ଜାଣନ୍ତୁ ଆଜିର ରାଶିଫଳ

ମେଷ: କାମରେ କୌଣସି ଅଭିଜ୍ଞ ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ। ଧାର ନେବା ଦେବାରୁ ନିବୃତ୍ତ ରୁହନ୍ତୁ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ।

ବୃଷ: ବିଶେଷ କାମରେ ଆପଣଙ୍କୁ ଲାଭ ହେବ। ଭାଇ ଭଉଣୀଙ୍କ ସହ ସମ୍ବନ୍ଧ ସୁଦୃଢ଼ ହେବ। ବ୍ୟବସାୟ ସମ୍ବନ୍ଧରେ ଦିନଟି ଭଲ ରହିବ। ଅନ୍ତରଙ୍ଗ ବନ୍ଧୁ ସହ ସାକ୍ଷାତ୍‌ ହୋଇପାରେ।

ମିଥୁନ: ଅଫିସ କାମରେ ବ୍ୟସ୍ତ ରହିବେ। ଆର୍ଥିକ ପକ୍ଷ ଦୁର୍ବଳ ହୋଇପାରେ। ପରିବାରକୁ ଅଣଦେଖା କରନ୍ତୁ ନାହିଁ। ବନ୍ଧୁ ସହ ବାହାରକୁ ବୁଲି ଯିବାର ଯୋଜନା କରିବେ।

କର୍କଟ: ପାରିବାରିକ ସମ୍ବନ୍ଧ ମଜଭୁତ ହେବ। କମ୍ ପରିଶ୍ରମ କରି ନିଜର ଉଦ୍ଦେଶ୍ୟ ହାସଲ କରିନେବେ। କଳା କ୍ଷେତ୍ରରେ ଥିବା ଲୋକଙ୍କୁ ଉନ୍ନତିର ନୂଆ ମାର୍ଗ ମିଳିବ।

ସିଂହ: ଅଫିସରେ ସମସ୍ତଙ୍କ ସହ ଭଲ ତାଳମେଳ ବଜାୟ ରହିବ। ସନ୍ଧ୍ୟାରେ କୌଣସି ସମାରୋହ‌ରେ ଯୋଗ ଦେଇପାରନ୍ତି। ଅଚାନକ ଧନଲାଭ ହେବା ଯୋଗୁଁ ଆର୍ଥିକ ସ୍ଥିତି ସ୍ବଚ୍ଛଳ ହେବ।

କନ୍ୟା: ପାରିବାରିକ ମାମଲା ନେଇ ଆପଣଙ୍କୁ ଯାତାୟାତ କରିବାକୁ ପଡ଼ିପାରେ। ଆର୍ଥିକ ସ୍ଥିତି ଚିନ୍ତାଜନକ ରହିବ। ଅଫିସ କାମ ମନ୍ଥର ଗତିରେ ପୂରା ହେବ।

ତୁଳା: ଚାକିରି ବୃତ୍ତି ସମ୍ବନ୍ଧୀୟ ବଡ଼ ଆହ୍ବାନ ଆସିବ। ଘରର ପରିବେଶ ଭଲ ରହିବ। ଆପଣଙ୍କର ଉନ୍ନତି ପାଇଁ ନୂଆ ମାର୍ଗ ଖୋଲିବ। ବିଜ୍ଞାନ ଛାତ୍ରଙ୍କ ଲାଗି ଭଲ ଦିନଟିଏ।

ବିଛା: ଶିକ୍ଷାର୍ଥୀଙ୍କୁ ଶିକ୍ଷକଙ୍କର ପୂରା ସହଯୋଗ ମିଳିବ। ଘରକୁ ବନ୍ଧୁ ଆସିବା ଯୋଗୁଁ ଖୁସି ରହିବେ। ବ୍ୟବସାୟରେ ଆଶା ଠାରୁ ଅଧିକ ଲାଭ ପାଇବେ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ।

ଧନୁ: ଆପଣ ଚିନ୍ତା ମୁକ୍ତ ରହିବେ। ନିଜର ଲକ୍ଷ୍ୟ ନିର୍ଦ୍ଧାରଣ କରିବା ଲାଗି ଯୋଜନା ପ୍ରସ୍ତୁତ କରିପାରନ୍ତି। ଭଲ ଖବର ପାଇବେ। କାମରେ ନିଜ ଲୋକଙ୍କ ଠାରୁ ସାହାଯ୍ୟ ପାଇବେ।

ମକର: ଧୈର୍ଯ୍ୟ ଧରି ରୁହନ୍ତୁ। ସାହାଯ୍ୟକାରୀ ବ୍ୟକ୍ତିଙ୍କ ସହ ପରିଚୟ ହେବ। ବନ୍ଧୁ ସହ ସମୟ ଭଲରେ ବିତିବ। ଛାତ୍ରଙ୍କ କ୍ୟାରିୟରରେ ନୂଆ ପରିବର୍ତ୍ତନ ଆସିବ।

କୁମ୍ଭ: ସାମାଜିକ କ୍ଷେତ୍ରରେ ଆପଣଙ୍କର ସକ୍ରିୟତା ବଢ଼ିପାରେ। କୌଣସି କାମର ସକାରାତ୍ମକ ଫଳ ପାଇବେ। ପରିବାର ସମ୍ବନ୍ଧୀୟ କୌଣସି ଭଲ ଖବର ପାଇବେ।

ମୀନ: ଆପଣଙ୍କ ବ୍ୟବହାର ଉତ୍ତମ ରଖନ୍ତୁ। ଚାକିରିରେ ଆପଣଙ୍କ କାମର ପ୍ରଶଂସା ହେବ। ବୌଦ୍ଧିକ କ୍ଷମତା ବୃଦ୍ଧି ପାଇବ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

ସମ୍ବନ୍ଧିତ ଖବର