ଜାଣନ୍ତୁ ଆଜିର ରାଶିଫଳ

ମେଷ: ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। କାମରେ ଦୂର ସ୍ଥାନକୁ ଯିବେ। ପରିବାର ସମ୍ବନ୍ଧରେ ଖୁସି ଖବର ପାଇବେ। ପ୍ରେମ ପ୍ରତି ଆକର୍ଷଣ ଅନ୍ୟ ଦିନ ଅପେକ୍ଷା ଅଧିକ ରହିବ। ‌

ବୃଷ: ବ୍ୟବସାୟରେ ସଫଳତାର ଶିଖର ଛୁଇଁବେ। ଲାଗି ରହିଥିବା ସମସ୍ୟା କମ୍ ହେବ। ପିଲାମାନଙ୍କ ଠାରୁ ବହୁତ ଖୁସି ପାଇବେ। କୌଣସି ସମାରୋହକୁ ଯିବାର ଯୋଜନା କରିବେ।

ମିଥୁନ: ଯେଉଁ କାମ କରିବାକୁ ଚାହିଁବେ ତାହା ସଂପୂର୍ଣ୍ଣ ହୋଇଯିବ। ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ। ଶିକ୍ଷାର୍ଥୀଙ୍କର ଲେଖାପଢ଼ାରେ ମନ ଲାଗିବ।

କର୍କଟ: ବନ୍ଧୁ ମାଧ୍ୟମରେ ଅଧୁରା କାମ ପୂରା ହେବ। ପାଖଲୋକଙ୍କ ଠାରୁ ଖୁସି ଖବର ପାଇବେ। ବାପା ମାଆଙ୍କ ସହ ଧର୍ମାନୁଷ୍ଠାନକୁ ଯିବେ। ସମାଜରେ ଆଦର ସମ୍ମାନ ପାଇବେ।

ସିଂହ: ବ୍ୟାବସାୟିକ ଯାତ୍ରା ଫଳପ୍ରଦ ହେବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ଚାକିରି ପାଇଁ ଡାକରା ଆସିପାରେ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ଭଲ ସୁଯୋଗ ମିଳିବ।

କନ୍ୟା: ଉଚ୍ଚପଦ ପ୍ରାପ୍ତ କରିବାର ଇଚ୍ଛା ଜାଗ୍ରତ ହେବ। କୌଣସି କାମରେ ଅଧିକ ଯାତାୟାତ କରିବାକୁ ପଡ଼ିପାରେ। ଘରୋଇ ଜିନିଷ କିଣିବାରେ ଅଧିକ ଖର୍ଚ୍ଚ କରିବେ।

ତୁଳା: ସକାରାତ୍ମକ ମାନସିକତା ରଖନ୍ତୁ। ନିଜର ଶକ୍ତିକୁ ଠିକ୍‌ ସ୍ଥାନରେ ଲଗାନ୍ତୁ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ବୈବାହିକ ଜୀବନ ସୁଖରେ ପୂର୍ଣ୍ଣ ରହିବ।

ବିଛା: କାମରେ ବଡ଼ଙ୍କର ସହଯୋଗ ପାଇବେ। ଭଲ ଚାକିରିର ଆଶା ବଢ଼ିବ। ବିବାହଯୋଗ୍ୟ ଯୁବକଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ। ଇଂଜିନିୟରିଂ ଛାତ୍ରଙ୍କ ଲାଗି ଦିନଟି ଶୁଭ।

ଧନୁ: ଆପଣଙ୍କ ମନ ଶାନ୍ତ ରହିବ। ବନ୍ଧୁ ଠାରୁ ଭଲ ପରାମର୍ଶ ପାଇବେ। ଅଫିସ କାମ ପାଇଁ ଦିନଟି ଅନୁକୂଳ। ବେପାରରେ ଉନ୍ନତି ହେବ। ପାରିବାରିକ ବାତାବରଣ ସକାରାତ୍ମକ ରହିବ।

ମକର: ଦିନଟି ଆତ୍ମବିଶ୍ବାସରେ ପୂର୍ଣ୍ଣ ରହିବ। କୌଣସି ଧାର୍ମିକ ସତସଙ୍ଗକୁ ଯିବେ। ଘରେ ସୁଖ ସମୃଦ୍ଧି ବୃଦ୍ଧି ହେବ। ରୋଜଗାରର ନୂଆ ଅବସର ପାଇବେ। ପ୍ରିୟ ବନ୍ଧୁଙ୍କୁ ମନର କଥା କହିବେ।

କୁମ୍ଭ: ନୂଆ କାମ ପାଇଁ ମନରେ ବିଚାର ଆସିବ। ଶିକ୍ଷା କ୍ଷେତ୍ରରେ ଭଲ ଫଳ ପାଇବେ। ବ୍ୟବସାୟରେ ଆଶାଜନକ ପରିଣାମ ପାଇବେ। ରାଜନୈତିକ କାର୍ଯ୍ୟକ୍ରମ ପ୍ରତି ଆକର୍ଷିତ ହେବେ।

ମୀନ: ନିଜର ଲୋକ ଆପଣଙ୍କୁ ଠିକ୍‌ ଦିଗରେ ନେଇଯିବେ। ପରିଶ୍ରମ ତୁଳନାରେ ଅଧିକ ଲାଭ ପାଇବେ। ଅଫିସ କାମରେ କୌଣସି ଆହ୍ବାନ ଆସିବ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ।

ସମ୍ବନ୍ଧିତ ଖବର