ଜାଣନ୍ତୁ ଆଜିର ରାଶିଫଳ

ମେଷ: ସାରାଦିନ ମନ ପ୍ରସନ୍ନ ରହିବ। ସରକାରୀ ଚାକିରିଆଙ୍କୁ ସହକର୍ମୀଙ୍କ ସାହାଯ୍ୟ ମିଳିବ। ଜମି ଦଲାଲଙ୍କୁ ଆଶା ଠାରୁ ଅଧିକ ଲାଭ ହେବ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

ବୃଷ: ଲେଖକଙ୍କ ବିଚାରକୁ ସମ୍ମାନ ମିଳିବ। ପରିବାରରେ ହସଖୁସିର ପରିବେଶ ରହିବ। ଘରକୁ ଅନ୍ତରଙ୍ଗ ବନ୍ଧୁ ଆସିପାରନ୍ତି। ସାମାଜିକ କର୍ମୀଙ୍କୁ ପ୍ରତିଷ୍ଠା ମିଳିବ।

ମିଥୁନ: ଆପଣଙ୍କ ମନ ଆନନ୍ଦିତ ରହିବ। ଦୀର୍ଘ ଦିନରୁ ଲାଗି ରହିଥିବା ସ୍ବାସ୍ଥ୍ୟ ସମସ୍ୟାର ଅନ୍ତ ହେବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ପାରିବାରିକ ବାତାବରଣ ଶାନ୍ତିଦାୟକ ରହିବ।

କର୍କଟ: ଆପଣ ଚିନ୍ତା ମୁକ୍ତ ରହିବେ। ଚାକିରିଆଙ୍କୁ ଆର୍ଥିକ ଲାଭ ହୋଇପାରେ। ନୂଆ କାମରେ ରୁଚି ବଢ଼ିବ। କୋର୍ଟ କଚେରି ମାମଲାରେ ଆପଣ ଜିତିବେ।

ସିଂହ: ବନ୍ଧୁଙ୍କ ପରାମର୍ଶ ଆପଣଙ୍କୁ ପସନ୍ଦ ଆସିବ। ବ୍ୟବସାୟରେ ଆର୍ଥିକ ଲାଭ ହୋଇପାରେ। ଘର କାମରେ ବଡ଼ ଭାଇଙ୍କ ସାହାଯ୍ୟ ପାଇବେ। ଦାମ୍ପତ୍ୟ ଜୀବନ ପ୍ରେମମୟ ହେବ।

କନ୍ୟା: ଚିନ୍ତା ମୁକ୍ତ ରହିବେ। ବଡ଼ଙ୍କ ପରାମର୍ଶ ନିଅନ୍ତୁ ଅଧୁରା କାମ ପୂରା ହୋଇଥିବ। ବ୍ୟବସାୟରେ ଉନ୍ନତି ପାଇଁ ନୂଆ ଯୋଜନା କରିବେ। ବିବାହିତ ଲୋକଙ୍କୁ ଦାମ୍ପତ୍ୟ ସୁଖ ମିଳିବ।

ତୁଳା: ଭାବିଥିବା କାମ ଶୀଘ୍ର ସଂପୂର୍ଣ୍ଣ କରିଦେବେ। ଅନ୍ୟମାନେ କହିବା ବେଳେ ଉପରେ ପଡ଼ି କହନ୍ତୁ ନାହିଁ। ଗଣମାଧ୍ୟମ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ବହୁତ ଭଲ।

ବିଛା: ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ଉଚ୍ଚ ପଦ ମିଳିପାରେ। ଅଫିସରେ ଅଧସ୍ତନ କର୍ମଚାରୀଙ୍କର ସହଯୋଗ ପାଇବେ। ଜମିରେ ନିବେଶ କରନ୍ତୁ, ଯଥେଷ୍ଟ ଲାଭ ହେବ।

ଧନୁ: ବ୍ୟବସାୟ ମାନ୍ଦା ଧରିପାରେ। ଆର୍ଥିକ ସ୍ଥିତି ଚିନ୍ତାଜନକ ହେବ। ସହକର୍ମୀଙ୍କ ସହ କଥା କଟାକଟି ହୋଇପାରେ। ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ।

ମକର: ଅଧୁରା କାମ ସଂପୂର୍ଣ୍ଣ ହେବ। ଧନଲାଭ ପାଇଁ କିଛି ନୂଆ ସୁଯୋଗ ପାଇବେ। ଫିଲ୍ମ କାଳକାରଙ୍କ ଲାଗି ଭଲ ଦିନଟିଏ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ।

କୁମ୍ଭ: ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ବେକାରଙ୍କୁ ରୋଜଗାରର ଅବସର ମିଳିବ। ଘରେ ଧର୍ମକାର୍ଯ୍ୟ ଆୟୋଜନ କରିପାରନ୍ତି।

ମୀନ: ନୂଆ ଲକ୍ଷ୍ୟ ହାସଲ କରିବେ। ସଙ୍ଗୀତ ନିର୍ଦେଶକ ଓ କଣ୍ଠଶିଳ୍ପୀଙ୍କୁ ପ୍ରସିଦ୍ଧି ମିଳିବ। ଆପଣ କରିଥିବା ସାମାଜିକ କାର୍ଯ୍ୟ ପାଇଁ ଆପଣଙ୍କୁ ସମ୍ମାନିତ କରାଯାଇପାରେ।

ସମ୍ବନ୍ଧିତ ଖବର