୀତିରେ ସଫଳତା ପାଇବେ। ମହିଳାମାନଙ୍କ ଲାଗି ଭଲ ଦିନଟିଏ।

publive-imageମିଥୁନ: ଦେବ ଦର୍ଶନ ଯୋଗ ରହିଛି। ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ସମାଜରେ ପ୍ରସିଦ୍ଧି ବଢ଼ିବ। ବେପାରରେ ବକେୟା ଅର୍ଥ ପାଇବେ। ଚାକିରିରେ ପଦୋନ୍ନତି ହୋଇପାରେ।

publive-image

କର୍କଟ: ଯେଉଁ କାମ କରିବାକୁ ଭାବିବେ ତାହା ମନୋଯୋଗରେ କରିବେ। କୋର୍ଟ ମାମଲାରେ ଆପଣଙ୍କର ଜୟଲାଭ ହେବ। ଅଫିସ୍‌ରେ ଆପଣଙ୍କୁ ସମ୍ମାନିତ କରାଯାଇପାରେ।

publive-imageସିଂହ: ଶତ୍ରୁ ଆପଣଙ୍କୁ ବନ୍ଧୁତାର ହାତ ବଢ଼ାଇବେ। ଲାଭର ଅବସର ହାତଛଡ଼ା କରନ୍ତୁ ନାହିଁ। ପେସାଦାର ବ୍ୟବସାୟୀ ଯଥେଷ୍ଟ ଲାଭ ପାଇବେ। ପାରିବାରିକ ସମ୍ବନ୍ଧ ଭଲ ହେବ। ପ୍ରେମ ଜୀବନ ମଧୁର ରହିବ।

publive-imageକନ୍ୟା: ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯାଇପାରନ୍ତି। ଆପଣଙ୍କର ସବୁ ମନୋକାମନା ପୂରଣ ହେବ। ଅବିବାହିତ କନ୍ୟାଙ୍କ ଲାଗି ଭଲ ଦିନଟିଏ। ପ୍ରତିଯୋଗୀ ପରୀକ୍ଷାର୍ଥୀଙ୍କୁ ଶୁଭ ମିଳିବ।

publive-imageତୁଳା: ଆପଣ ଅଧିକ ସମୟ ପରିବାର ସହ ଅତିବାହିତ କରିବେ। ଆପଣଙ୍କର ଅଧୁରା କାମ ପୂରା ହେବ। ଖେଳାଳିମାନେ ନିଜର ହୃତଗୌରବ ଫେରିପାଇବେ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।

publive-imageବିଛା: ସ୍ବାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। କର୍ମ କ୍ଷେତ୍ରରେ ନୂଆ ବିଚାର ଉପରେ ଭାବିବା ପାଇଁ ଦିନଟି ଭଲ। ପ୍ରେମିକ ପ୍ରେମିକା ବାହାରକୁ ବୁଲି ଯାଇପାରନ୍ତି। ଶିକ୍ଷାର୍ଥୀଙ୍କର ଲେଖାପଢ଼ାରେ ମନ ଲାଗିବ।

publive-imageଧନୁ: ଭାବିଥିବା ସବୁ କାମ ସଂପୂର୍ଣ୍ଣ ହେବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ। ବାହନ ଚଳାଇବା ସମୟରେ ଅନ୍ୟମନସ୍କ ହୁଅନ୍ତୁ ନାହିଁ। ଜୀବନସାଥୀଙ୍କ ସହ ସମ୍ବନ୍ଧରେ ମଧୁରତା ବଢ଼ିବ।

publive-image

ମକର: ଆପଣ ଯେଉଁ ନିର୍ଣ୍ଣୟ ନେବେ ତାହା ଆପଣଙ୍କୁ ଭବିଷ୍ୟତରେ ଲାଭ ମିଳିବ। ଜମି ଦଲାଲଙ୍କୁ ପୁରୁଣା ଜମିରୁ ଯଥେଷ୍ଟ ଲାଭ ମିଳିବ। ବାହନ କିଣିବା ଲାଗି ମନ ବଳିବ। ଘରକୁ କୁଣିଆ ଆସିବେ।

publive-image

କୁମ୍ଭ: ଅଫିସ୍‌ କାମ ସହଜରେ ପୂରା ହୋଇଯିବ। ଅଚାନକ ଧନଲାଭ ଯୋଗ ଅଛି। ପରିବାରକୁ ନୂଆ ବନ୍ଧୁର ଆଗମନ ହେବ। ଛାତ୍ରଙ୍କ ମନ କିଛି ନୂଆ ଶିଖିବାରେ ଆଗ୍ରହ ହେବ।

publive-image

ମୀନ: କୌଣସି ପାରିବାରିକ ଦାୟିତ୍ବ ଆପଣଙ୍କୁ ପ୍ରଦାନ କରାଯାଇପାରେ। ଇଲେକ୍ଟ୍ରୋନିକ୍ସ ସାମଗ୍ରୀ କିଣିପାରନ୍ତି। ବିରୋଧୀଙ୍କ ସହ ଲାଗି ରହିଥିବା ବିବାଦ ସମାପ୍ତ ହୋଇଯିବ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।