ଜାଣନ୍ତୁ ଆଜିର ରାଶିଫଳ

‌ମେଷ: ଆପଣଙ୍କୁ କିଛି କାମରେ ସଫଳତା ମିଳିପାରେ। ଅଜଣା ଲୋକଙ୍କ ଉପରେ ଭରସା କରନ୍ତୁ ନାହିଁ। କୌଣସି ସାମାଜିକ କାର୍ଯ୍ୟରେ ଅଂଶ ଗ୍ରହଣ କରିପାରନ୍ତି। ବନ୍ଧୁ ସହିତ ସମ୍ବନ୍ଧ ଆହୁରି ମଜଭୁତ ହେବ।

ବୃଷ: ନକାରାତ୍ମକ ଚିନ୍ତା ମସ୍ତିଷ୍କକୁ ଆସିବାକୁ ଦିଅନ୍ତୁ ନାହିଁ। ବ୍ୟବସାୟ କାମରେ ଅନ୍ୟ ସହରକୁ ଯିବେ। କୌଣସି କାମରେ ଭାଇ ଭଉଣୀର ସହଯୋଗ ପାଇବେ। କୌଣସି ବିଶେଷ ଜାଗାରେ ଆପଣଙ୍କର ପ୍ରଶଂସା ହେବ।

ମିଥୁନ: ସମାଜରେ ଆପଣଙ୍କର ସମ୍ମାନ ଓ ପ୍ରଭାବ ବଢ଼ିବ। ଅର୍ଡ଼ର ସପ୍ଲାଇଙ୍କୁ ଭଲ ଗ୍ରାହକ ମିଳିବାର ସମ୍ଭାବନା। ପଡ଼ିଶାର ବିଶିଷ୍ଟ ବ୍ୟକ୍ତିଙ୍କ ସାକ୍ଷାତ ହୋଇପାରେ। ପ୍ରିୟଜନଙ୍କ ଠାରୁ ଉପହାର ପାଇବେ।

କର୍କଟ: ବାପା ମାଆଙ୍କ ସହିତ କୌଣସି ଧର୍ମାନୁଷ୍ଠାନକୁ ଯିବେ। ଭଲ ଖବର ପାଇବେ। ଶିକ୍ଷା କ୍ଷେତ୍ରରେ ଥିବା ଲୋକଙ୍କୁ ଉନ୍ନତିର ନୂଆ ଅବସର ମିଳିବ। କର୍ମଜୀବୀ ମହିଳାଙ୍କର ଅଫିସରେ ଦିନଟି ଭଲରେ କଟିବ।

ସିଂହ: ଜୀବନସାଥୀ ସହିତ ସମ୍ବନ୍ଧ ମଧୁର ହେବ। ଟ୍ରାଭେଲ ଏଜେନ୍ସି କ୍ଷେତ୍ରରେ ଲୋକଙ୍କର ଆୟ ଭଲ ହେବ। ଆପଣଙ୍କର ଦୀର୍ଘ ଦିନର ଅଟକିଥିବା କାମ ସଂପୂର୍ଣ୍ଣ ହୋଇଯିବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।

କନ୍ୟା: ପ୍ରତିଷ୍ଠାରେ ବୃଦ୍ଧି ଆଣିବା ଲାଗି ମଉକା ପାଇବେ। କ୍ରିକେଟ୍‌ ଖେଳାଳିଙ୍କ ଲାଗି ଦିନଟି ବହୁତ ଭଲ ରହିବ। ଜୀବନସାଥୀ ସହିତ ତାଳମେଳ ବଜାୟ ରହିବ। ଘରକୁ କେହି ବନ୍ଧୁ ଆସିବେ।

ତୁଳା: ବରିଷ୍ଠ ଅଧିକାରୀଙ୍କ ସହଯୋଗ ପାଇବେ। ଭାଗୀଦାରି ସହିତ ରାତ୍ରିଭୋଜନ ପାଇଁ କାର୍ଯ୍ୟକ୍ରମ ବନାଇବେ। ବେପାରରେ ଉନ୍ନତି ହେବ। ଗାୟକଙ୍କୁ ମଞ୍ଚରେ ପ୍ରଦର୍ଶନ ପାଇଁ ସୁଯୋଗ ମିଳିପାରେ।

ବିଛା: ବ୍ୟବସାୟ ସମ୍ବନ୍ଧରେ ନୂଆ ଲୋକଙ୍କ ସହିତ ମିଶିବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ। ବରିଷ୍ଠ ନେତା ଆପଣଙ୍କ କାମର ପ୍ରଶଂସା କରିବେ। ପିଲା ଆପଣଙ୍କୁ ଭଲ ଖବର ଦେବେ।

ଧନୁ: ନୂଆ ଲୋକଙ୍କ ସହିତ ଟିକେ ଧୈର୍ଯ୍ୟଧରି କରି ରହିବା ଦରକାର। ନିଜକୁ ସୁସ୍ଥ ରଖିବା ଲାଗି ଯୋଗ କରନ୍ତୁ। ଅଧ୍ୟୟନ ପ୍ରତି ଏକାଗ୍ରତାରେ କିଛି କମି ଆସିପାରେ। ଆପଣଙ୍କ ଜୀବନରେ କିଛି ପରିବର୍ତ୍ତନ ଆସିପାରେ।

ମକର: ଆପଣଙ୍କର ଇଚ୍ଛା କୌଣସି ନୂଆ କାମ ପ୍ରତି ହୋଇପାରେ। ବ୍ୟବସାୟରେ ନୂଆ ଗୋଷ୍ଠୀ ସହିତ ଯୋଡ଼ିପାରନ୍ତି। ପ୍ରେମୀ ଯୁଗଳ କୌଣସି ଭଲ ଜାଗାକୁ ବୁଲି ଯିବେ। ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ।

କୁମ୍ଭ: ପୂର୍ବରୁ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ବାପା ମାଆଙ୍କ ସହିତ ବଢ଼ିଆ ସମ୍ବନ୍ଧ ସ୍ଥାପିତ ହେବ। ମନୋରଂଜନ ପାଇଁ ବାହାରକୁ ଭ୍ରମଣରେ ଯାଇପାରନ୍ତି। ଛାତ୍ରୀଙ୍କ ଲାଗି ଦିନଟି ଅନୁକୂଳ ରହିବ।

ମୀନ: ସରକାରୀ କାମରେ କୌଣସି ବଡ଼ ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ। ପିଲାଙ୍କ ପ୍ରତି ଆପଣଙ୍କ ସ୍ବଭାବ ନରମ ରହିବ। ଆପଣଙ୍କୁ ବ୍ୟବସାୟରେ ନୂଆ ଅର୍ଡର ମିଳିବ। ପ୍ରେମ ଜୀବନ ସୁଖଦ ହେବ।

ସମ୍ବନ୍ଧିତ ଖବର