ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣ କୌଣସି ବ୍ୟକ୍ତିଙ୍କୁ ସାହାଯ୍ୟ କରିବେ। ପରିବାରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ। ପ୍ରେମ ଜୀବନ ଭଲ ରହିବ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ। ‌

ବୃଷ: ପରିବାର ଲୋକ ଆପଣଙ୍କୁ କିଛି ମାଗିବେ। ଅଫିସରେ ତଳିଆ କର୍ମଚାରୀ ଆପଣଙ୍କ ଠାରୁ କାମ ଶିଖିବାକୁ ଚାହିଁବେ। ବାଲ୍ୟବନ୍ଧୁ ଠାରୁ ଫୋନ ଆସିବ।

ମିଥୁନ: କୌଣସି ବନ୍ଧୁଙ୍କୁ ଭେଟିବା ପାଇଁ ତାଙ୍କ ଘରକୁ ଯିବେ। କାର୍ଯ୍ୟରେ ବାପାମାଆଙ୍କର ସାହାଯ୍ୟ ପାଇବେ। ପରିବହନ ବ୍ୟବସାୟୀଙ୍କୁ ଅଧିକ ଲାଭ ହେବ।

କର୍କଟ: ମାଆଙ୍କୁ ତାଙ୍କ ପସନ୍ଦର କିଛି ଜିନିଷ ଉପହାର ଦେବେ। ନୂଆ ଇଲେକ୍ଟ୍ରିକ୍ ଯାନ କିଣିବା ଲାଗି ମନ ସ୍ଥିର କରିବେ। କଳା ଓ ସାହିତ୍ୟ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ବହୁତ ଭଲ। ‌

ସିଂହ: ବେପାରର ଗତି ବଢ଼ାଇବା ପାଇଁ ଚେଷ୍ଟା କରିବେ। ଛୋଟ ପିଲାଙ୍କ ପାଇଁ କିଛି ଉପହାର ନେବେ। ପୂର୍ବରୁ ଦେଇ ଆସୁଥିବା କୌଣସି ମାସିକ କିସ୍ତି ପୂରା ହୋଇଯିବ। ପ୍ରେମ ସଂପର୍କ ନିବିଡ଼ ହେବ। ‌

କନ୍ୟା: ନୂଆ ପ୍ରକଳ୍ପ ଆରମ୍ଭ କରିବେ। ପରିବାରର କୌଣସି ସଦସ୍ୟଙ୍କ ବିବାହରେ ଥିବା ବାଧା ଦୂର ହେବ। ଶିକ୍ଷକଙ୍କର ମନ ପସନ୍ଦ ଜାଗାକୁ ବଦଳି ହେବ।

ତୁଳା: କୋର୍ଟ ମାମଲାରେ ବିଜୟ ଲାଭର ଯୋଗ ଅଛି। ନୂଆ କାମରେ ଆପଣଙ୍କର ରୁଚି ରହିବ। ବିଦ୍ୟାର୍ଥୀ ଲେଖାପଢ଼ାରେ ଅଧିକ ମନ ଦିଅନ୍ତୁ। ସନ୍ତାନ ପକ୍ଷରୁ କୌଣସି ଶୁଭ ଖବର ପାଇବେ।

ବିଛା: ଶ୍ବଶୁର ଘର ସହିତ ରହିଥିବା ମତଭେଦ ଦୂର କରିବାର ମଉକା ପାଇବେ। ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଘରର ଅତ୍ୟାବଶ୍ୟକ ସାମଗ୍ରୀ କିଣି‌ବେ।

ଧନୁ: କାହାରିକୁ ମନର କଥା କହିବେ। ବ୍ୟବସାୟ ବଢ଼ାଇବା ପାଇଁ ନୂଆ ଯୋଜନା କରିବେ। ସନ୍ତାନ ପକ୍ଷରୁ ଖୁସି ଖବର ପାଇବେ। ଛାତ୍ରଛାତ୍ରୀ ଦଳବଦ୍ଧ ପଠନ ପାଇଁ ବିଚାର କରିବେ।

ମକର: ଉନ୍ନତିର ନୂଆ ରାସ୍ତା ଖୋଲିବ। ଦାମ୍ପତ୍ୟ ଜୀବନରେ ସୁଖ ଓ ସମୃଦ୍ଧିର ସଙ୍କେତ ମିଳିବ। ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକ ପଦୋନ୍ନତି ପାଇବେ। ଛାତ୍ରଛାତ୍ରୀଙ୍କୁ ଶୀଘ୍ର ସଫଳତା ମିଳିବ।

କୁମ୍ଭ: ବ୍ୟବସାୟରେ କାହାରି ଉପରେ ଆଖି ବନ୍ଦ କରି ଭରସା କରନ୍ତୁ ନାହିଁ। କଥା କହିବା ସମୟରେ ମିଠା ଭାଷା ପ୍ରୟୋଗ କରନ୍ତୁ। ଦାମ୍ପତ୍ୟ ଜୀବନରେ ନୂଆ ନୂଆ ଖୁସି ଆସିବ।

ମୀନ: ବେପାରରେ ଭଲ ଲାଭ ପାଇବେ। ଜୀବନସାଥୀ ସହିତ ରାତ୍ରିଭୋଜନ ପାଇଁ ବାହାରକୁ ଯାଇପାରନ୍ତି। ଆପଣଙ୍କ ଉନ୍ନତି ପାଇଁ ନୂଆ ରାସ୍ତା ଖୋଲିବ। ପ୍ରେମୀଯୁଗଳ ପରସ୍ପରଙ୍କୁ ମନର କଥା କହିବେ।

ସମ୍ବନ୍ଧିତ ଖବର