ଜାଣନ୍ତୁ ଆଜିର ରାଶିଫଳ

ମେଷ: କାରବାରରେ ଲାଭ ପାଇବେ। ବନ୍ଧୁ ସହିତ ବିଗିଡ଼ିଥିବା ସମ୍ବନ୍ଧ ସୁଧୁରିବ। ମନରେ ଦବି ରହିଥିବା କଥା ଖୋଲିକରି କହନ୍ତୁ। ଏହାଦ୍ବାରା ମନ ଶାନ୍ତ ହେବ ଏବଂ ଅଶାନ୍ତି ଦୂର ହେବ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।

ବୃଷ: ଜୀବନରେ ଲାଗି ରହିଥିବା ସବୁ କଷ୍ଟ ନିବାରଣ ହେବ। ବ୍ୟବସାୟ କାମରେ ଅନ୍ୟ ସହରକୁ ଯିବେ। ଘରକୁ କେହି ବନ୍ଧୁ ଆସିପାରନ୍ତି। ଆପଣଙ୍କୁ ରୋଜଗାରର ଅବସର ମିଳିବ।

ମିଥୁନ: ଆପଣଙ୍କୁ ଶିକ୍ଷା କ୍ଷେତ୍ରରେ ଉନ୍ନତି ମିଳିବ। ଆପଣଙ୍କର ଆତ୍ମବିଶ୍ବାସ କମ୍ ହେବାକୁ ଦିଅନ୍ତୁ ନାହିଁ। କଳା ବା ରଚନାତ୍ମକ କାର୍ଯ୍ୟରେ ଆପଣଙ୍କର ରୁଚି ବଢ଼ିବ। ଜୀବନସାଥୀ ସହିତ ସମ୍ବନ୍ଧ ମଧୁର ହେବ।

କର୍କଟ: କୌଣସି ଜରୁରୀ କାମ ସଂପୂର୍ଣ୍ଣ କରିବାରେ ସଫଳ ହେବେ। ଜୀବନସାଥୀ ସହିତ ସମୟ ଅତିବାହିତ କରିବେ। କୌଣସି ବଡ଼ ଏବଂ ଅଲଗା କାମ କରିବାରେ ନିବୃତ୍ତ ରହନ୍ତୁ। ଜମି କିଣିବା ଲାଗି ଦିନଟି ଭଲ।

ସିଂହ: କୌଣସି ବନ୍ଧୁ ମାଧ୍ୟମରେ ଆପଣଙ୍କର କାମ ସଂପୂର୍ଣ୍ଣ ହୋଇଯିବ। ସାହିତ୍ୟ କ୍ଷେତ୍ରରେ ଥିବା ଲୋକ ନିଜର ଯୋଗ୍ୟତା ପାଇଁ ସମ୍ମାନିତ ହେବେ। ଅନ୍ୟର ଉତ୍ସାହ ଦେଖି ଆପଣ ଉତ୍ସାହିତ ହେବେ।

କନ୍ୟା: ଅଫିସ୍‌ରେ କାମ ପ୍ରତିଦିନ ତୁଳନାରେ ବହୁତ ଭଲଭାବରେ ହେବ। ଅଚାନକ ଧନଲାଭ ହେବ। ସନ୍ଧ୍ୟାରେ ଘରକୁ ବନ୍ଧୁ ଆସିବେ। କିଛି ଯୋଜନା ସମୟ ପୂର୍ବରୁ ପୂରା ହୋଇଯିବ। ପ୍ରେମ ଜୀବନ ଭଲ ରହିବ।

ତୁଳା: ଅର୍ଡର ସପ୍ଲାଇଙ୍କ ପାଇଁ ଦିନଟି ଭଲ ରହିବ। ଡାକ୍ତର ନୂଆ ଚିକିତ୍ସାଳୟ ଆରମ୍ଭ କରିପାରନ୍ତି। ଜୀବନସାଥୀ ଠାରୁ ଭଲ ଜିନିଷ ପାଇବେ। କୌଣସି ପୁରୁଣା ବନ୍ଧୁ ସହିତ ଦେଖା ହୋଇପାରେ।

ବିଛା: ଭାବିଥିବା ସବୁ କାମ ପୂରା ହୋଇଯିବ। ମାନସିକ ରୂପେ ପ୍ରସନ୍ନତା ବଜାୟ ରହିବ। ଜୀବନସାଥୀ ସହିତ ସମ୍ବନ୍ଧ ମଧୁର ହେବ। କାମର କୌଣସି ଯୋଜନା ସମୟ ପୂର୍ବରୁ ପୂରା ହୋଇଯିବ।

ଧନୁ: ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ। ଆପଣ ପରିଶ୍ରମର ଫଳ ନିଶ୍ଚୟ ପାଇବେ। ଦାୟିତ୍ବର ଅଧିକ ବୋଝ ପାଇଁ ଆପଣଙ୍କ ମନୋଭାବ ଖରାପ ହେବ। ରାଜନୀତିରେ ସଫଳତା ପାଇବେ।

ମକର: ଆର୍ଥିକ ଉଢ଼ାଣ ଗଢ଼ାଣର ସ୍ଥିତି ଦେଖିବେ। ଜରୁରୀ କାମରେ ବନ୍ଧୁର ସହଯୋଗ ପାଇବେ। ନିଜ ସାମର୍ଥ୍ୟରେ କାମକୁ ସରଳତାରେ ପୂରା କରିନେବେ। ଜୀବନସାଥୀ ସହ ଲାଗି ରହିଥିବା ମନାନ୍ତର ଦୂର ହୋଇଯିବ।

କୁମ୍ଭ: କ୍ୟାରିୟରରେ ପରିବର୍ତ୍ତନ ଆଣିବା ଲାଗି ନୂଆ ଅବସର ପାଇବେ। ରାଜନୀତି କ୍ଷେତ୍ରରେ ସଫଳତା ମିଳିପାରେ। କାହାରି ସହିତ ମିଶି କରିଆସୁଥିବା କାମରେ ସଫଳ ହେବେ। ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ।

ମୀନ: ଆର୍ଥିକ ସ୍ଥିତି ମଜଭୁତ ରହିବ। ଯେଉଁ କାମ ମନପ୍ରାଣ ଢାଳି କରିବେ ସେହି କାମ ଭଲ ଭାବରେ ହେବ। ଯାନ ସାବଧାନତାର ସହ ଚଳାନ୍ତୁ। ଅଫିସ୍‌ କାମ ବିନା ବାଧାରେ ସଂପୂର୍ଣ୍ଣ ହେବ। ପ୍ରେମ ଜୀବନ ଭଲ ରହିବ।

ସମ୍ବନ୍ଧିତ ଖବର