ଜାଣନ୍ତୁ ଆଜିର ରାଶିଫଳ

ମେଷ: ଅଧୁରା କାମ ବନ୍ଧୁ ମାଧ୍ୟମରେ ପୂରା ହେବ। ପାଖଲୋକଙ୍କ ଠାରୁ ଖୁସି ଖବର ପାଇବେ। ବାପା ମାଆଙ୍କ ସହ କୌଣସି ଧର୍ମାନୁଷ୍ଠାନକୁ ଯିବେ। ସମାଜରେ ଉଚିତ ଆଦର ସମ୍ମାନ ପାଇବେ।

ବୃଷ: ବ୍ୟବସାୟିକ ଯାତ୍ରା ଫଳପ୍ରଦ ହେବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ଚାକିରି ପାଇଁ ଡ଼ାକରା ଆସିପାରେ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ଭଲ ସୁଯୋଗ ମିଳିବ।

ମିଥୁନ: ଉଚ୍ଚପଦ ପ୍ରାପ୍ତ କରିବାର ଇଚ୍ଛା ଜାଗ୍ରତ ହେବ। କୌଣସି କାମରେ ଅଧିକ ଯାତୟାତ କରିବାକୁ ପଡ଼ିପାରେ। ଦାମ୍ପତ୍ୟ ଜୀବନ ଭଲ ରହିବ। ଘରୋଇ ଜିନିଷ କିଣିବାରେ ଅଧିକ ଖର୍ଚ୍ଚ କରିବେ।

କର୍କଟ: ଆପଣ ସକାରାତ୍ମକ ମାନସିକତା ରଖନ୍ତୁ। ନିଜର ଶକ୍ତିକୁ ସଠିକ ଦିଶାରେ ଲଗାନ୍ତୁ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ରାଜନୀତିରେ ସଫଳତା ପାଇବେ। ବୈବାହିକ ଜୀବନ ଖୁସି ଭରା ରହିବ।

ସିଂହ: କାମରେ ବଡ଼ଙ୍କର ସହଯୋଗ ପାଇବେ। ଭଲ ଚାକିରିର ଆଶା ବଢ଼ିବ। ବାହ ଯୋଗ୍ୟ ଯୁବକଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ। ଇଂଜିନିୟରିଂ ଛାତ୍ରଙ୍କ ଲାଗି ଦିନଟି ଶୁଭ।

କନ୍ୟା: ଆପଣଙ୍କ ମନ ଶାନ୍ତ ରହିବ। ବନ୍ଧୁ ଠାରୁ ଭଲ ପରାମର୍ଶ ପାଇବେ। ଅଫିସ୍‌ କାମ ପାଇଁ ଦିନଟି ଅନୁକୂଳ ରହିବ। ବେପାରରେ ଉନ୍ନତି ହେବ। ପାରିବାରିକ ବାତାବରଣ ସକାରାତ୍ମକ ରହିବ।

ତୁଳା: ଦିନଟି ଆତ୍ମବିଶ୍ବାସ ଭରା ରହିବ। କୌଣସି ଧାର୍ମିକ ସତସଙ୍ଗକୁ ଯିବେ। ଘରେ ସୁଖ ସମୃଦ୍ଧି ବୃଦ୍ଧି ହେବ। ରୋଜଗାରର ନୂଆ ଅବସର ପାଇବେ। ପ୍ରିୟ ବନ୍ଧୁଙ୍କୁ ମନର କଥା କହିବେ।

ବିଛା: ନୂଆ କାମ ପାଇଁ ମନରେ ବିଚାର ଆସିବ। ଶିକ୍ଷା କ୍ଷେତ୍ରରେ ଭଲ ପରିଣାମ ପାଇବେ। ବ୍ୟବସାୟରେ ଆଶାଜନକ ପରିଣାମ ପାଇବେ। ରାଜନୀତିକ କାର୍ଯ୍ୟକ୍ରମରେ ରୁଚି ନେବେ।

ଧନୁ: ନିଜର ଲୋକ ଆପଣଙ୍କୁ ଠିକ୍‌ ଦିଗରେ ଦେଇଯିବେ। ପରିଶ୍ରମ ତୁଳନାରେ ଯଥେଷ୍ଟ ଲାଭ ପାଇବେ। ଅଫିସ୍‌ କାମରେ କୌଣସି ଚାଲେଞ ଆସିବ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଭଲ।

ମକର: ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। କାମରେ ଦୂରସ୍ଥାନକୁ ଯିବେ। ପରିବାର ସମ୍ବନ୍ଧରେ କୌଣସି ଖୁସି ଖବର ପାଇବେ। ପ୍ରେମ ପ୍ରସଙ୍ଗ ପ୍ରତି ଆକର୍ଷଣ ଅନ୍ୟ ଦିନ ଅପେକ୍ଷା ଅଧିକ ରହିବ। ‌

କୁମ୍ଭ: ବ୍ୟବସାୟରେ ସଫଳତାର ଶିଖର ଛୁଇଁବେ। ଲାଗି ରହିଥିବା ସମସ୍ୟା କମ୍ ହେବ। ଜୀବନସାଥୀ ଓ ପିଲାମାନଙ୍କ ଠାରୁ ବହୁତ ଆନନ୍ଦ ପାଇବେ। କୌଣସି ସମାରେହକୁ ଯିବା ପାଇଁ ଯୋଜନା କରିବେ।

ମୀନ: ଯାହା ବି କାମ କରିବାକୁ ଚାହିଁବେ ତାହା ସଂପୂର୍ଣ୍ଣ ହୋଇଯିବ। ପାଖଲୋକଙ୍କ ସାହାଯ୍ୟ ପାଇବେ। ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ। ଶିକ୍ଷାର୍ଥୀଙ୍କର ଲେଖାପଢ଼ାରେ ମନ ଲାଗିବ।

ସମ୍ବନ୍ଧିତ ଖବର