ଜାଣନ୍ତୁ ଆଜିର ରାଶିଫଳ

ମେଷ: ଝମେଲା ଠାରୁ ଦୂରେଇ ରହନ୍ତୁ। କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତିର ନିକଟତର ଥିଲେ ଅଧିକ ପରିଶ୍ରମ କରନ୍ତୁ।‌ ପ୍ରେମୀ ଯୁଗଳ ‌ଏକତ୍ର ସମୟ ଅତିବାହିତ କରିବେ।

ବୃଷ: କରି ଆସୁଥିବା କାମରେ ଲାଭ ପାଇବେ। ଲୋକମାନଙ୍କ ଆଗରେ ଆପଣଙ୍କ ଛବି ଭଲ ରହିବ। ସାଥୀ ଭାବନାକୁ ବୁଝିବେ। ସମ୍ବନ୍ଧରେ ମଧୁରତା ଆସିବ। ଛାତ୍ରଙ୍କ ଲାଗି ଦିନଟି ଭଲ। ‌

ମିଥୁନ: କାର୍ଯ୍ୟକ୍ଷେତ୍ରରେ ନୂଆ ବିଚାର ଉପରେ ଭାବିବା ପାଇଁ ଦିନଟି ଭଲ। କଠିନ ପରସ୍ଥିତିରେ କାହାର ସାହାଯ୍ୟ ପାଇବେ। ନୂଆ ଯାନ କିଣା ଲାଗି ଦିନଟି ଶୁଭ। ପ୍ରେମ ଜୀବନ ଭଲ ରହିବ।

କର୍କଟ: ପାରିବାରିକ ଦାୟିତ୍ବ ଭଲରେ ତୁଲାଇବେ। ବେପାର ବଢ଼ାଇବା ପାଇଁ ସାଥୀର ସାହାଯ୍ୟ ପାଇବେ। ନୂଆ ଘର କିଣିବା ଲାଗି ଦିନଟି ଭଲ। ପ୍ରେମୀଯୁଗଳଙ୍କ ମଧ୍ୟରେ ମଧୁରତା ବଢ଼ିବ।

ସିଂହ: ଅତ୍ୟଧିକ ଜିଦ୍ କରନ୍ତୁ ନାହିଁ। ସମସ୍ତଙ୍କ ସହିତ ଭଲ ସମ୍ବନ୍ଧ ରଖନ୍ତୁ। ସବୁ କାମ ମନମୁତାବକ ସଂପୂର୍ଣ୍ଣ ହେବ। ଧନଲାଭ ଯୋଗ ଅଛି। ଜୀବନସାଥୀଙ୍କୁ କିଛି ଭଲ କଥା କହିବେ।

କନ୍ୟା: ସରକାରୀ କାମରେ କାହାର ସାହାଯ୍ୟ ପାଇବେ। ବ୍ୟବସାୟରେ ଅଚାନକ ଧନଲାଭ ହୋଇପାରେ। ନବ ବିବାହିତଙ୍କ ଲାଗି ଦିନଟି ଭଲ। ଛାତ୍ରଙ୍କୁ ଶୁଭ ସୂଚନା ମିଳିବ।

ତୁଳା: କ୍ୟାରିୟରରେ ଭଲ ସଫଳତା ମିଳିବ। ସନ୍ଧ୍ୟାରେ ବନ୍ଧୁ ସହିତ ଦୀର୍ଘ ସମୟ କଥା ହେବେ। ସନ୍ତାନଙ୍କ କାମରେ ଅଧିକ ଖର୍ଚ୍ଚ କରିପାରନ୍ତି। ସ୍ବାସ୍ଥ୍ୟ ପ୍ରତି ସଚେତନ ରହନ୍ତୁ।

ବିଛା: କାର୍ଯ୍ୟବ୍ୟସ୍ତତାରେ ଦିନ କଟିବ। ପାରିବାରିକ ସଂପର୍କରେ ତା‌ଳମେଳ ରହିବ। ରାଜନୀତିରେ ଆର୍ଥିକ ଲାଭ ହେବ। ଶିକ୍ଷାର୍ଥୀଙ୍କର ପଢ଼ାରେ ମନ ଲାଗିବ। ଶରୀର ସୁସ୍ଥ ରହିବ।

ଧନୁ: ସଫଳତାର ଶୀର୍ଷରେ ପହଞ୍ଚିବେ। ଆହ୍ବାନକୁ ସହଜରେ ସମାଧାନ କରିଦେବେ। କଳାକାରଙ୍କ ଲାଗି ଭଲ ଦିନଟିଏ। ଦାମ୍ପତ୍ୟ ଜୀବନରେ ଖୁସି ଆସିବ। ଆୟ ବ୍ୟୟ ସମାନ ରହିବ।

ମକର: ଭାଗ୍ୟର ପୂରା ସହଯୋଗ ପାଇବେ। କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପନ କରିବେ। ବେପାରରେ ଆଶାତୀତ ଲାଭ ପାଇବେ। ଜୀବନସାଥୀଙ୍କୁ ଉପହାର ଦେବା ପାଇଁ ଭାବିବେ।

କୁମ୍ଭ: ଅଧିକତର ସମୟ ପରିବାର ଲୋକଙ୍କ ସହ ଅତିବାହିତ କରିବେ। ନୂଆ କାମରେ ଆଶାନୁରୂପ ଫଳ ପାଇବେ। ଲେଖକଙ୍କ ଲାଗି ଦିନଟି ଭଲ। ଦାମ୍ପତ୍ୟ ଜୀବନରେ ଖୁସି ଆସିବ।

ମୀନ: ଦୋକାନୀଙ୍କ ଲାଗି ଦିନଟି ଭଲ ରହିବ। ଚାକିରି ମିଳିବା ହେତୁ ଖୁସି ହେବେ। ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ। ଶିକ୍ଷାର୍ଥୀ ନୂଆ ପାଠ୍ୟକ୍ରମରେ ପ୍ରବେଶ ପାଇଁ ଭାବିବେ।

ସମ୍ବନ୍ଧିତ ଖବର