ମେଷ: ଅଫିସରେ ଯେଉଁ କାମ କରିଛନ୍ତି ତା’ର ଶ୍ରେୟ ଅନ୍ୟ କାହାରିକୁ ଦିଅନ୍ତୁ ନାହିଁ। ବ୍ୟବସାୟରେ ଲାଭ ହେବ। ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ଆସିବ। ସମାଜରେ ପ୍ରତିଷ୍ଠିତ ହେବେ।
ବୃଷ: ସଫଳତା ଓ ଉଚ୍ଚପଦ ପ୍ରାପ୍ତ କରିବାର ଇଚ୍ଛା ଜାଗ୍ରତ ହେବ। ସବୁ ପ୍ରକାର ବ୍ୟବସାୟ କାମରେ ସଫଳତା ପାଇବେ। ପାରିବାରିକ ଓ ବୈବାହିକ ଜୀବନ ସୁଖମୟ ହେବ।
ମିଥୁନ: ଭବିଷ୍ୟତର ଯୋଜନା କରିବା ପାଇଁ ଦିନଟି ଭଲ। ଜୀବନରେ ଲାଗି ରହିଥିବା ସମସ୍ୟାର ସମାଧାନ ବାହାରିବ। ପ୍ରେମୀଯୁଗଳ ପରସ୍ପରଙ୍କ ଉପରେ ବିଶ୍ବାସ ରଖନ୍ତୁ।
କର୍କଟ: ସଫଳତା ପଥରେ ଥିବା ବାଧା ଦୂର ହୋଇଯିବ। ପ୍ରେମିକାଙ୍କ ଭାବନାକୁ ବୁଝିବେ। କାମରେ ବଡ଼ ଲୋକଙ୍କ ସହଯୋଗ ପାଇବେ। ପାରିବାରିକ ଜୀବନ ସୁଖମୟ ହେବ।
ସିଂହ: ମକଦ୍ଦମାର ଫଇସଲା ଆପଣଙ୍କ ପକ୍ଷରେ ଆସିବ। ବେପାରରେ ଆପଣଙ୍କୁ ଖୁବ୍ ଲାଭ ମିଳିବ। ପ୍ରିୟଜନଙ୍କ ସହ ଦୀର୍ଘ ସମୟ କଥା ହେବେ। ସାମାଜିକ ସମାରୋହକୁ ଯିବେ।
କନ୍ୟା: ଅତୀତ କଥା ପସୋରି ଆଗକୁ ବଢ଼ନ୍ତୁ। କିଛି ନୂଆ ମଉକା ମିଳିବ ଯାହାଦ୍ବାରା ଆପଣଙ୍କୁ ଆର୍ଥିକ ଲାଭ ହେବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧରେ ସୁଖ ବଢ଼ିବ।
ତୁଳା: ଆପଣଙ୍କ ମନ ଆଧ୍ୟାତ୍ମିକ ଭାବନାରେ ବୁଡ଼ି ରହିବ। ପ୍ରେମିକ-ପ୍ରେମିକାଙ୍କ ଲାଗି ଦିନଟି ନୂଆ ଖୁସି ନେଇ ଆସିବ। ଆପଣଙ୍କ ମନରେ ନୂଆ କାମ ପାଇଁ ବିଚାର ଆସିବ।
ବିଛା: ଚାକିରି କ୍ଷେତ୍ରରେ ସାବଧାନତା ଅବଲମ୍ବନ କରନ୍ତୁ। ନିର୍ଦ୍ଧାରିତ ଲକ୍ଷ୍ୟ ନିକଟରେ ପହଞ୍ଚି ଯାଇପାରିବେ। ଜରୁରୀ କାମ ଅନ୍ୟମାନଙ୍କ ଭରସାରେ ଛାଡ଼ନ୍ତୁ ନାହିଁ।
ଧନୁ: ମାନସିକ ରୂପେ ସୁସ୍ଥ ରହିବେ। ଯେଉଁମାନେ ରାଜନୀତି କ୍ଷେତ୍ରରେ ଅଛନ୍ତି ସେମାନଙ୍କର ସମାଜରେ ପ୍ରତିଷ୍ଠା ବୃଦ୍ଧି ହେବ। ପଇସା ଦିଆନିଆ ବେଳେ ସାବଧାନତା ଅବଲମ୍ବନ କରନ୍ତୁ।
ମକର: ଡାକ୍ତର ନୂଆ ଚିକିତ୍ସାଳୟ ଆରମ୍ଭ କରିବା ଲାଗି ମନ ସ୍ଥିର କରିବେ। ବ୍ୟବସାୟରେ ଉନ୍ନତି ହେବ। ଛାତ୍ରଛାତ୍ରୀ ଏକାନ୍ତରେ ଅଧ୍ୟୟନ କରିବା ଉଚିତ। ସମାଜରେ ମାନ ସମ୍ମାନ ପାଇବେ।
କୁମ୍ଭ: ଜୀବନସାଥୀଙ୍କ ସହିତ ଲାଗି ରହିଥିବା ମନୋମାଳିନ୍ୟ ସମାପ୍ତ ହୋଇଯିବ। କୌଣସି ସରକାରୀ ଅଧିକାରୀଙ୍କ ସହଯୋଗରେ ପ୍ରାଶାସନିକ କାର୍ଯ୍ୟ ସଂପୂର୍ଣ୍ଣ ହେବ।
ମୀନ: ପୁରୁଣା କାମ ସମାପ୍ତ କରିବା ଲାଗି ଦିନଟି ଭଲ। ଗବେଷକଙ୍କୁ ନୂଆ ପ୍ରକଳ୍ପ ମିଳିବ। ବ୍ୟାବସାୟିକ ଆଲୋଚନାରେ ଆପଣଙ୍କ କଥା ଠିକ୍ ଢଙ୍ଗରେ ଉପସ୍ଥାପନ କରିବେ।