ମେଷ: ସୁଖଦ ପାରିବାରିକ ଜୀବନ ଅତିବାହିତ କରିବେ। କାର୍ଯ୍ୟକ୍ଷେତ୍ରରେ ସମସ୍ତେ ଆପଣଙ୍କ ଦ୍ବାରା ପ୍ରଭାବିତ ହେବେ। କୌଣସି କଥାକୁ ନେଇ ଭ୍ରମାତ୍ମକ ସ୍ଥିତି ଉତ୍ପନ୍ନ ହେବ।
ବୃଷ: ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟକୁ ନୂଆ ଦିଶା ଦେବେ। କୌଣସି ଅଜଣା ଲୋକଙ୍କୁ ବିଶ୍ବାସ କରନ୍ତୁ ନାହିଁ। ଦୂର ସ୍ଥାନକୁ ଯିବାର ଯୋଗ ଅଛି। ଲୋକେ ଆପଣଙ୍କୁ ଧ୍ୟାନ ଦେଇ ଶୁଣିବେ।
ମିଥୁନ: ବ୍ୟବସାୟ ଦୃଷ୍ଟିରୁ ଦିନଟି ଭଲ। ନୂଆ ସୁଯୋଗ ଓ କାମ ମିଳିବ। ଘର ଲୋକଙ୍କ ସହଯୋଗ ପାଇବେ। ସରକାରୀ ଚାକିରିଆଙ୍କ ଲାଗି ଦିନଟି ଅନୁକୂଳ।
କର୍କଟ: କାର୍ଯ୍ୟକ୍ଷେତ୍ରରେ ସଂଘର୍ଷ ସତ୍ତ୍ବେ ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ ସଂପୂର୍ଣ୍ଣ କରିବେ। ଆର୍ଥିକ ସ୍ଥିତିରେ ସୁଧାର ହେବ। ରାଜନୈତିକ ପରିସର ବୃଦ୍ଧି ହେବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ।
ସିଂହ: ବେପାରରେ ପ୍ରଗତି ହେବାର ସମ୍ଭାବନା ଅଧିକ। ଆମଦାନି ବଢ଼ାଇବାରେ ସଫଳ ହେବେ। ସାମାଜିକ ମିଳାମିଶା ବଢ଼ିବ। ପାରିବାରିକ ବାତାବରଣରେ ପ୍ରସନ୍ନତା ରହିବ।
କନ୍ୟା: ଧର୍ମ କାର୍ଯ୍ୟରେ ଆସ୍ଥା ବଢ଼ିବ। ସରକାରୀ କାମରେ ଲାଭର ସମ୍ଭାବନା ବଢ଼ିବ। ଶିକ୍ଷାକ୍ଷେତ୍ରରେ ଥିବା ଲୋକଙ୍କୁ ବଡ଼ ପ୍ରକଳ୍ପର ଦାୟିତ୍ବ ମିଳିବ। ପାରିବାରିକ ଦୃଷ୍ଟିରୁ ଦିନଟି ଭଲ।
ତୁଳା: ବନ୍ଧୁବର୍ଗର ପୂରା ସହଯୋଗ ପାଇବେ। ସୁଖ ସୁବିଧା ବଢ଼ିବ। ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ ଆୟୋଜନ ହେବ। ବଡ଼ କାର୍ଯ୍ୟ କରିବା ପାଇଁ ପ୍ରେରଣା ମିଳିବ।
ବିଛା: ପାରିବାରିକ ସୁଖର ପ୍ରବଳ ଯୋଗ ରହିଛି। ଅସହାୟଙ୍କୁ ସାହାଯ୍ୟ କରିବେ। କାର୍ଯ୍ୟକ୍ଷେତ୍ରରେ ଅନାବଶ୍ୟକ ତର୍କବିତର୍କ କରନ୍ତୁ ନାହିଁ। ସରକାରୀ ଚାକିରିଆଙ୍କୁ ପଦୋନ୍ନତି ମିଳିପାରେ।
ଧନୁ: ଯୋଜନା କାର୍ଯ୍ୟକାରୀ କରିବାରେ ସଫଳତା ମିଳିବ। ପରିବାର ଲୋକଙ୍କ ସହିତ ତାଳମେଳ ରଖି ଚଳିବେ। ଟ୍ରାଫିକ ନିୟମ ମାନି ଯାନ ଚଳାନ୍ତୁ।
ମକର: ଆପଣଙ୍କୁ ସ୍ବଜନର ସମର୍ଥନ ମିଳିବ। ଚାକିରିରେ ସ୍ଥିତି ସୁଦୃଢ଼ ହେବ। ଆପଣଙ୍କର ଲୋକପ୍ରିୟତା ବଢ଼ିବ। ନିଜର ମନ ପସନ୍ଦ କ୍ଷେତ୍ରରେ ଆଗକୁ ବଢ଼ିବାକୁ ଉଦ୍ୟମ କରିବେ।
କୁମ୍ଭ: ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ ବଡ଼ ପ୍ରକଳ୍ପ ମିଳିବାର ସମ୍ଭାବନା ଅଛି। ସହଯୋଗୀ ବିଶେଷ କାର୍ଯ୍ୟ ସମ୍ପାଦନ କରିଦେବେ। ନୂଆ ଯୋଜନାରୁ ଲାଭର ସମ୍ଭାବନା ବଢ଼ିବ।
ମୀନ: ରଚନା କାର୍ଯ୍ୟ ସଂପୂର୍ଣ୍ଣ ହେବା ଯୋଗୁଁ ଆତ୍ମସନ୍ତୋଷ ମିଳିବ। ବ୍ୟବସାୟ କ୍ଷେତ୍ରରେ ଦିନଟି ଭଲ ରହିବ। ପରିବାର ଲୋକଙ୍କ ସହଯୋଗ ପାଇବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ।