ଜାଣନ୍ତୁ ଆଜିର ରାଶିଫଳ

ମେଷ: ଦିନଟି ଆପଣଙ୍କ ଲାଗି ଉନ୍ନତିର ନୂଆ ରାସ୍ତା ଖୋଲିଦେବ। ଭାବିଚିନ୍ତି ସମସ୍ୟାର ସମାଧାନ ବାହାର କରିବେ। ଆପଣଙ୍କୁ ଚାକିରିରେ ଉତ୍ତମ ପରିଣାମ ମିଳିବ। କିଛି ନୂଆ ବେପାରର ସହମତି ହୋଇପାରେ।

ବୃଷ: ନିଜର କାମ ନିର୍ଦ୍ଧାରିତ ସମୟରେ ପୂରା କରି ଖୁସି ଅନୁଭବ କରିବେ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯାଇପାରପନ୍ତି। ଚାକିରିରେ ଅନୁକୂଳ ପରିଣାମ ପାଇବେ। ଘରେ ସୁଖ ସମୃଦ୍ଧି ବୃଦ୍ଧି ହେବ।

ମିଥୁନ: ଆପଣଙ୍କୁ ଭାଗ୍ୟର ସହଯୋଗ ମିଳିବ। ଆପଣଙ୍କର ସବୁ ଭଲଭାବେ ସଂପୂର୍ଣ୍ଣ ହେବ। ସନ୍ଧ୍ୟାରେ ପରିବାର ସହିତ ବିତାଇବେ। ଆପଣଙ୍କ ବେପାର ପାଇଁ ଦିନଟି ଲାଭଦାୟକ ସାବ୍ୟସ୍ତ ହେବ।

କର୍କଟ: ବୈବାହିକ ସମ୍ବନ୍ଧରେ ସୁଧାରର ସମ୍ଭାବନା ବଢ଼ିବ। କିଛି ଖର୍ଚ୍ଚ ଚାହୁଁନଥିଲେ ବି କରିବାକୁ ପଡ଼ିବ। ଏକରୁ ଅଧିକ ମାଧ୍ୟମରେ ଧନପ୍ରାପ୍ତି ହେବ। ନିଜର ପରିଶ୍ରମ ବଳରେ ପ୍ରସିଦ୍ଧି ବଢ଼ାଇବେ।

ସିଂହ: ଜୀବନରେ ସକାରାତ୍ମକ ଭାବନ ସହିତ ଆଗକୁ ବଢ଼ିବେ। ନିଜ କାମରେ ଆପଣଙ୍କର ବିଶ୍ବାସ ବଢ଼ିବ। ପାରିବାରିକ ଜୀବନରେ ଖୁସି ରହିବ। ଆର୍ଥିକ ଲାଭ ହେବାର ଯୋଗ ଅଛି।

କନ୍ୟା: ଆପଣ କୌଣସି ଯୋଜନା ଉପରେ କାମ କରିବେ। ଆପଣଙ୍କ ବେପାର ବଢ଼ିବାର ଫଳପ୍ରଦ ସିଦ୍ଧି ହେବ। ଭଲ ଖବର ପାଇବେ। ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ମନୋମାଳିନ୍ୟ ସମାପ୍ତ ହେବ।

ତୁଳା: ନିଜ ପରିଶ୍ରମ ଓ ସାମର୍ଥ୍ୟରେ କାର୍ଯ୍ୟ କ୍ଷେତ୍ରରେ ବହୁତ କିଛି ପ୍ରାପ୍ତ କରିନେବେ। ପ୍ରେମୀ ଯୁଗଳଙ୍କ ଲାଗି ଭଲ ଦିନଟିଏ। ଜଣେ ଅନ୍ୟଜଣଙ୍କ ପ୍ରତି ମଧୁର ଭାବନା ବିକାଶ ହେବ।

ବିଛା: ନୂଆ ସଉଦା କରିବା ପୂର୍ବରୁ ଭଲ ଭାବେ ଭାବି ନିଅନ୍ତୁ। ଅଚାନକ ଧନପ୍ରାପ୍ତିର ସମ୍ଭାବନା। ବେପାରରେ ନୂଆ ପ୍ରଗତି କରିବେ। ସରକାରୀ ଚାକିରିଆଙ୍କୁ ସରକାରୀ ବାସ ଭବନ ମିଳିପାରେ।

ଧନୁ: କାର୍ଯ୍ୟ କ୍ଷେତ୍ରରେ ପରିବର୍ତ୍ତନ ସହିତ ଭଲ ସଫଳତା ମିଳିବାର ସମ୍ଭାବନା। କୌଣସି ଭଲ ଖବର ପାଇବେ। ପାରିବାରିକ ଜୀବନରେ ଆପୋସୀ ପ୍ରେମ ରହିବ। କାମର ଚାପ ଲାଗି ରହିବ।

ମକର: ବ୍ୟବସାୟରେ ଉତ୍ତମ ସଫଳତା ପାଇବେ। କୌଣସି ନୂଆ କଥା ଆପଣଙ୍କ ମସ୍ତିଷ୍କରେ ଘୂରି ବୁଲିବ। ସନ୍ତାନ ପକ୍ଷରୁ ଖୁସି ଖବର ପାଇବେ। ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ।

କୁମ୍ଭ: ଭଲ ଖବର ପାଇବା ଯୋଗ ଅଛି। ଚାକିରି କ୍ଷେତ୍ରରେ ଆପଣଙ୍କର ପ୍ରଭାବ ବଢ଼ିବ। ଆପଣଙ୍କର ବେତନ ବଢ଼ିପାରେ। କାହାରି ପାରିବାରିକ ସମାରୋହରେ ସାମିଲ ହେବେ। ଅଯଥା ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।

ମୀନ: ବୈବାହିକ ଜୀବନରେ ଖୁସି ଆସିବ। ଅଫସ୍‌ରେ ଦିନଟି ବହୁତ ଭଲ ରହିବ। ନିଜ ଘରର ସୌନ୍ଦର୍ଯ୍ୟକରଣ କାମ କରାଇବେ। କର୍ମ କ୍ଷେତ୍ରରେ ଭଲ ଅବସର ପାଇବେ। ଧନଲାଭ ଯୋଗ ଅଛି।

ସମ୍ବନ୍ଧିତ ଖବର