ମେଷ: ବ୍ୟକ୍ତିଗତ ସମସ୍ୟାର ସମାଧାନ ହୋଇଯିବ। କାମ ସମ୍ବନ୍ଧରେ ଗଭୀର ଚିନ୍ତା କରିପାରନ୍ତି। ଉଭୟ ଘର ଓ ଅଫିସ ପରିବେଶ ଶାନ୍ତ ରହିବ। ଆପଣଙ୍କ ସହ ସବୁ କିଛି ଭଲ ହେବ।
ବୃଷ: ଆପଣଙ୍କ ପ୍ରଗତିରେ ବାଧା ଆସିପାରେ। ନୂଆ କାମ ଆରମ୍ଭ କରିବା ଲାଗି ଭାବିବେ। ଆପଣଙ୍କ ଘରେ ଖୁସିର ଆଗମନ ହେବ। କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ।
ମିଥୁନ: ନୂଆ କାମ ଆରମ୍ଭ କରନ୍ତୁ, ଭାଗ୍ୟର ସହଯୋଗ ମିଳିବ। ଅଫିସ କାମକୁ ନେଇ ଚିନ୍ତିତ ହୋଇପାରନ୍ତି। ବ୍ୟବସାୟୀଙ୍କୁ ଧନଲାଭ ହେବ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।
କର୍କଟ: ଆପଣଙ୍କ ଧ୍ୟାନ ଧର୍ମ କାର୍ଯ୍ୟରେ ଲାଗି ରହିବ। ଚାକିରି କ୍ଷେତ୍ରରୁ ବିଶୃଙ୍ଖଳା ଦୂର ହେବ। ଗଣମାଧ୍ୟମ କର୍ମଚାରୀଙ୍କୁ ଆଗକୁ ବଢ଼ିବାର ସୁଯୋଗ ମିଳିବ।
ସିଂହ: ଆପଣଙ୍କର ସମୟ ପିଲାମାନଙ୍କ ସହିତ କଟିବ। ପରିବାରରେ ଖୁସିର ପରିବେଶ ରହିବ। ସକାରାତ୍ମକ କାର୍ଯ୍ୟ କରିବାକୁ ଭାବିବେ। ପରିଶ୍ରମ କଲେ ଯାଇ ଲାଭ ପାଇବେ।
କନ୍ୟା: ପରିବାରର କୌଣସି ଲୋକଙ୍କ ସହ କଳହ ହୋଇପାରେ। ଘରୋଇ ଚାକିରିଆଙ୍କୁ ସମ୍ମାନ ମିଳିବ। ଛାତ୍ରୀଙ୍କ ଲାଗି ଦିନଟି ବହୁତ ଶିକ୍ଷଣୀୟ ସାବ୍ୟସ୍ତ ହେବ।
ତୁଳା: ପୂର୍ବରୁ କରି ଆସୁଥିବା କାମ ସଂପୂର୍ଣ୍ଣ ହୋଇଯିବ। ନୂଆ କାମ ଆରମ୍ଭ କରିବା ପୂର୍ବରୁ ନିକଟ ସଂପର୍କୀୟଙ୍କର ପରାମର୍ଶ ନିଅନ୍ତୁ। କାରବାରରେ ଥିବା ଅବରୋଧ ଦୂର ହୋଇଯିବ।
ବିଛା: କାମରେ ଭଲ ପ୍ରଦର୍ଶନ ଦେବା ପାଇଁ ନୂଆ ବିଚାର ପ୍ରୟୋଗ କରିବେ। ସାମାଜିକ କାର୍ଯ୍ୟ କଲେ ମାନ ସମ୍ମାନ ବଢ଼ିବ। ମହିଳା ଶିଳ୍ପୋଦ୍ୟୋଗୀଙ୍କୁ ଯଥେଷ୍ଟ ଲାଭ ମିଳିବ।
ଧନୁ: ବ୍ୟବସାୟରେ ପ୍ରଗତି ପାଇଁ ଦିନଟି ବହୁତ ଭଲ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଆହୁରି ସୁଦୃଢ଼ ହେବ। ବୈବାହିକ ସମସ୍ୟାର ସମାଧାନ ହେବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ।
ମକର: ଇଂଜିନିୟର ନିଜ ଅଭିଜ୍ଞତାକୁ ଠିକ୍ ଭାବେ ପ୍ରୟୋଗ କଲେ ସଫଳତା ପାଇବେ। ଆୟର ଉତ୍ସ ବଢ଼ିବ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଆନନ୍ଦ ଦାୟକ ରହିବ।
କୁମ୍ଭ: ଯୋଜନାବଦ୍ଧ ରୂପେ କାମ ଆରମ୍ଭ କଲେ ଭଲ ହେବ। ପରିବାର ଲୋକଙ୍କ ସହଯୋଗରେ ଯୋଜନା ସଂପୂର୍ଣ୍ଣ ହୋଇଯିବ। ବେକାରଙ୍କ ଲାଗି ଚାକିରିର ସୁଯୋଗ ଆସିବ।
ମୀନ: ବନ୍ଧୁ ସହଯୋଗରେ ଅସଂପୂର୍ଣ୍ଣ କାମ ପୂରା ହୋଇଯିବ। ଭଲ ଖବର ଶୁଣିବେ। ଜମି ଦଲାଲଙ୍କ ଲାଗି ଦିନଟି ଲାଭଦାୟକ। ପ୍ରେମରେ ସଫଳତା ପାଇବେ।