ଜାଣନ୍ତୁ ଆଜିର ରାଶିଫଳ

ମେଷ: ଅନ୍ୟମାନଙ୍କର ସହଯୋଗ ପାଇବେ। ଅଫିସ୍‌ରେ ଆପଣଙ୍କୁ କୌଣସି ନୂଆ ପ୍ରୋଜେକ୍ଟର ଦାୟିତ୍ବ ମିଳିବ। ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ।

ବୃଷ: କରିଆସୁଥିବା ଚେଷ୍ଟାରେ ସଫଳ ହେବେ। ସମାଜରେ ପ୍ରଭାବ ବଢ଼ିବ। ବଡ଼ ଉଦ୍ୟୋଗରେ ଚାକିରିର ଡାକରା ଆସିବ। ଦାମ୍ପତ୍ୟ ଜୀବନରେ ନୂଆ ଖୁସି ଆସିବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ।

ମିଥୁନ: ସବୁ ଅଶାନ୍ତି ଦୂର ହେବ। ପ୍ରୟାସ କରି ଆସୁଥିବା କାମରେ ସଫଳ ହେବେ। ଚାକିରିଜୀବୀଙ୍କର ଭଲ ଜାଗାକୁ ବଦଳି ହେବ। ପାରିବାରିକ ଦାୟିତ୍ବ ବଢ଼ିବ। ପ୍ରିୟଜନଙ୍କ ଠାରୁ ଉପହାର ପାଇବେ।

କର୍କଟ: ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ସକାରାତ୍ମକ ଭାବନା ଘେନି ଆଗକୁ ବଢ଼ିବେ। ଧନଲାଭର ନୂଆ ମାର୍ଗ ଖୋଲିବ। ସମାଜରେ ମାନସମ୍ମାନ ବଢ଼ିବ। ସନ୍ତାନ ପକ୍ଷରୁ ଖୁସି ଖବର ପାଇବେ।

ସିଂହ: ଭାଗ୍ୟର ସଂପୂର୍ଣ୍ଣ ରୂପେ ସହଯୋଗ ପାଇବେ। ସମସ୍ତଙ୍କ ଦୃଷ୍ଟିରେ ଭଲ ହୋଇ ରହିବେ। ନୂଆ କୌଶଳରେ କାମ କରି ସଫଳତା ପାଇବେ। ସହପାଠୀ ମନର କଥା ଆପଣଙ୍କୁ କହିବେ।

କନ୍ୟା: ଆପଣଙ୍କ ଇଚ୍ଛା ପୂର୍ତ୍ତି ହେବ। ଅଫିସ୍‌ରେ ଆପଣଙ୍କୁ ଦାୟିତ୍ବପୂର୍ଣ୍ଣ କାମ ମିଳିବ। କାରବାରରେ ଭାଇର ସହଯୋଗ ପାଇବେ। ପରିବାରରେ ସୁଖଦ ପରିବେଶ ରହିବ।

ତୁଳା: ଭାବିଥିବା କାମ ନିଜ ବଳରେ ସଂପୂର୍ଣ୍ଣ କରିବେ। ଆର୍ଥିକ ସ୍ଥିତିରେ ପ୍ରଗତି ହେବ। ଭାଇ ଭଉଣୀଙ୍କ ସହିତ ସମ୍ବନ୍ଧ ଭଲ ହେବ। ଛାତ୍ରଛାତ୍ରୀ କିଛି ନୂଆ ଶିକ୍ଷାଲାଭ କରିବେ।

ବିଛା: ପରିଜନଙ୍କ ସହିତ ଭଲ ସାମଞ୍ଜସ୍ୟ ରହିବ। ନୂଆ ବ୍ୟବସାୟରେ ଆରମ୍ଭ କରିବା ଲାଗି ଦିନଟି ଶୁଭ। ସରକାରୀ ଚାକିରିଆଙ୍କ ଲାଗି ଦିନଟି ସାମାନ୍ୟ ରହିବ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

ଧନୁ: ବିଶେଷ ବ୍ୟକ୍ତିଙ୍କଠାରୁ ପ୍ରେରଣା ପାଇବେ। କୌଣସି ନୂଆ ବ୍ୟବସାୟ କରିବାକୁ ମନ ବନାଇବେ। ଘର ପାଇଁ ନୂଆ ସାମଗ୍ରୀ କିଣିବେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଅନୁକୂଳ ରହିବ।

ମକର: ପ୍ରତିଭା ବିକଶିତ ପାଇଁ ମଉକା ପାଇବେ। କାରବାରରେ ସବୁ ବାଧା ନିବାରଣ ହେବ। ପୈତୃକ ସଂପତ୍ତିରୁ ଲାଭ ମିଳିପାରେ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ।

କୁମ୍ଭ: ଆପଣଙ୍କର ଆତ୍ମବିଶ୍ବାସ ବୃଦ୍ଧି ହେବ। କାର୍ଯ୍ୟରେ ପୂର୍ଣ୍ଣ ରୂପେ ସଫଳତା ପାଇବେ। ନୂଆ ବ୍ୟବସାୟ କରିବାକୁ ଭାବିବେ। କୌଣସି ପାରିବାରିକ ସମାରୋହକୁ ଯିବେ।

ମୀନ: ଧ୍ୟାନ ଧର୍ମକାର୍ଯ୍ୟ ଆଡ଼କୁ ରହିବ। କୌଣସି ଅନୁଭବୀ ବ୍ୟକ୍ତିଙ୍କ ମତ ଆପଣଙ୍କ ଲାଗି ବଢ଼ିଆ ସାବ୍ୟସ୍ତ ହେବ। ଧନପ୍ରାପ୍ତି ପାଇଁ ଭଲ ଯୋଗ ଅଛି। ପାରିବାରିକ ସୌହାର୍ଦ୍ଦ ବଢ଼ିବ।

ସମ୍ବନ୍ଧିତ ଖବର