publive-imageମେଷ: ଆପଣଙ୍କ କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ସଂପୂର୍ଣ୍ଣ ହୋଇଯିବ। ବନ୍ଧୁଙ୍କ ପରାମର୍ଶ ନେବା ଲାଭପ୍ରଦ ହେବ। ରାଜନେତା ସମାରୋହକୁ ଯିବାର ମଉକା ପାଇବେ। ‌

Advertisment

publive-imageବୃଷ: ଧର୍ମକାର୍ଯ୍ୟରେ ମନ ଲାଗିବ। ଅଫିସ କାମରେ ଦୂର ସ୍ଥାନକୁ ଯାଇପାରନ୍ତି। ପରିବାରରେ ସବୁ ଲୋକ ଆପଣଙ୍କ ଉପରେ ଖୁସି ରହିବେ। ‌ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ରହିବ।

publive-imageମିଥୁନ: ବ୍ୟବସାୟରେ ମନ ଚାହୁଁଥିବା ସଫଳତା ପାଇବେ। ଜୀବନସାଥୀଙ୍କ ସହ ଭଲ ତାଳମେଳ ରହିବ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।

publive-image

କର୍କଟ: ପରିବାର ଲୋକଙ୍କ ସହ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ। କାର୍ଯ୍ୟକ୍ଷେତ୍ରରେ ସଫଳତାର ଶିଖରରେ ପହଞ୍ଚିବେ। ପ୍ରତିଯୋଗିତାମୂଳକ ପରୀକ୍ଷା‌ ସଂପର୍କରେ ଭଲ ଖବର ପାଇବେ।

publive-imageସିଂହ: ଅଫିସରେ ସମସ୍ତଙ୍କର ସହଯୋଗ ପାଇବେ। ପରିବାରରେ ଶାନ୍ତିଦାୟକ ପରିବେଶ ରହିବ। ବନ୍ଧୁ ସହିତ ବସି ଭବିଷ୍ୟତ ଯୋଜନା ଉପରେ ବିଚାର ବିମର୍ଶ କରିବେ।

publive-imageକନ୍ୟା: ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। କାର୍ଯ୍ୟକ୍ଷେତ୍ରରେ ପୁରୁଣା ପରିଚୟରୁ ଲାଭ ପାଇବେ। ନୂଆ କୌଶଳ ଆପଣଙ୍କ ବ୍ୟବସାୟକୁ ଆଗକୁ ବଢ଼ାଇବ। ଦାମ୍ପତ୍ୟ ଜୀବନରେ ଖୁସି ରହିବ।

publive-imageତୁଳା: ଅନ୍ୟମାନଙ୍କୁ ଭଲ ବ୍ୟବହାର ଦେଖାନ୍ତୁ। କାମର ନୂଆ ପଦ୍ଧତି ସମ୍ପର୍କରେ ବିଚାର କରିବେ। ପ୍ରିୟଜନଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ଇଲେକ୍ଟ୍ରିକ୍ ଯାନ କିଣିବାର ଯୋଗ ଅଛି।

publive-imageବିଛା: ଶିକ୍ଷକଙ୍କ ଲାଗି ଦିନଟି ବହୁତ ଭଲ। ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟରେ ମାଆଙ୍କ ସହଯୋଗ ପାଇବେ। ଭଲ ସାମାଜିକ କର୍ମୀ ରୂପେ ପ୍ରସିଦ୍ଧି ବଢ଼ିବ। ଆମଦାନି ବୃଦ୍ଧିର ରାସ୍ତା ଖୋଲିବ।

publive-imageଧନୁ: ପରିବାର ଓ ବ୍ୟବସାୟରେ ନିଜ ଦାୟିତ୍ବକୁ ଭଲଭାବେ ତୁଲାଇବେ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ଅନ୍ୟମାନଙ୍କ ସହିତ କଥା ହେବାବେଳେ ଠିକ୍ ଭାଷା ପ୍ରୟୋଗ କରନ୍ତୁ।

publive-imageମକର: ପରିବାର ସହିତ ସୁଖଦାୟକ ସମୟ ବିତାଇବେ। ବେପାରରେ ଲାଭ ପାଇବେ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ପ୍ରସିଦ୍ଧି ମିଳିବ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ କରିବେ।

publive-image

କୁମ୍ଭ: ପାରିବାରିକ ଓ ବୈବାହିକ ଜୀବନ ସୁଖମୟ ହେବ। ଆର୍ଥିକ କାରଣରୁ କୌଣସି କାମ ସ୍ଥଗିତ ରହିପାରେ। କୌଣସି ବ୍ୟକ୍ତି କ୍ଷତି ପହଞ୍ଚାଇପାରନ୍ତି, ତେଣୁ ସତର୍କ ରୁହନ୍ତୁ।

publive-imageମୀନ: ବାପାଙ୍କ ସହଯୋଗରେ ଜରୁରୀ କାମ ପୂରା ହୋଇଯିବ। ଭାଗୀଦାରି ବେପାରରେ ଲାଭ ହେବ। ବରିଷ୍ଠ ଲୋକଙ୍କ ସହିତ ସାକ୍ଷାତ ହେବ। ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ।