ଜାଣନ୍ତୁ ଆଜିର ରାଶିଫଳ

ମେଷ: ଜରୁରୀ କାମ ସଂପୂର୍ଣ୍ଣ କରିବାରେ ସଫଳ ହେବେ। ଜୀବନରେ ଲାଗି ରହିଥିବା ଚିନ୍ତା ଦୂର ହେବ। କୌଣସି ସହପାଠୀ ଆପଣଙ୍କ ଠାରୁ ସାହାଯ୍ୟ ଆଶା କରିବେ।

ବୃଷ: କାରବାରରେ ଯଥେଷ୍ଟ ଲାଭ ମିଳିବ। ପୂର୍ବରୁ କରିଥିବା ସାମାଜିକ କାର୍ଯ୍ୟ ଲାଗି ମାନ ସମ୍ମାନ ବଢ଼ିବ। ଜୀବନସାଥୀଙ୍କ ସହ ସମ୍ବନ୍ଧରେ ମଧୁରତା ବୃଦ୍ଧି ହେବ।

ମିଥୁନ: ସବୁ କାମ ଆପଣଙ୍କ ମନ ମୁତାବକ ସଂପୂର୍ଣ୍ଣ ହେବ। ଆପଣଙ୍କ ବ୍ୟବହାର ଦ୍ବାରା କିଛି ଲୋକ ପ୍ରଭାବିତ ହେବେ। ବ୍ୟବସାୟକୁ ନେଇ ମନରେ ନୂଆ ନୂଆ ବିଚାର ଆସିବ।

କର୍କଟ: ମନରେ ଦବି ରହିଥିବା କଥା ସମ୍ମୁଖକୁ ଆଣନ୍ତୁ। ଜୀବନରେ ଲାଭର ଅବସର ପାଇବେ। ଶିକ୍ଷକଙ୍କ ସାହାଯ୍ୟରେ ବିଦ୍ୟାର୍ଥୀଙ୍କର କୌଣସି ପ୍ରକଳ୍ପ ପୂରା ହେବ।

ସିଂହ: ବିଶେଷ ପ୍ରସଙ୍ଗରେ ପରିବାର ଲୋକଙ୍କ ସହ କଥାବାର୍ତ୍ତା କରିବେ। ଚାକିରି ବୃତ୍ତି ସମ୍ପର୍କିତ ଯାତ୍ରା ଫଳପ୍ରଦ ହେବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ମାନ ସମ୍ମାନ ବଢ଼ିବ।

କନ୍ୟା: ଆପଣଙ୍କ ମନକୁ ଏଭଳି ବିଚାର ଆସିବ ଯାହା ପ୍ରଗତିର ଦ୍ବାର ଖୋଲିଦେବ। ଅଫିସରେ ବାକି କାମ ସଂପୂର୍ଣ୍ଣ ହୋଇଯିବ। ପ୍ରେମ ପ୍ରସଙ୍ଗ ପ୍ରତି ଆପଣଙ୍କର ଆକର୍ଷଣ ବଢ଼ିବ।

ତୁଳା: ଜୀବନକୁ ସୁନ୍ଦର କରିବା ଲାଗି ଚେଷ୍ଟା କରିବେ। ଅନ୍ୟମାନଙ୍କ ଆଗରେ ନିଜର କଥା ସ୍ପଷ୍ଟଭାବେ କହିପାରିବେ। କୌଣସି ଗ୍ରାହକଙ୍କ ଠାରୁ ଭଲ ଲାଭ ମିଳିବ।

ବିଛା: ଆପଣଙ୍କର ସବୁ କାର୍ଯ୍ୟ ସଫଳ ହେବ। ଚାକିରି ନେଇ ଆପଣଙ୍କୁ ଭଲ ଖବର ମିଳିପାରେ। ବ୍ୟବସାୟୀଙ୍କୁ ବିଶେଷ ସଫଳତା ହାସଲ ହେବ। ପ୍ରେମ ଜୀବନ ଭଲ ରହିବ।

ଧନୁ: ଆପଣ ସମସ୍ତଙ୍କ ଦୃଷ୍ଟିରେ ଭଲ ହୋଇ ରହିବେ। ନୂଆ କାମର ଯୋଜନା ପ୍ରସ୍ତୁତ କରିବେ। ବ୍ୟବସାୟ କ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିଙ୍କ ସହ ସାକ୍ଷାତ ହେବ।

ମକର: କ୍ୟାରିୟରରେ ଆଗକୁ ବଢ଼ିବା ଲାଗି ନୂଆ ସୁଯୋଗ ଆସିବ। କୋର୍ଟର ଫଇସଲା ଆପଣଙ୍କ ପକ୍ଷରେ ଆସିପାରେ। ଜୀବନସାଥୀଙ୍କ ସହ ତାଳମେଳ ବହୁତ ଭଲ ରହିବ।

କୁମ୍ଭ: ଆପଣଙ୍କ ଧ୍ୟାନ ଅଧୁରା କାମ ସଂପୂର୍ଣ୍ଣ କରିବାରେ ଲାଗି ରହିବ। କ୍ରିକେଟ୍‌ ଖେଳାଳିଙ୍କ ଲାଗି ଦିନଟି ଭଲ। ଆଖପାଖର ଲୋକେ ଆପଣଙ୍କ ବ୍ୟବହାରରେ ଖୁସି ହେବେ।

ମୀନ: ବ୍ୟକ୍ତିତ୍ବ ବିକଶିତ କରିବା ଲାଗି ଚେଷ୍ଟା କରିବେ। ଅଫିସରେ ମହତ୍ତ୍ବପୂର୍ଣ୍ଣ ଦାୟିତ୍ବ ମିଳିବ। ଆର୍ଥିକ ଚିନ୍ତା ଦୂର ହେବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ।

ସମ୍ବନ୍ଧିତ ଖବର