ଜାଣନ୍ତୁ ଆଜିର ରାଶିଫଳ

ମେଷ: ଭବିଷ୍ୟତ ସମ୍ବନ୍ଧରେ ବିଚାର ବିମର୍ଶ କରିବେ। ପରିବାର ଲୋକଙ୍କ ସହ ସମ୍ବନ୍ଧ ବହୁତ ଭଲ ହେବ। ଘରକୁ କୌଣସି ବନ୍ଧୁ ଆସିବେ। ବ୍ୟବସାୟରେ ମନ ମୁତାବକ ଫଳ ପାଇବେ।

ବୃଷ: ଆପଣଙ୍କ ଧୀଶକ୍ତିରେ ସବୁ କାମ ସମ୍ଭାଳି ନେବେ। ସାଥିରେ କାମ କରୁଥିବା ଲୋକ ସହଯୋଗ କରିବେ। ଭ‌ାବିଚିନ୍ତି ଖର୍ଚ୍ଚ କରନ୍ତୁ। ଛାତ୍ରଙ୍କର ପ୍ରତିଯୋଗିତା ପ୍ରତି ଜାଗରୁକତା ହେବ।

ମିଥୁନ: ଅଧୁରା କାମ ସଂପୂର୍ଣ୍ଣ ହେବାର ସମ୍ଭାବନା। ଘରେ ମାଙ୍ଗଳିକ କାର୍ଯ୍ୟକ୍ରମ କରିବା ଲାଗି ଭାବିବେ। ଘରକୁ ବନ୍ଧୁ ଆସିବା ଯିବା ଲାଗି ରହିବ। ସହପାଠୀଙ୍କ ସହଯୋଗ ପାଇବେ।

କର୍କଟ: ବାଲ୍ୟବନ୍ଧୁ ସହ ସାକ୍ଷାତ ହେବ। ଭାବିଥିବା କାମ ସଂପୂର୍ଣ୍ଣ ହେବ। ଜୀବନସାଥୀ ସହ ବାହାରକୁ ବୁଲି ଯିବେ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।

ସିଂହ: କୌଣସି ନୂଆ କାମର ଯୋଜନା କରିବେ। ଅନୁଭବୀଙ୍କ ପରାମର୍ଶ ପାଇବେ। ପ୍ରିୟବନ୍ଧୁ ସହ ସାକ୍ଷାତ ହେବ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ। ଚାକିରିରେ ପଦୋନ୍ନତି ଅଛି।

କନ୍ୟା: ପରିବାର ଲୋକଙ୍କ ପରାମର୍ଶ ଆପଣଙ୍କ ଲାଗି ମହତ୍ତ୍ବପୂର୍ଣ୍ଣ ରହିବ। ରୋଜଗାର ପାଇଁ ଉଚିତ ଅବସର ପାଇବେ। ସୁଖ ସୁବିଧା ବୃଦ୍ଧି ହେବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ।

ତୁଳା: ଭାଗୀଦାରି ବ୍ୟବସାୟରେ ଲାଭ ପାଇବେ। ସ୍ବାସ୍ଥ୍ୟ ଭଲ ରହିବ। ଜମି ସମ୍ବନ୍ଧରେ ଭଲ ଖବର ପାଇବେ। ଘରେ ସୁଖ ସୌଭାଗ୍ୟ ବଜାୟ ରହିବ। କଳାତ୍ମକ କାର୍ଯ୍ୟରେ ରୁଚି ବଢ଼ିବ।

ବିଛା: ଆପଣଙ୍କ ରଚନାତ୍ମକ ପ୍ରତିଭା ଲୋକଙ୍କ ସମ୍ମୁଖକୁ ଆସିବ। ବେପାରରେ ଲାଭ ହେବ। ଶତ୍ରୁମାନେ ଦବି ରହିବେ। ଜୀବନସାଥୀ ସହ କିଛି ଖୁସିର ମୁହୂର୍ତ୍ତ ଅତିବାହିତ କରିବେ।

ଧନୁ: ନିଜର ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ପରିବାର ଲୋକଙ୍କ ସାହାଯ୍ୟରେ କୌଣସି ବିଶେଷ କାର୍ଯ୍ୟ ସଂପୂର୍ଣ୍ଣ ହେବ। ବନ୍ଧୁ ସହିତ ସମ୍ବନ୍ଧ ପୂର୍ବ ଅପେକ୍ଷା ଭଲ ହେବ।

ମକର: ଅନ୍ୟମାନଙ୍କ କାମରେ ଦଖଲ ଦିଅନ୍ତୁ ନାହିଁ। ବ୍ୟବସାୟ ବଢ଼ାଇବା ଲାଗି ବିଚାର କରିବେ। ଚାକିରିଜୀବୀଙ୍କୁ କାମରେ ଲାଭ ମିଳିବ। ବିବାହିତଙ୍କ ଲାଗି ଦିନଟି ଭଲ।

କୁମ୍ଭ: ଆତ୍ମବିଶ୍ବାସର ସ୍ତର ଉଚ୍ଚ ରହିବ। ଅଫିସରେ ଆପଣଙ୍କ ବେଶଭୂଷାର ପ୍ରଶଂସା ହେବ। ବ୍ୟବହାରରେ କିଛି ଲୋକ ଖୁସି ହେବେ। ବାଣିଜ୍ୟ ଛାତ୍ରଙ୍କୁ ନିଜ ସାଥୀର ସହଯୋଗ ମିଳିବ।

ମୀନ: ରୋଜଗାରର ନୂଆ ଅବସର ମିଳିବ। ପରିବାର ସହ ସମ୍ବନ୍ଧ ମଜଭୁତ ହେବ। ବ୍ୟବସାୟ ମାମଲାରେ ପାଖ ଲୋକଙ୍କ ସାହାଯ୍ୟ ପାଇବେ। ଜୀବନରେ ଖୁସି ବଜାୟ ରହିବ।

ସମ୍ବନ୍ଧିତ ଖବର