publive-imageମେଷ: ଆପଣଙ୍କ ଭିତରେ ପ୍ରଚୁର ଆତ୍ମବିଶ୍ବାସ ରହିବ। ଉନ୍ନତିର ସୁଯୋଗ ପାଇବେ। ପାରିବାରିକ ସ୍ତରରେ ଖୁସି ବଢ଼ିବ। ସନ୍ତାନର ଶିକ୍ଷାରେ ଉନ୍ନତି ହେବାର ସମ୍ଭାବନା ଅଛି। ପ୍ରେମ ସଂପର୍କ ନିବିଡ଼ ହେବ।

Advertisment

publive-imageବୃଷ: କାର୍ଯ୍ୟକ୍ଷେତ୍ରରେ ଲାଗି ରହିଥିବା ସମସ୍ୟାର ସମାଧାନ ବାହାର କରିନେବେ। ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଦିନଟି ଭଲ। ଛାତଛାତ୍ରୀଙ୍କୁ ଶୁଭ ଖବର ମିଳିବ।

publive-imageମିଥୁନ: ନୂଆ କାମରେ ଆପଣଙ୍କୁ ଭାଗ୍ୟର ସହଯୋଗ ମିଳିବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଚାକିରିରେ ପଦୋନ୍ନତି ସହ ବଦଳିର ସମ୍ଭାବନା ଅଛି। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।

publive-image

କର୍କଟ: ବନ୍ଧୁ ସହଯୋଗରେ ଅଧୁରା କାମ ପୂରା ହୋଇଯିବ। ଜମି ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବେ। ଶିକ୍ଷାର୍ଥୀଙ୍କର ଲେଖାପଢ଼ାରେ ମନ ଲାଗିବ।

publive-imageସିଂହ: ଯେଉଁ କାମ ଆରମ୍ଭ କରିବେ ନିର୍ଦ୍ଧାରିତ ସମୟରେ ପୂରା କରିନେବେ। ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ପିଲାମାନଙ୍କ ସହିତ ବସି ତାଙ୍କ ସମସ୍ୟାର ସମାଧାନ କରିବେ। ଖାଦ୍ୟ ପାନୀୟ ପ୍ରତି ସଜାଗ ରୁହନ୍ତୁ।

publive-imageକନ୍ୟା: ଦିନଟି କାର୍ଯ୍ୟ ବ୍ୟସ୍ତତାରେ କଟିବ। କାମ କରିବାର ନୂଆ କୌଶଳ ଉପରେ ବିଚାର କରିବେ। ଶିକ୍ଷାର୍ଥୀଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ।

publive-imageତୁଳା: ଧୈର୍ଯ୍ୟଧରି କାମ କରନ୍ତୁ ଲାଭ ହେବ। ଚାକିରିଆଙ୍କୁ ଆଗକୁ ବଢ଼ିବା ପାଇଁ ନୂଆ ଅବସର ମିଳିପାରେ। ସନ୍ଧ୍ୟାରେ ଜୀବନସାଥୀ ସହ ଭଲ ସମୟ ଅତିବାହିତ କରିବେ।

publive-imageବିଛା: ଧର୍ମକାର୍ଯ୍ୟରେ ଅଧିକ ସମୟ ବିତିବ। ବ୍ୟବସାୟରେ ଲାଭ ବଢ଼ିବ। ଟଙ୍କା ନେଣଦେଣ ବେଳେ ସାବଧାନତା ଅବଲମ୍ବନ କରନ୍ତୁ।

publive-imageଧନୁ: ଆପଣଙ୍କ ବ୍ୟବହାରରେ ଟିକେ ପରିବର୍ତ୍ତନ ଆଣନ୍ତୁ। ନୂଆ ଲୋକଙ୍କ ସହ ସଂପର୍କରୁ ଲାଭ ପାଇବେ। କଳାକ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ।

publive-image

ମକର: ଚାକିରିରେ ଅତ୍ୟଧିକ ସଫଳତା ପାଇପାରନ୍ତି। ଉପାର୍ଜନ ଲାଗି ନୂଆ ଯୋଜନା ପ୍ରସ୍ତୁତ କରିବେ। ବୈବାହିକ ଜୀବନ ଓ ସ୍ବାସ୍ଥ୍ୟ ଭଲ ରହିବ।

publive-image

କୁମ୍ଭ: ଦାମ୍ପତ୍ୟ ସମ୍ବନ୍ଧକୁ ଆହୁରି ଭଲ କରିବା ଲାଗି ଚେଷ୍ଟା କରନ୍ତୁ। ବେପାରରେ ଲାଭର ଯୋଗ ଅଛି। ଅଫିସରେ ଜରୁରୀ କାମ କରିବା ଲାଗି ସହକର୍ମୀଙ୍କ ସହଯୋଗ ପାଇବେ। ଖେଳାଳିମାନଙ୍କ ଲାଗି ଦିନଟି ଭଲ।

publive-image

ମୀନ: ବ୍ୟବସାୟରେ ପୁଞ୍ଜି ନିବେଶ କରନ୍ତୁ, ଲାଭ ହେବ। ନିଜ ପରିଶ୍ରମ ବଳରେ ଚାକିରିର ଭଲ ପରିଣାମ ପାଇବେ। କଳାକ୍ଷେତ୍ରରେ ଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନ ମିଳିବ। ବିଦ୍ୟାର୍ଥୀଙ୍କୁ ସଫଳତା ମିଳିପାରେ।