publive-image

Advertisment

ମେଷ: କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କର ସାହାସିକ ପଦକ୍ଷେପକୁ ଉଚ୍ଚ ଅଧିକାରୀ ପ୍ରଶଂସା କରିବେ। ବ୍ୟବସାୟୀଙ୍କୁ ଭାଗ୍ୟର ପୂରା ସହଯୋଗ ମିଳିବ। ଆର୍ଥିକ ଚିନ୍ତା ଦୂର ହେବ।

publive-image

ବୃଷ: ଚାକିରିଆଙ୍କୁ ଉନ୍ନତିର ଅବସର ମିଳିପାରେ। ଆଧ୍ୟାତ୍ମିକତା ପ୍ରତି ମନ ଢଳି ରହିବ। ବେପାରୀ ବର୍ଗଙ୍କର ଆମଦାନି ବଢ଼ିପାରେ। କୌଣସି ଜନକଲ୍ୟାଣୀକାରୀ କାର୍ଯ୍ୟ କରିପାରନ୍ତି।

publive-image

ମିଥୁନ: ବ୍ୟବସାୟରେ ପ୍ରତିଷ୍ଠା ଓ ଖ୍ୟାତି ମିଳିବ। ଏକାଗ୍ରତା ବଳରେ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବେ। ସନ୍ତାନଙ୍କୁ ପ୍ରତିଷ୍ଠିତ ସଂସ୍ଥାକୁ ପଢ଼ିବା ପାଇଁ ପଠାଇ ପାରନ୍ତି।

publive-image

କର୍କଟ: ଦିନଟି ସୁଖ ଓ ଶାନ୍ତିପୂର୍ବକ ବିତିବ। ବେପାରରେ ଆକସ୍ମିକ ଧନଲାଭର ଯୋଗ ଅଛି। ଚାକିରି ବଦଳାଇବା ପାଇଁ ଭଲ ଦିନଟିଏ। ବୈବାହିକ ଜୀବନରେ ସୁଖୀ ରହିବେ।

publive-image

ସିଂହ: ଚାକିରିରେ ଅତ୍ୟଧିକ ସଫଳତା ମିଳିପାରେ। ଆର୍ଥିକ ବିଷୟରେ ବନ୍ଧୁ ସହ କଥାବାର୍ତ୍ତା କରିପାରନ୍ତି। ସ୍ବାସ୍ଥ୍ୟ ଭଲ ରହିବ। ପରୀକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ।

publive-image

କନ୍ୟା: ଆର୍ଥିକ ସ୍ଥିତି ଭଲ ରହିବ। ବେପାରରେ ଲାଭର ଯୋଗ ଅଛି। ଆପଣଙ୍କୁ ନିଜ କୁଟୁମ୍ବର ପୂରା ସହଯୋଗ ମିଳିବ। ସାମାଜିକ କାର୍ଯ୍ୟରେ ଅଂଶ ଗ୍ରହଣ କରିବେ।

publive-image

ତୁଳା: ନିଜ ଆଚରଣରେ ମଧୁରତା ଆଣିବେ। ଆର୍ଥିକ ମାମଲାରେ ଆପଣଙ୍କୁ ଲାଭ ମିଳିବ। ତୀର୍ଥଯାତ୍ରାରେ ଯିବା ପାଇଁ ଯୋଜନା କରିବେ। ଛାତ୍ରଙ୍କର ବନ୍ଧୁମାନଙ୍କ ସହ ମିଳାମିଶା ବଢ଼ିବ।

publive-image

ବିଛା: ଆତ୍ମବିଶ୍ବାସ ବୃଦ୍ଧି ପାଇଁ ଯୋଗ ଅଭ୍ୟାସ କରନ୍ତୁ। ପରିଶ୍ରମରେ ସନ୍ତୋଷଜନକ ଫଳ ପାଇବେ। ପ୍ରେମ ଓ ବୈବାହିକ ଜୀବନରେ ଅସୀମ ସୁଖ ପାଇବେ।

publive-image

ଧନୁ: କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ପରିଶ୍ରମକୁ ମାନ୍ୟତା ମିଳିବ। ଆପଣଙ୍କ ବ୍ୟକ୍ତିତ୍ବ ବିକଶିତ ହେବ। ପାରିବାରିକ ଓ ବୈବାହିକ ଜୀବନ ସୁଖମୟ ହେବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।

publive-image

ମକର: କାର୍ଯ୍ୟକ୍ଷେତ୍ରରେ ନୂଆ ଅବସର ମିଳିପାରେ। ପରିବାରରେ ବଡ଼ ଆୟୋଜନର ପ୍ରସ୍ତୁତି କରିପାରନ୍ତି। ଜମି ଓ ଭିତ୍ତିଭୂମିରେ ନିବେଶ ପାଇଁ ଭାବି ପାରନ୍ତି।

publive-image

କୁମ୍ଭ: ଚାକିରିରେ ପଦୋନ୍ନତି ସହ ମନ ପସନ୍ଦ ଜାଗାକୁ ବଦଳି ହୋଇପାରେ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଅଧିକ ସମୟ ଦିଅନ୍ତୁ।

publive-imageମୀନ: ଘରୋଇ ଉଦ୍ୟୋଗରେ କାର୍ଯ୍ୟରତ ଲୋକଙ୍କୁ ଚାକିରିର ନୂଆ ପ୍ରସ୍ତାବ ମିଳିପାରେ। କାରବାରରେ ପରିଶ୍ରମ ଅନୁସାରେ ଲାଭ ମିଳିବ। ପିଲାମାନଙ୍କ ସମସ୍ୟାର ସମାଧାନ କରିବେ।