publive-imageମେଷ: କ୍ୟାରିୟର୍ ଲାଗି ଯାହା ମହତ୍ତ୍ବପୂର୍ଣ୍ଣ ତାହା ଉପରେ ଗୁରୁତ୍ବ ଦିଅନ୍ତୁ। ଦୋକାନୀଙ୍କ ଲାଗି ଦିନଟି ବହୁତ ଭଲ। ସାମାଜିକ ସ୍ତରରେ ଲୋକମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିବେ।

Advertisment

publive-image

ବୃଷ: କୌଣସି ବନ୍ଧୁଙ୍କୁ ନିଜର କଥା କହିବେ। ପୂର୍ବ ବିଚାରକୁ ଛାଡ଼ି ନୂଆ ବିଚାର ଗ୍ରହଣ କରିବେ। ବ୍ୟବସାୟୀଙ୍କୁ ଧନଲାଭ ହେବ। ଦାମ୍ପତ୍ୟ ସମ୍ବନ୍ଧ ମଧୁର ହେବ।

publive-image

ମିଥୁନ: ପୂର୍ବରୁ ଲାଗି ରହିଥିବା ବିବାଦର ସମାଧାନ ହୋଇଯିବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଘରୋଇ ଉଦ୍ୟୋଗରେ ଚାକିରି ଲାଗି ଡାକରା ଆସିବ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ। ‌

publive-image

କର୍କଟ: ଅଧ୍ୟାପକଙ୍କ ଲାଗି ଦିନଟି ଭଲ। ଯାହା ବି କାମ କରିବେ ନିର୍ଦ୍ଧାରିତ ସମୟରେ ପୂରା କରିନେବେ। ବ୍ୟବସାୟରେ ଲାଭ ପାଇବେ। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ।

publive-image

ସିଂହ: ଜୀବନରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ଧର୍ମକାର୍ଯ୍ୟରେ ଆସ୍ଥା ବଢ଼ିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ। ସରକାରୀ କାମରେ ବଡ଼ ଲୋକଙ୍କ ସାହାଯ୍ୟ ପାଇବେ।

publive-image

କନ୍ୟା: ବ୍ୟବସାୟରେ ଆଶାଜନକ ଫଳ ପାଇବେ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ। ନୂଆ ଗାଡ଼ି କିଣିବା ଲାଗି ଆଗ୍ରହ ବଢ଼ିବ।

publive-image

ତୁଳା: ବାପାଙ୍କର ସ୍ନେହ ପାଇବେ। କୌଣସି କାମ‌ରେ ଆପଣଙ୍କ ସମ୍ମୁଖକୁ ବଡ଼ ଚାଲେଞ୍ଜ ଆସିବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।

publive-image

ବିଛା: ସଂଚାର କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ଆଇନ ମାମଲାରେ ଆପଣଙ୍କୁ ଆରାମ ମିଳିବ। ରାଜନେତାଙ୍କର ମାନ ସମ୍ମାନ ବଢ଼ିବ। ପ୍ରେମ ସଂପର୍କ ନିବିଡ଼ ହେବ।

publive-image

ଧନୁ: ଓକିଲଙ୍କ ଲାଗି ଦିନଟି ମହତ୍ତ୍ବପୂର୍ଣ୍ଣ; ନୂଆ ମକଦ୍ଦମା ପାଇବେ। ବନ୍ଧୁ ସହ ଫୋନରେ କଥା ହେବେ। ଅଫିସରେ ଅଧିକ କାମ କରିବେ। ପୁରୁଣା ବନ୍ଧୁ ସହିତ ଆପଣଙ୍କ ସାକ୍ଷାତ ହେବ।

publive-image

ମକର: ଜମି କିଣିବା ପୂର୍ବରୁ ଦଲିଲକୁ ଭଲଭାବେ ଯାଞ୍ଚ କରି ନିଅନ୍ତୁ। ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ। ମାନ ପ୍ରତିଷ୍ଠା ବଜାୟ ରଖିବା ଲାଗି ସାମାଜିକ କାର୍ଯ୍ୟ କରନ୍ତୁ।

publive-image

କୁମ୍ଭ: ପେସାଦାର ବ୍ୟବସାୟୀଙ୍କୁ ଭଲ ଜାଗାରେ ପୁଞ୍ଜି ବିନିଯୋଗର ସୁଯୋଗ ମିଳିବ। ପରିବାର ସହିତ ଅଧିକ ସମୟ ଅତିବାହିତ କରିବେ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ।

publive-image

ମୀନ: ଲୋକଙ୍କ ସହ ପ୍ରେମପୂର୍ବକ କଥା ହେବେ। କୌଣସି କାମରେ ଅଧିକ ସମୟ ବ୍ୟୟ ହେବ। ପରିବାରରେ କାହାରି ସହିତ ମତଭେଦ ହୋଇପାରେ।