ଜାଣନ୍ତୁ ଆଜିର ରାଶିଫଳ

ମେଷ: ପରିବାର ଓ କାମ ମଧ୍ୟରେ ଭାରସାମ୍ୟ ବଜାୟ ରଖନ୍ତୁ। ସନ୍ତାନଙ୍କ ସଫଳତା ପାଇଁ ଆପଣଙ୍କୁ ଖୁସି ମିଳିବ। ଛାତ୍ରଙ୍କୁ ନୂଆ ପ୍ରୋଜେକ୍ଟରେ କାମ କରିବେ।

ବୃଷ: ଅଧିକ ପରିଶ୍ରମ କଲେ ଜରୁରୀ କାମର ସଂପୂର୍ଣ୍ଣ ହୋଇଯିବ। ଡାକ୍ତରଙ୍କର ଖ୍ୟାତି ସୁଦୂରପ୍ରସାରୀ ହେବ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ।

ମିଥୁନ: ପରିବାରରେ ଖୁସି ବୃଦ୍ଧି ହେବ। ଅଧିକ ସଫଳତା ପାଇବା ପାଇଁ ପ୍ରୟାସ ଜାରି ରଖନ୍ତୁ। କଣ୍ଠଶିଳ୍ପୀଙ୍କ ଲାଗି ଭଲ ଦିନଟିଏ। ଫିଲ୍ମରେ ସୁଯୋଗ ମିଳିପାରେ। ‌

କର୍କଟ: କୌଣସି କଥାକୁ ନେଇ ମାନସିକ ଅଶାନ୍ତି ବଢ଼ିପାରେ। କାରବାରରେ ଆଗକୁ ବଢ଼ିବା ଦିଗରେ ବାଧା ସୃଷ୍ଟି ହେବ। ବ୍ୟର୍ଥ କଥାଠୁଁ ନିଜକୁ ଦୂରରେ ରଖନ୍ତୁ।

ସିଂହ: ରଚାନାତ୍ମକ କାର୍ଯ୍ୟକୁ ସମୟ ଦେବେ। ଜୀବନସାଥୀ ସହିତ ଅଧିକ ସମୟ ଅତିବାହିତ କରିବେ। ଛାତ୍ରଛାତ୍ରୀଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ।

କନ୍ୟା: କାର୍ଯ୍ୟକ୍ଷେତ୍ରରେ ବଢ଼ିଆ ସୁଯୋଗ ମିଳିବ। ଶତ୍ରୁ ଓ ବିରୋଧୀମାନେ କ୍ଷତି କରିପାରନ୍ତି। ଜୀବନସାଥୀ ସହ ଲାଗି ରହିଥିବା ମନୋମାଳିନ୍ୟ ଦୂର ହୋଇଯିବ। ‌

ତୁଳା: ସକାରାତ୍ମକ ଭାବନା ଘେନି ଆଗକୁ ବଢ଼ନ୍ତୁ। ଲୋକମାନଙ୍କ ସହିତ ଖୋଲା ମନରେ କଥା ହୁଅନ୍ତୁ। ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନ‌ାହିଁ। ‌

ବିଛା: ଆର୍ଥିକ ପକ୍ଷ ବହୁତ ଭଲ ରହିବ। ବିଶେଷ ବ୍ୟକ୍ତିଙ୍କ ଠାରୁ ଶୁଭ ଖବର ପାଇବେ। ବେକାରଙ୍କ ଲାଗି ରୋଜଗାରର ସୁଯୋଗ ରହିଛି।


ଧନୁ: ପୁଞ୍ଜି ବଜାରରେ ଆପଣଙ୍କୁ ଲାଭ ମିଳିବ। କାମ ଲାଗି ଯାତ୍ରା ସୁବିଧାଜନକ ହେବାର ଆଶା କମ୍। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ। ‌

ମକର: ଆପଣଙ୍କ ସାହସ ଲାଗି ଅନ୍ୟମାନଙ୍କ ଠାରୁ ନିଜକୁ ଭିନ୍ନ ଅନୁଭବ କରିବେ। କାର୍ଯ୍ୟକ୍ଷେତ୍ରରେ କର୍ତ୍ତୃପକ୍ଷଙ୍କ ଠାରୁ ସକାରାତ୍ମକ ବ୍ୟବହାର ପାଇବେ।

କୁମ୍ଭ: ଅନ୍ୟମାନଙ୍କ ସହ ଭଲ ତାଳମେଳ ରହିବ। ଆପଣଙ୍କର ସବୁ କାମ ସହଜରେ ପୂରା ହୋଇଯିବ। ଛାତ୍ରଙ୍କୁ କିଛି ନୂଆ ଶିଖିବାର ସୁଯୋଗ ମିଳିବ। ‌

ମୀନ: କମ୍ ଇଚ୍ଛାଶକ୍ତି ଯୋଗୁଁ ଆପଣଙ୍କୁ ମାନସିକ ଅଶାନ୍ତି ଗ୍ରାସ କରିବ। ଆପଣଙ୍କର ତର୍କ ଶକ୍ତିକୁ ମଜଭୁତ ରଖନ୍ତୁ। ପାରିବାରିକ ଜୀବନ ସୁଖକର ହେବ।

ସମ୍ବନ୍ଧିତ ଖବର